Advertisment

"ଚାଲି ଯାଅ ହୋଇ ଖୁସି "

ଏ ହାତ ମୋହର ଲୁହ ଲହୁ ଘେନି କେତେ ଯେ ଲେଖିଛି ଚିଠି, ମୋ ଛାତି କହିବ କେତେ ଯେ ଯନ୍ତ୍ରଣା ଆଘାତ ପାଇଛି ପିଠି ।୧। ଭାବନା ମଣ୍ଡପେ ବସାଇ ତୁମକୁ ହେଲିଣି ଜଳନ୍ତା ନିଆଁ ନିଆଁ ଲିଭି ଏବେ ପାଉଁଶ ହେଲାଣି ନ କହିଲ ଥରେ ଆହା ।୨। ବୁଝି ପାରିଲିନି ଜୀବନଟି ଥିଲେ ସମସ୍ୟା ବି ରହିଥିବ ସମସ୍ୟା ନଥିବା ଜୀବନକୁ ପ୍ରିୟା ଜୀବନ କି କୁହାଯିବ ।୩। ଗଛଭାଙ୍ଗି ଗଲେ ନୂଆପତ୍ର […]

author-image
Puspanjali Panda
ଅଦ୍ୟତନ ହୋଇଛି

poem

ହାତ ମୋହର
ଲୁହ ଲହୁ ଘେନି
କେତେ ଯେ ଲେଖିଛି ଚିଠି,
ମୋ ଛାତି କହିବ
କେତେ ଯେ ଯନ୍ତ୍ରଣା
ଆଘାତ ପାଇଛି ପିଠି ।୧।

Advertisment

ଭାବନା ମଣ୍ଡପେ
ବସାଇ ତୁମକୁ
ହେଲିଣି ଜଳନ୍ତା ନିଆଁ
ନିଆଁ ଲିଭି ଏବେ
ପାଉଁଶ ହେଲାଣି
ନ କହିଲ ଥରେ ଆହା ।୨।

ବୁଝି ପାରିଲିନି
ଜୀବନଟି ଥିଲେ
ସମସ୍ୟା ବି ରହିଥିବ
ସମସ୍ୟା ନଥିବା
ଜୀବନକୁ ପ୍ରିୟା
ଜୀବନ କି କୁହାଯିବ ।୩।

Advertisment

ଗଛଭାଙ୍ଗି ଗଲେ
ନୂଆପତ୍ର ମେଲେ
ଆଗରୁ ଅଛି କଥାଟି
ବସାଭାଙ୍ଗି ଗଲେ
ପକ୍ଷୀ ପୁଣି ଥରେ
ଗଢ଼େ ଦେଇ କୁଟାକାଠି ।୪।

ଶୁଖିଲା ଜୀବନ
ଅବୁଝା ପରାଣ
ବୁଝାଇଲେ ବୁଝେ ନାହିଁ
ଥିଲୁ ଦିନେ ମୋର
ଆଜି ତୁ କାହାର
ଭୁଲିବି କିପରି ମୁହିଁ ।୫।

ଏ ଜନମେ ପଛେ
ନ ପାଇଲି ନାହିଁ
ମଶାଣିରେ ହସିହସି
କହିବି ମୋହର
ପାଉଁଶ ଉପରେ
ଚାଲି ଯାଅ ହୋଇ ଖୁସି ।୬।

କବି ଶେଖର -ନିକୁଞ୍ଜ ବିହାରୀ ମିଶ୍ର
ଝାରସୁଗୁଡ଼ା
ମୋ-୯୧୭୮୮୭୯୪୦୬