ଆସନ୍ତାକାଲି ଉଦ୍‌ଘାଟନ ହେବ ନନ୍ଦନକାନନ ରୋପ୍‌ୱେ

ଏହି ରୋପୱେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କୋଲକାତାର ଏକ ଘରୋଇ ସଂସ୍ଥା ସହିତ ୨୦୨୧ ମସିହାରେ ଚୁକ୍ତି ହୋଇଥିଲା।

Representational Image

  • Published: Thursday, 16 November 2023
  • , Updated: 16 November 2023, 06:45 PM IST

ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପ୍‌ୱେକୁ ଆସନ୍ତାକାଲି ଅପରାହ୍ନ ୪ଟାରେ ଉଦ୍‌ଘାଟନ କରିବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ଶନିବାରଠାରୁ ପର୍ଯ୍ୟଟକମାନେ ଏହି ରୋପୱେର ସୁବିଧା ନେଇ ପାରିବେ।

ଏହି ରୋପୱେର ନିର୍ମାଣ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ କୋଲକାତାର ଏକ ଘରୋଇ ସଂସ୍ଥା ସହିତ ୨୦୨୧ ମସିହାରେ ଚୁକ୍ତି ହୋଇଥିଲା। ଉକ୍ତ ଚୁକ୍ତିନାମା ଅନୁସାରେ ସମସ୍ତ କାର୍ଯ୍ୟ ଶେଷ ହୋଇଛି ଓ ରୋପୱେକୁ ଚଲାଇବାକୁ ସ୍ୱୀକୃତି ମିଳିଛି।

ରୋପୱେରେ ଯିବା ପାଇଁ ରୋପୱେ କାଉଣ୍ଟର ନିକଟରେ ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଇଛି। ଯେଉଁ ପର୍ଯ୍ୟଟକମାନେ ନନ୍ଦନକାନନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନରୁ ନନ୍ଦନକାନନ ଯାଇ ଭ୍ରମଣ କରିବେ, ସେମାନେ ସ୍ୱତନ୍ତ୍ର କାଉଣ୍ଟରରୁ ଟିକେଟ କ୍ରୟ କରିବେ। 

Related story