Advertisment

ଟାଇଲରୁ ଦାଗ ଛଡାଏ ଏହି ଫଳର ଚୋପା; ନଫିଙ୍ଗି କରନ୍ତୁ ବ୍ୟବହାର

କିପରି ଘରୋଇ ବ୍ୟବହାର କରିବେ, ଜାଣନ୍ତୁ...

Vegetables Peels

Vegetables Peels

Advertisment

ଗ୍ରୀଷ୍ମଋତୁରେ ଅମୃତଭଣ୍ଡା, ତରଭୁଜ, ଲିଚି ଏବଂ ତରଭୁଜ ପରି ଫଳର ଚାହିଦା ବେଶ୍ ଅଧିକ। ଏହି ସବୁ ଫଳ ହାଇଡ୍ରେଟ ରଖିଥାଏ। ହେଲେ ଆମେ ଫଳ ଖାଇ ତାର ଚୋପାକୁ ଫିଙ୍ଗିଦେଉ, ଜାଣନ୍ତି କି ଏହି ଚୋପା ଅନେକ ଘରୋଇ କାମରେ ଆସିପାରିବ। କିପରି ଘରୋଇ ବ୍ୟବହାର କରିବେ, ଜାଣନ୍ତୁ... 

Advertisment

ଟାଇଲରୁ ଦାଗ ହଟାନ୍ତୁ 
ତରଭୁଜ ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ। ଏହା ଟାଇଲ୍ସରେ ଲାଗିଥିବା ଦାହ ଦୂର କରିବାରେ ସହାୟକ ହେବ। ଏଥିପାଇଁ ତରଭୁଜ ଚୋପାକୁ ଗ୍ରାଇଣ୍ଡ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ଏକ ଚାମଚ ବାସନ ସଫା ଲିକୁଇଡ୍ ମିଶାନ୍ତୁ। ଏହି ପେଷ୍ଟକୁ ଦାଗ ଥିବା ସ୍ଥାନରେ ଲଗାନ୍ତୁ ଏବଂ କିଛି ସମୟ ପରେ ପାଣିରେ ସଫା କରିଦିଅନ୍ତୁ। 

ଡବାରେ ଲାଗିଥିବା ଧୂଳି ସଫା କରନ୍ତୁ
ରୋଷେଇ ଘରେ ରଖାଯାଇଥିବା ବାକ୍ସଗୁଡ଼ିକରେ ଧୂଳି ଏବଂ ମଇଳା ଜମା ହୋଇଯାଏ। ଏହାକୁ ଦୂର କରିବା ପାଇଁ ଅମୃତଭଣ୍ଡା ଚୋପାକୁ ଗ୍ରାଇଣ୍ଡ୍ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ପେଷ୍ଟକୁ ଧୂଳି ଜମାଟ ସ୍ଥାନରେ ଲଗାନ୍ତୁ ଏବଂ ପରେ ଏହାକୁ ଏକ କପଡ଼ାରେ ପୋଛିଦିଅନ୍ତୁ। 

Advertisment

ଉଦ୍ଭିଦକୁ ସତେଜ ରଖନ୍ତୁ
ପରିବା ଚୋପାକୁ କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା ଜାଣିଥିବେ ନିଶ୍ଚୟ। ଏହି ପତ୍ରର ଏକ ପ୍ରକାର ଜୁସ୍ ମଧ୍ୟ କରିପାରିବେ, ଯାହାକୁ ଗଛର  ସିଞ୍ଚନ କଲେ ପତ୍ର ସତେଜ ଏବଂ ସବୁଜ ହୋଇଥାଏ। ଏଥିପାଇଁ ପରିବା ଚୋପାକୁ ଭଲ ଭାବରେ ଘୋଡାନ୍ତୁ ଏବଂ ଏହାକୁ 3 ଦିନ ଛାଡିଦିଅନ୍ତୁ। ତିନି ଦିନ ମଧ୍ୟରେ ପ୍ରତିଦିନ ସେଥିରେ କିଛି କିଛି ପାଣି ମିଶାନ୍ତୁ। ବର୍ତ୍ତମାନ ଏହି ପାଣିକୁ ଗୋଟିଏ ବୋତଲରେ ଭରି ଗଛରେ ସ୍ପ୍ରେ କରନ୍ତୁ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe