Advertisment

ନିଜକୁ ସାରୁଥାଏ ବାରବାର

ଜାଣିଛି, ତମେ ଆଉ କାହାର ଅମାନତ ତମ ମଥା ସିନ୍ଦୂରରେ ତାଙ୍କ ନାଁ ତମ ଦେହରେ ତାଙ୍କ ଶୀତଳ ଛୁଆଁ ତମ ଭାବନାରେ ତାଙ୍କ ସିକ୍ତ ଶିହରଣ ତମ ଆଖିରେ ତାଙ୍କ ସ୍ୱପ୍ନର ଉପବନ। ତମ ଭଲ ପାଇବାର ଅଗଣାରେ ତମ ପ୍ରେମ ବିନ୍ଦୁରୁ ପରିଧି ଯାଏଁ କେବଳ ସେ ହିଁ ସେ ଦୁଃଖରେ ସୁଖରେ ଭଲରେ ମନ୍ଦରେ ତମ ସଜ ସଜ ମୁହଁରେ ଦେହର ପ୍ରତ୍ୟେକ ପାଖୁଡ଼ାରେ କେବଳ ତାଙ୍କ ଅଧିକାର। କିନ୍ତୁ ସେତେବେଳେ ତମ […]

ଅଦ୍ୟତନ ହୋଇଛି
ନିଜକୁ ସାରୁଥାଏ ବାରବାର

kabi

Advertisment

ଜାଣିଛି, ତମେ ଆଉ କାହାର ଅମାନତ
ତମ ମଥା ସିନ୍ଦୂରରେ ତାଙ୍କ ନାଁ
ତମ ଦେହରେ ତାଙ୍କ ଶୀତଳ ଛୁଆଁ
ତମ ଭାବନାରେ ତାଙ୍କ ସିକ୍ତ ଶିହରଣ
ତମ ଆଖିରେ ତାଙ୍କ ସ୍ୱପ୍ନର ଉପବନ।

Advertisment

ତମ ଭଲ ପାଇବାର ଅଗଣାରେ
ତମ ପ୍ରେମ ବିନ୍ଦୁରୁ ପରିଧି ଯାଏଁ
କେବଳ ସେ ହିଁ ସେ
ଦୁଃଖରେ ସୁଖରେ ଭଲରେ ମନ୍ଦରେ
ତମ ସଜ ସଜ ମୁହଁରେ
ଦେହର ପ୍ରତ୍ୟେକ ପାଖୁଡ଼ାରେ
କେବଳ ତାଙ୍କ ଅଧିକାର।

କିନ୍ତୁ ସେତେବେଳେ
ତମ ସିନ୍ଦୂର ବି ମୋତେ ଝାପସା ଦିଶେ
ଏକବାର ଲୁଚିଯାଏ ବାଦଲରେ
ଯେତେବେଳେ ମୋ ପ୍ରେମର ପୃଥିବୀରେ
ମୁଁ ନିଃସ୍ୱ ହୋଇ ତମକୁ ସର୍ବେସର୍ବା କରି ସାରିଥାଏ।

Advertisment

ସବୁବେଳେ ତମେ ପ୍ରେମିକା ପ୍ରେମିକା
ସଂଜ ସକାଳେ ଭିଜୁଥାଏ ତମ ପ୍ରେମେ
ଘଟଣା ଦୁର୍ଘଟଣା ବଦଳେଇ ପାରେନା

ମୋ ଚାରିପାଖେ ସୁନ୍ଦରୀ ଫୁଲଙ୍କ ଭିଡ଼
ମୁଁ କିନ୍ତୁ ବିଭୋର ତୁମରି ବାସ୍ନାରେ
ଫୁଲଙ୍କ ଆଖିରେ ମୋତେ ଆପଣେଇବାର ମୋହ
ମୋ ଆଖିରେ ତମକୁ ପାଇବାର ଲୋଭ

ଜାଣେନି ତୁମ ମନକୁ ମୁଁ କେତେ ଆବୋରିଛି
ମୋ ଆଖିର ଲାଳସାରୁ ବୁଝ ମୋ ପ୍ରେମିକପଣ
ତୁମକୁ ଅନୁଭବ କରି ନିଜକୁ ସାରୁଥାଏ ବାର ବାର।

ଷାଠିଏବାଟି, ଗୋଜାବନ୍ଧ, ମହାକାଳପଡ଼ା
କେନ୍ଦ୍ରାପଡ଼ା-୭୫୪୨୨୪
ମୋ - ୬୩୫୫୧୩୩୩୦୧
ojhaparameswar@gmail.com

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe