poem
ଏହାତ ମୋହର
ଲୁହ ଲହୁ ଘେନି
କେତେ ଯେ ଲେଖିଛି ଚିଠି,
ମୋ ଛାତି କହିବ
କେତେ ଯେ ଯନ୍ତ୍ରଣା
ଆଘାତ ପାଇଛି ପିଠି ।୧।
ଭାବନା ମଣ୍ଡପେ
ବସାଇ ତୁମକୁ
ହେଲିଣି ଜଳନ୍ତା ନିଆଁ
ନିଆଁ ଲିଭି ଏବେ
ପାଉଁଶ ହେଲାଣି
ନ କହିଲ ଥରେ ଆହା ।୨।
ବୁଝି ପାରିଲିନି
ଜୀବନଟି ଥିଲେ
ସମସ୍ୟା ବି ରହିଥିବ
ସମସ୍ୟା ନଥିବା
ଜୀବନକୁ ପ୍ରିୟା
ଜୀବନ କି କୁହାଯିବ ।୩।
ଗଛଭାଙ୍ଗି ଗଲେ
ନୂଆପତ୍ର ମେଲେ
ଆଗରୁ ଅଛି କଥାଟି
ବସାଭାଙ୍ଗି ଗଲେ
ପକ୍ଷୀ ପୁଣି ଥରେ
ଗଢ଼େ ଦେଇ କୁଟାକାଠି ।୪।
ଶୁଖିଲା ଜୀବନ
ଅବୁଝା ପରାଣ
ବୁଝାଇଲେ ବୁଝେ ନାହିଁ
ଥିଲୁ ଦିନେ ମୋର
ଆଜି ତୁ କାହାର
ଭୁଲିବି କିପରି ମୁହିଁ ।୫।
ଏ ଜନମେ ପଛେ
ନ ପାଇଲି ନାହିଁ
ମଶାଣିରେ ହସିହସି
କହିବି ମୋହର
ପାଉଁଶ ଉପରେ
ଚାଲି ଯାଅ ହୋଇ ଖୁସି ।୬।
କବି ଶେଖର -ନିକୁଞ୍ଜ ବିହାରୀ ମିଶ୍ର
ଝାରସୁଗୁଡ଼ା
ମୋ-୯୧୭୮୮୭୯୪୦୬
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/poem.jpg)