Advertisment

"ସଖା"

୧ ହାତୀ ମୋର ଝୁଲଇରେ .. ଗୀତ ଗାଏ ଯଶୋଦା ତୁ ନନ୍ଦରଜାର ଦୋଳିରେ ଝୁଲୁଥା ଛତିଶ କୋଟି ଦେବାଦେବୀ ଏବେ ଛଟେଇ ହେଲେଣି ଚାଲିଛି ଆର୍ଥିକ ମାନ୍ଦାବସ୍ଥା ପାଣି ମିଶା କ୍ଷୀରରେ ସିସିକାର କରୁଛି ତୋର ବାଙ୍କ ଚାହାଣୀ ଆଉ ତୋ ଉପରେ ଅଭିଯୋଗ ତୁ ସୁଦ୍ଦୁ ଦଗାଦିଆ ମୟୂର ଚୂଳିଆ ତୋର ବେଢାକୁ ଟିକେଟ ତୋ ଦରଶନକୁ ଲମ୍ବା ଲାଇନ ଭକତର ପ୍ରେମରେ ଅଇ ଉଠେଇ ତା ନୂଆଁ ଲୁଗାରେ କାଦୁଅ ତା ଅଣ୍ଟା […]

ଅଦ୍ୟତନ ହୋଇଛି

sakha

Advertisment


ହାତୀ ମୋର ଝୁଲଇରେ ..
ଗୀତ ଗାଏ ଯଶୋଦା
ତୁ ନନ୍ଦରଜାର ଦୋଳିରେ ଝୁଲୁଥା

ଛତିଶ କୋଟି ଦେବାଦେବୀ
ଏବେ ଛଟେଇ ହେଲେଣି
ଚାଲିଛି ଆର୍ଥିକ ମାନ୍ଦାବସ୍ଥା
ପାଣି ମିଶା କ୍ଷୀରରେ
ସିସିକାର କରୁଛି
ତୋର ବାଙ୍କ ଚାହାଣୀ
ଆଉ ତୋ ଉପରେ ଅଭିଯୋଗ
ତୁ ସୁଦ୍ଦୁ ଦଗାଦିଆ ମୟୂର ଚୂଳିଆ

Advertisment

ତୋର ବେଢାକୁ ଟିକେଟ
ତୋ ଦରଶନକୁ ଲମ୍ବା ଲାଇନ

ଭକତର ପ୍ରେମରେ ଅଇ ଉଠେଇ
ତା ନୂଆଁ ଲୁଗାରେ କାଦୁଅ
ତା ଅଣ୍ଟା ଯାଏ ନର୍ଦମା ପାଣି


ତତେ ନେଇ ଗଢି ହେଲାନି କିଛି
ତୋର ଗୋଲ ଗୋଲ ଆଖି
ତୋର ପଥରର ଛାତି
ତୋର ବେନାମୀ ପ୍ରେମ
ତୋର ମଧ୍ୟମା ଆଙ୍ଗୁଠିରେ ସମ୍ଭୋଗ ମୁଦ୍ରା
ତତେ ଜଣା ଯେତେ ସବୁ ରତୀ କ୍ରୀଡା
ତତେ ଜଣା ଗୋପାଙ୍ଗନାଙ୍କ ବସ୍ତ୍ର ହରଣ

ତୋ ବଂଶୀ ରେ ଅନ୍ଧାର ସମର୍ପି ଥିଲା ଦେହ
ତୋ ଚନ୍ଦନ ପେଡିରେ ରାସାୟନିକ କ୍ଷରଣ
ତୋ ମେଘୁଆ କପାଳରେ
ମୋ ହାତ ଘୋରା ଶୁଖିଲା ରକ୍ତ ଚନ୍ଦନ

Advertisment


ତୁ ମୋର କେହି ଜଣେ
ଯିଏ ପ୍ରେମିକ ହେବାର ଯୋଗ୍ୟ ନୁହେଁ
ଯାହା ସହ ଯମୁନା ଛାତିରେ ପାରିଧି ରେ ଯାଇ ହୁଏନା
ଯାହା ସହ ରାତି ସାରା ଝଗଡାରେ କଟିଯାଏ
ସୁଖ ଦୁଃଖ ଗପି ହୁଏନା
ଯାହାକୁ ଗାଳି ଦେଇ ହୁଏ ଅଢେଇ ଘଣ୍ଟା
ଅଥଚ ଅଢେଇ ମିନିଟ ବ୍ଲକ କରି ହୁଏନା

ଛାଡ ତୋ ଦେଇ ପ୍ରେମ ହୁଏନା
ଛାଡ ଏତେ ସବୁ ପରେବି ତତେ ଛାଡି
ମୋର ରାତି ବାରଟା ତେଇଶ ବାଟବଣା।
............................

ରେଢାଖୋଲ ହସପିଟାଲ
ସମ୍ବଲପୁର ,୭୬୮୧୦୬
mishramanini5@gmail.com
ଫୋନ୍‌:୯୪୩୭୩୨୯୩୧୬

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe