/odisha-reporter/media/post_attachments/uploadimage/library/16_9/16_9_0/IMAGE_1700140027.jpg)
Nandankanan
ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପ୍ୱେକୁ ଆସନ୍ତାକାଲି ଅପରାହ୍ନ ୪ଟାରେ ଉଦ୍ଘାଟନ କରିବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ଶନିବାରଠାରୁ ପର୍ଯ୍ୟଟକମାନେ ଏହି ରୋପୱେର ସୁବିଧା ନେଇ ପାରିବେ।
Advertisment
ଏହି ରୋପୱେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କୋଲକାତାର ଏକ ଘରୋଇ ସଂସ୍ଥା ସହିତ ୨୦୨୧ ମସିହାରେ ଚୁକ୍ତି ହୋଇଥିଲା। ଉକ୍ତ ଚୁକ୍ତିନାମା ଅନୁସାରେ ସମସ୍ତ କାର୍ଯ୍ୟ ଶେଷ ହୋଇଛି ଓ ରୋପୱେକୁ ଚଲାଇବାକୁ ସ୍ୱୀକୃତି ମିଳିଛି।
ରୋପୱେରେ ଯିବା ପାଇଁ ରୋପୱେ କାଉଣ୍ଟର ନିକଟରେ ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଇଛି। ଯେଉଁ ପର୍ଯ୍ୟଟକମାନେ ନନ୍ଦନକାନନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରୁ ନନ୍ଦନକାନନ ଯାଇ ଭ୍ରମଣ କରିବେ, ସେମାନେ ସ୍ୱତନ୍ତ୍ର କାଉଣ୍ଟରରୁ ଟିକେଟ କ୍ରୟ କରିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
