ଯାତ୍ରୀବାହୀ ବସ୍ ଦେଉନାହାନ୍ତି ଟୋଲ୍, ଏନ୍‌ଏଚ୍‌ଏଆଇର ୪୦୦କୋଟି କ୍ଷତି; ଶୁଣୁନାହାନ୍ତି ରାଜ୍ୟ ସରକାର

ଯାତ୍ରୀବାହୀ ବସଗୁଡ଼ିକ ଟୋଲ୍ ଫି’ ଦେଉନଥିବାରୁ ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ)ଙ୍କୁ ଓଡ଼ିଶାରେ ୪୦୦କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ୁଛି ।

toll plaza PhotoOR

ଜାତୀୟ ରାଜପଥ ଟୋଲ୍ କଲେକ୍ସନ ପୋଷ୍ଟ

Ordigital Desk
  • Published: Wednesday, 26 July 2023
  • Updated: 26 July 2023, 09:58 PM IST

Sports

Latest News

ଯାତ୍ରୀବାହୀ ବସଗୁଡ଼ିକ ଟୋଲ୍ ଫି’ ଦେଉନଥିବାରୁ ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ)ଙ୍କୁ ଓଡ଼ିଶାରେ ୪୦୦କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ୁଛି । ଓଡ଼ିଶାରେ ଏନଏଚଏଆଇ ଦ୍ୱାରା ଏବେ ପ୍ରାୟ ୩୯୫୪୦କୋଟି ଟଙ୍କାର ୩୧ଟି ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ଯଦି ରାଜସ୍ୱ ସଂଗ୍ରହ ନହେବ, ତା’ହେଲେ କିଭଳି ଅର୍ଥ ବିନିଯୋଗ ହେବ ବୋଲି କହି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଏନଏଚଏଆଇ ଅଧ୍ୟକ୍ଷ ସନ୍ତୋଷ କୁମାର ଯାଦବ ଚିଠି ଲେଖି ଆପତ୍ତି ଜଣାଇଛନ୍ତି । ବାରମ୍ବାର ବିଭିନ୍ନ ବୈଠକ ଓ ଚିଠି ଲେଖିଲେ ମଧ୍ୟ ଏହି ସମସ୍ୟାର ସମାଧାନ ହେଉନି ବୋଲି ଦର୍ଶାଇ ଶ୍ରୀ ଯାଦବ ଯଥାଶୀଘ୍ର ସମାଧାନ ପାଇଁ ଅନୁରୋଧ କରିଛନ୍ତି । ଅବଶ୍ୟ ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ଚିଠି ପରେ ରାଜ୍ୟ ସରକାର ସମସ୍ତ ଷ୍ଟେକହୋଲଡରଙ୍କ ବୈଠକ ଡାକି ଏ ସମ୍ପର୍କରେ ବିଚାରବିମର୍ଶ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଏନଏଚଏଆଇ ଅଧ୍ୟକ୍ଷ ଶ୍ରୀ ଯାଦବ ଚଳିତମାସରେ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଚିଠି ଲେଖି ଓଡ଼ିଶାରେ ଜାତୀୟ ରାଜପଥରେ ଚଳପ୍ରଚଳ କରୁଥିବା ଯାତ୍ରୀବାହୀ ବସଗୁଡ଼ିକ ଟୋଲ୍ ଫି’ ଦେଉନଥିବା ନେଇ ଉଦବେଗ ବ୍ୟକ୍ତ କରିବା ସହ ଏଥିପାଇଁ ପ୍ରାୟ ୪୦୦କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ୁଛି ବୋଲି କହିଛନ୍ତି । ଏ ସମ୍ପର୍କରେ ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ଓ ବିଭିନ୍ନ ବୈଠକରେ ମଧ୍ୟ ଏନଏଚଏଆଇ ଦ୍ୱାରା ସରକାରଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି । କିନ୍ତୁ ଏ ଦିଗରେ କୌଣସି ସମାଧାନ ଏପର୍ଯ୍ୟନ୍ତ ବାହାରି ପାରିଲା ନାହିଁ । ତେଣୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଏହି ସମସ୍ୟାର ସମାଧାନ ଦିଗରେ ହସ୍ତକ୍ଷେପ ପାଇଁ ସେ ମୁଖ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି । ଯାହାଫଳରେ ଏନଏଚଏଆଇର ରାଜସ୍ୱ କ୍ଷତି ଓ ଗୁରୁତର ଅଡିଟ୍ ଆପତ୍ତିକୁ ମଧ୍ୟ ଏଡ଼ାଇ ଯାଇ ହେବ ବୋଲି କହିଛନ୍ତି ।

