Advertisment

ଶିମିଳିପାଳରେ ହେବ କଳା ବାଘ ସଫାରୀ

ଶିମିଳିପାଳ ଅଭୟାରଣ୍ୟରେ ମୋଟ୍‌ ୧୮ଟି ମହାବଳ ବାଘ ଅଛନ୍ତି। ସେଥିରୁ ୯ଟି କଳା ବାଘ ରହିଛନ୍ତି। ବାଘମାନେ ସୁସ୍ଥ ଓ ନିର୍ଭୟରେ ଘୂରି ବୁଲୁଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Similipal

Similipal

ଶିମିଳିପାଳ ଅଭୟାରଣ୍ୟ ହେଉଛି ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ। ଏହି ଅଭୟାରଣ୍ୟ ପାଇଁ ଆସିଛି ଖୁସି ଖବର। ଶିମିଳିପାଳରେ ହେବ କଳା ବାଘ (ମେଲାନିଷ୍ଟିକ ବାଘ) ସଫାରୀ। କଳା ବାଘ ସଫାରୀ ହେବା ନେଇ ସୋଶାଲ୍‌ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୂରଦୂରାନ୍ତରୁ ଅସୁଥିଲା ପର୍ଯ୍ୟଟକମାନେ ସଫାରୀରେ କଳା ବାଘକୁ ଦେଖିପାରିବେ।

Advertisment

କଳା ବାଘ ସଫାରୀ ନେଇ ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି, କଳାବାଘ ସଫାରୀ ଲାଗି NTCA ଅନୁମତି ଦେଇଛି। ଅଭୟାରଣ୍ୟଠାରୁ ୧୫ କିମି ଦୂରରେ ୨୦୦ ହେକ୍ଟର ଜମିରେ ହେବ। ୨୦୦ ହେକ୍ଟରରୁ ୧୦୦ ହେକ୍ଟରରେ ହେବ ବାଘ ରହଣି ସ୍ଥଳ। ବାକି ୧୦୦ ହେକ୍ଟରରେ ପାର୍କିଂ ଓ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବ। ପ୍ରାଥମିକ ଭାବେ ନନ୍ଦନକାନନର ୩ଟି କଳା ଓ ଧଳା ବାଘ ରହିବେ। ଆସନ୍ତା ଅକ୍ଟୋବରରୁ ପର୍ଯ୍ୟଟକ କଳାବାଘ ସଫାରୀକୁ ଯାଇ ପାରିବେ ବୋଲି ପିସିସିଏଫ୍‌ କହିଛନ୍ତି।

National Tiger Conservation Authority(ଏନ୍‌ଟିସିଏ)ର ୨୦୨୨ ମସିହା ରିପୋର୍ଟ ଅନୁସାରେ ଶିମିଳିପାଳ ଅଭୟାରଣ୍ୟରେ ମୋଟ୍‌ ୧୮ଟି ମହାବଳ ବାଘ ଅଛନ୍ତି। ସେଥିରୁ ୯ଟି କଳା ବାଘ ରହିଛନ୍ତି। ବାଘମାନେ ସୁସ୍ଥ ଓ ନିର୍ଭୟରେ ଘୂରି ବୁଲୁଛନ୍ତି। ଏହି ରିପୋର୍ଟ ଆସିବା ପରେ ପରିବେଶବିତ୍‌ଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିଲା।

Advertisment

ସୂଚନାରୁ ପ୍ରକାଶ, କିଛି ଦିନତଳେ ବନ ବିଭାଗ ଏକ ଭିଡିଓ ସୋଶାଲ୍‌ ମିଡ଼ିଆରେ ସେୟାର କରିଥିଲା। ଯେଉଁଥିରେ ଦୁଇଟି ମହାବଳ ବାଘ ଆଗପଛ ହୋଇ ବୁଲୁଥିଲେ। ମଝିରେ ମଝିରେ ଖେଳୁଥିବା ଦେଖିବାକୁ ମିଳିଥିଲେ।

Glad to announce that #Odisha is setting up an exclusive Melanistic Tiger Safari near Similipal Tiger Reserve in #Mayurbhanj. Tourists and visitors can now have a glimpse of the rare and majestic species found only in Odisha. pic.twitter.com/h3g2ep8tui

Cmo Of Odisha Similipal National Park Baripada