Advertisment

BCAS ଜାରିକଲା ନୂଆ ନିୟମ, ବୋଡିଂ ପରେ ବିମାନ ଉଡାଣ ବିଳମ୍ବ ହେଲେ ବାହାରକୁ ଯାଇପାରିବେ ଯାତ୍ରୀ

ବିମାନବନ୍ଦରରେ ଅତ୍ୟଧିକ ଗହଳି ଏବଂ ଉଡାଣ ବିଳମ୍ବ ପରେ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି ବ୍ୟୁରୋ (BCAS) ଏହି ନିର୍ଦ୍ଦେଶନାମା ଜାରିକରିଛି।

Flight

Flight

Advertisment

ବିମାନ ଯାତ୍ରା ସମ୍ବନ୍ଧୀୟ ଏକ ନୂଆ ଗାଇଡଲାଇନ୍ ଜାରି କରିଛି ବିମାନ ଚଳାଚଳ ସୁରକ୍ଷା ୱାଚଡଗ୍ ବିସିଏଏସ୍। ନୂତନ ନିର୍ଦ୍ଦେଶାବଳୀ ଅନୁସାରେ, ଏଣିକି ବୋଡିଂ ପରେ ଯଦି ବିମାନ ଚଳାଚଳ ବିଳମ୍ବ ହେଉଛି, ତେବେ ଯାତ୍ରୀମାନେ ବିମାନବନ୍ଦର ପ୍ରସ୍ଥାନ ଫାଟକ ଦେଇ ଯାଇପାରିବେ। ବିମାନବନ୍ଦରରେ ଅତ୍ୟଧିକ ଗହଳି ଏବଂ ଉଡାଣ ବିଳମ୍ବ ପରେ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି ବ୍ୟୁରୋ (BCAS) ଏହି ନିର୍ଦ୍ଦେଶନାମା ଜାରିକରିଛି।

Advertisment

ବିସିଏଏସ୍ ମହାନିର୍ଦ୍ଦେଶକ ଜୁଲଫିକର ହାସନ କହିଛନ୍ତି ଯେ, ମାର୍ଚ୍ଚ ୩୦ରେ ବିମାନ ସେବା ଏବଂ ବିମାନବନ୍ଦର ଅପରେଟରମାନଙ୍କୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ବର୍ତ୍ତମାନ ଏହି ନିୟମ କାର୍ଯ୍ୟକାରୀ ହୋଇଛି। ଏହି ଗାଇଡଲାଇନ ପରେ ଯାତ୍ରୀମାନେ ଅଯଥା ସମସ୍ୟାର ସମ୍ମୁଖୀନ ହେବେ ନାହିଁ ଏବଂ ବିମାନ ଭିତରେ ସେମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ଯଦି ବିମାନ ଚଳାଚଳ ବିଳମ୍ବ ହୁଏ କିମ୍ବା କୌଣସି ଜରୁରୀ ପରିସ୍ଥିତି ଉପୁଜେ ତେବେ ଯାତ୍ରୀମାନେ ବିମାନବନ୍ଦର ପ୍ରସ୍ଥାନ ଫାଟକରୁ ବାହାରକୁ ଯାଇପାରିବେ। ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ପାଇଁ ବିମାନବନ୍ଦର ଅପରେଟରମାନଙ୍କୁ ସ୍କ୍ରିନିଂ ସମେତ ଭିତ୍ତିଭୂମି ପାଇଁ ବ୍ୟବସ୍ଥା କରିବେ ଏବଂ ଯାତ୍ରୀମାନଙ୍କୁ ଏ ବାବଦରେ ଜଣାଇଦେବା ପାଇଁ ସଂପୃକ୍ତ ବିମାନ ଏବଂ ସୁରକ୍ଷା ଏଜେନ୍ସି ବ୍ୟବସ୍ଥା କରିବେ ବୋଲି ଜୁଲଫିକର ହାସନ କହିଛନ୍ତି।

Advertisment

ଦିନକୁ ଦିନ ଘରୋଇ ବିମାନ ଚଳାଚଳ ବୃଦ୍ଧି ପାଉଛି। ପ୍ରତିଦିନ ପ୍ରାୟ ୩,୫୦୦ ବିମାନ ଉଡ଼ାଣ କରୁଛି। ନିକଟରେ ଭିସ୍ତାରା ବିମାନ ବାତିଲ ଓ ବିଳମ୍ବକୁ ନେଇ ଯାତ୍ରୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏକାଧିକ ଯାତ୍ରୀ ଏହାକୁ ନେଇ ସୋଶାଲ ମିଡିଆରେ ଅସନ୍ତୋଷ ପ୍ରକାଶ କରିଥିଲେ। ଯାତ୍ରୀଙ୍କ ସୁବିଧା ଓ ବିମାନଯାତ୍ରାକୁ ସୁଗମ କରିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ସିଭିଲ୍ ଏଭିଏସନ୍ ସିକ୍ୟୁରିଟି ବ୍ୟୁରୋ (ବିସିଏଏସ୍)। 

BCAS Flight Delays
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe