ମୁଁ ହାଟରୁ କିଣିଛି

ଦିବାଙ୍କର ସାହୁ ପାଖରେ କେହି ନାହାନ୍ତି। କେଉଁଠି ଅଛି ମୁଁ ବି ଜାଣିନି। ବାସ୍‌ ଏତିକି ଜାଣିଛି ଏଇଟା ଗୋଟେ ହସ୍ପିଟାଲ ଆଉ ମୁଁ ବେଡ ଉପରେ। ମୋ ଡାହାଣ ପାଖ  ପେଟ ବହୁତ ଦରଜ ଲାଗୁଛି । କ’ଣ ହେଇଛି ମୁଁ ଜାଣି ପାରୁନି । ବାସ ମୁଁ ଏତିକି ଜାଣିଛି ପୁଅ ଆଣି କୋଉ ଅଜଣା ବଜାର ପାଖେ ଛାଡ଼ି ଦେଇଗଲା। ଜଣେ କେହି ମଉସା ମଉସା କହି ତା ଘରକୁ ଯିବା ପାଇଁ […]

diba-nkar

diba-nkar

Biswobandita Swain
  • Published: Monday, 10 August 2020
  • Updated: 16 August 2020, 04:15 PM IST

Sports

Latest News

ଦିବାଙ୍କର ସାହୁ

ପାଖରେ କେହି ନାହାନ୍ତି। କେଉଁଠି ଅଛି ମୁଁ ବି ଜାଣିନି। ବାସ୍‌ ଏତିକି ଜାଣିଛି ଏଇଟା ଗୋଟେ ହସ୍ପିଟାଲ ଆଉ ମୁଁ ବେଡ ଉପରେ। ମୋ ଡାହାଣ ପାଖ  ପେଟ ବହୁତ ଦରଜ ଲାଗୁଛି । କ’ଣ ହେଇଛି ମୁଁ ଜାଣି ପାରୁନି । ବାସ ମୁଁ ଏତିକି ଜାଣିଛି ପୁଅ ଆଣି କୋଉ ଅଜଣା ବଜାର ପାଖେ ଛାଡ଼ି ଦେଇଗଲା। ଜଣେ କେହି ମଉସା ମଉସା କହି ତା ଘରକୁ ଯିବା ପାଇଁ ଗୋଟେ ଗାଡ଼ିରେ ବସେଇ ଦେଲା। ତା ପରେ ମୁଁ ଆଉ କହିପାରିବିନି। ପୁଅ ଖାଲି କହିଦେଇ ଗଲା...

ଘର ମୋର ଗୋଟେ ମଫସଲ ଗାଁରେ। ପାଠ ପଢିନି ମୂର୍ଖ ଲୋକ ମୁଁ। ଚାଷ ବାସ କରି ତିନି ପ୍ରାଣୀ କୁଟୁମ୍ବ ପୋଷେ। ବିବାହର ବହୁ ବର୍ଷ ଯାଏଁ ଛୁଆ ଟିଏ ହେଉନଥାଏ । ମୋ ସ୍ତ୍ରୀ କୁ ଗାଁ ଲୋକେ ଖରାପ କଥା କହିବାକୁ ଲାଗିଲେl ଗାଁ ଠାକୁରାଣୀଙ୍କ ପାଖରେ ଦୁହେଁ ବହୁବାର ଗୁହାରିଆ ବି ପଡ଼ିଲୁ। ବହୁତ କିଛି ଠାକୁରାଣୀଙ୍କୁ ଦେବା ପାଇଁ ଯାଚିଲୁ, ଓଷା, ଓପାସ, ମାନସିକ କୋଉଥିରେ ହେଳା କଲୁନି। ଯାହାହେଉ ଭଗବାନଙ୍କ ଦୟାରୁ ପୁଅଟିଏ ହେଲା l ଗୋଟିଏ ପୁଅ ତ ଭାରି ଗେଲ୍ହା l ଟିକେ ଟିକେ କଥାରେ ରୁଷି ଯାଏ l  ମା ତାର ବହୁତ ବୁଝା ସୁଝା କରିବା ପରେ ପୁଣି ଖାଇଦିଏ l ମୁଁ ତାକୁ ଗେଲ ରେ କୁହେ ତୁ ମୋ ପୁଅ ନୁହେଁ ମୁଁ ତତେ ହାଟରୁ କିଣି ଆଣିଛି ଆଉ ସେ ଚିଡ଼ି ଯାଏ l ପୁଣି ତାକୁ ମୁଁ ବୁଝେଇ ଦିଏ l ଏମିତି ଛୋଟ ସଂସାରଟି ମୋର ହସଖୁସିରେ ଚଳିଯାଉଥାଏ l ପୁଅ ଦଶମ ପାସ କରି କଲେଜ ଯାଉଥାଏ l ମା ତାର ଖୁବ ଖୁସି ପୁଅ ମୋର କଲେଜ ଗଲାଣି l ଦେଖିବ ସେ ବଡ଼ ହାକିମ ହେବ l ଧୀରେ ଧୀରେ ହସ ଖୁସି ସଂସାରରେ ଯେମିତି କଳା ବାଦଲ ଢାଙ୍କି ଆସିଲା। ତା ମା ଦେହ ଭୀଷଣ ଖରାପ ହୋଇଗଲା l କିଏ କହିଲା ଶନିପାତ ହେଇଛି ତ ଆଉ କିଏ କହିଲା ଠାକୁରାଣୀଙ୍କୁ କଣ ଯାଚିଥିଲା ପରା ଲୋଭରେ ପୂରଣ କରିନି ଆଉ । ସେଥିପାଇଁ ଠାକୁରାଣୀ କୋପ କଲେ । ପାଖରେ ପଇସା ବି ନ ଥାଏ । କେତେ କରଜ କରି ଧାଇଁବ ଡାକ୍ତରଖାନା l ଟଙ୍କା ପଇସା ଅଭାବ ରୁ ଶେଷରେ ତା ମାଆଟା ଅମ ସମସ୍ତଙ୍କୁ ପର କରି ଚାଲିଗଲା । ଆଉ ଗଲାବେଳେ କହିଗଲା, ଶୁଣ ମୋ ପୁଅ ଲାଗିଲା ତାର ଯତ୍ନ ନେବ l ଭାରି ନିଷ୍କପଟ ଛୁଆଟା ଛନ୍ଦ, ମନ୍ଦ କିଛି ଜାଣେନି l ମୋ ଆଖିରୁ ଲୁହ ଝରୁଥାଏ ଆଉ ମୁଁ ହଁ ମାରୁଥାଏ l ଶେଷରେ  ଘରେ ରହିଗଲୁ ଖାଲି ମୁଁ ଆଉ ମୋ ପୁଅ l ପୁଅ ପାଠ ପଢ଼ିଵ ବୋଲି ତାକୁ କୁଟା ଖଣ୍ଡକ ଦି ଖଣ୍ଡ କରିବାକୁ ମୁଁ ଦିଏନି l ଭଗବାନଙ୍କ ଦୟାରୁ ପୁଅ ଛୋଟ  ଚାକିରୀ ଖଣ୍ଡେ ପାଇଲା l ଦୁହେଁ ବେଶ ଆରାମରେ ଚଳିଲେ l ପୁଅର ବାହାଘର ବୟସ ହେଇଯାଇଥାଏ l