Also Read

ଶ୍ରୀ ଯାଦବ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ଏନଏଚଏଆଇ କର୍ତ୍ତୃପକ୍ଷ ବ୍ୟାପକ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ରାଜ୍ୟରେ ଏନଏଚଏଆଇ ୨୩୭୨ କିମି ବିଶିଷ୍ଟ ଜାତୀୟ ରାଜପଥର ବିକାଶ ଓ ମରାମତି ଦାୟିତ୍ୱରେ ରହିଛି । ଯେଉଁଥିରେ ୬ଲେନ୍ ବିଶିଷ୍ଟ ୩୭୨ କିମି , ୪ଲେନ୍ ବିଶିଷ୍ଟ ୧୪୬୫କିମି, ୨ଲେନ୍ ବିଶିଷ୍ଟ ୫୩୬ କିମି ରହିଛି । ଏବେ ୧୬୭୯୫କୋଟି ଟଙ୍କାର ୨୩ଟି ପ୍ରକଳ୍ପରେ ମୋଟ ୭୫୫ କିମି ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଚଳିତ ଆର୍ଥିକ ବର୍ଷରେ ୨୨୭୪୫କୋଟି ଟଙ୍କାର ୮ଟି ପ୍ରକଳ୍ପରେ ମୋଟ ୬୩୯ କିମି ରାଜପଥ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏସବୁ କାର୍ଯ୍ୟ ପାଇଁ ପୁଞ୍ଜି ଆବଶ୍ୟକ ବେଶ୍ ଅଧିକ ଓ ଏନଏଚଏଆଇର ଉପଲବ୍ଧ ସମ୍ବଳରେ ତାହା କରିବା ସମ୍ଭବପର ନୁହେଁ । ପିପିପି ମୋଡ,ଏନଏଚଆଇ ଅବା ଅନ୍ୟ ଡେଭଲପର୍ସଙ୍କ ପାଣ୍ଠିରେ ରାଜପଥ ପ୍ରକଳ୍ପଗୁଡ଼ିକରେ ଅର୍ଥ ବିନିଯୋଗ କରାଯାଉଥିବାରୁ ଗ୍ରାହକମାନଙ୍କଠୁ ୟୁଜର୍ସ ଫି’ ଓ ଟୋଲ ଫି ମାଧ୍ୟମରେ ଏହା ଭରଣା କରାଯାଉଛି । ତେଣୁ ଓଡ଼ିଶାରେ ଏନଏଚଏଆଇ କ୍ଷତି ସହୁଥିବା ପ୍ରାୟ ୪୦୦କୋଟି ଟଙ୍କାର ଟୋଲ୍ ଫି’ର ଭରଣା କରିବା ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ମୁଖ୍ୟ ସଚିବଙ୍କୁ ଶ୍ରୀ ଯାଦବ ଅନୁରୋଧ କରିଛନ୍ତି ।

ଶ୍ରୀ ଯାଦବଙ୍କ ଚିଠି ପରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏହା ଉପରେ ବିଚାରବିମର୍ଶ ପାଇଁ ଗୃହ ବିଭାଗ, ଅର୍ଥ ବିଭାଗ, ପୁଲିସ ଡିଜି, ଘରୋଇ ବସ୍ ମାଲିକ ସଂଘ ଓ ଅନ୍ୟ ଷ୍ଟେକହୋଲଡରଙ୍କ ବୈଠକ ଡକାଯାଇଥିବା ଜଣାପ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story