ମୁଁ ତ ତା ପାଇଁ ଘର ଖଣ୍ଡେ କରିପାରିଲିନି । ସେଇ ପୁରୁଣା ଝାଟିମାଟିଆ ଘରେ ତାର ବାହାଘର କରିଦେଲି । ଏବେ ମୁଁ ଚିନ୍ତାରୁ ମୁକ୍ତି l ପୁଅ ମୋର ଭାରି ଭଲ l ମୋ ପୁଅ ଭଳି କିଏ ହବ l ସଂସାର ଯାକରେ ମୋ ପୁଅ ଭଳି ଆଉ କେହି ହେବେନି l ତା ଗୁଣ ମୁଁ ଗାଁ ଯାକ ଗାଉଥାଏ l ଏଣେ ପୁରୁଣା କାଳିଆ ଘରେ ରହିବାକୁ ବୋହୂର ଜମାରୁ ଇଚ୍ଛା ନଥାଏ ।ଦିନ ରାତି ପୁଅ ଉପରେ ଖାଲି ଗର ଗର l ମୁଁ ଏ ଛୋଟ ଘରେ ଚଳି ପାରିବିନି l କାଲି ପିଲାଛୁଆ ହେବେ ସଂସାର ବଢିବ ନା ନାହିଁ l ଶୁଣ ତୁମ ଅଫିସ ତ ଏଠୁ ବହୁତ ଦୂର କେତେ ଦିନ ଏମିତି ବସ କି ଗାଡ଼ିରେ ଯିବା ଆସିବା କରୁଥିବ  l ତେଲ ଖର୍ଚ୍ଚ ବଳେଇ ଯାଉଛି l ତମେ ଗୋଟେ ଫ୍ଲାଟ ବୁଝୁନ ତୁମ ଅଫିସ ପାଖରେ ଆମେ କିଣିବା l ବୋହୁ କଥା ଶୁଶି ପୁଅ ଉତ୍ତରରେ କହିଲା, ହେଁ ବୁଝିଲ ତୁମ ମୁଣ୍ଡ ଫୁଣ୍ଡ ଖରାପ ହୋଇଗଲାଣି ବୋଧେ l ସେଠି ଫ୍ଲାଟ କିଣିବାକୁ କେତେ ଟଙ୍କା ଦରକାର ଜାଣିଛ ଟି...  ପୁରା ପଚିଶ ଲକ୍ଷ l ଅଛି ଅଛି ତମ ପାଖରେ ଏତେ ଟଙ୍କା l ବୋହୁ-ହୁଁ.. ଟଙ୍କା ଯୋଗାଡ଼ ହେଇଯିବନି l ତମେ ଆଗେ ମୋ ଦୂର ସମ୍ପର୍କୀୟ ମାଉସୀ ପୁଅ ଭାଇ ସହ କଥା ବାର୍ତ୍ତା ତ ହୁଅ l ସେ ତୁମକୁ ସବୁ ବୁଝେଇ ଦେବ l ହଉ ଠିକ ଅଛି ମୁଁ କଥା ହୋଇଯିବି l

ଏମିତି କିଛି ଦିନ ଚାଲି ଗଲା l ବୋହୁ ଖାଲି ବାରମ୍ବାର କହୁଥାଏ l ଶେଷରେ ଫ୍ଲାଟ ଦେଖିବାକୁ ଗଲେ ଆଉ ପସନ୍ଦ ବି ହେଇଗଲା l ଏବେ ଚିନ୍ତା ପଡ଼ିଲା ଟଙ୍କା ର l ଗୋଟେ ଯୋଡ଼େ ତ ନୁହେଁ ପୁରା ପଚିଶ ଲକ୍ଷ ଟଙ୍କା ସେ ପୁଣି ନଗଦ କ୍ୟାସ l ବାକି ରେ ତ ମିଳିବନି ନା l ବୋହୁ କହିଲା ଶୁଣ ତୁମ ଆକାଉଣ୍ଟ ରେ ଯେଉଁ ପାଞ୍ଚ ଲକ୍ଷ ଅଛି ଆଉ ମୋ ବାପଘରୁ ପାଞ୍ଚ ଲକ୍ଷ ଆଣୁଛି ମିଶି ଦଶ ଲକ୍ଷ ହୋଇଗଲା l ଆଉ ବାକି ପନ୍ଦର ଲକ୍ଷ, ଶୁଣ ଅମ ଏଇ ପୁରୁଣା ଘରଟା ବ୍ୟାଙ୍କ ରେ ବନ୍ଧା ପକେଇଦେଲେ ପ୍ରାୟ ପାଞ୍ଚ ଲକ୍ଷ ହେଇଯିବ l ବାକି ରହିଲା ଦଶ ଲକ୍ଷ ତାକୁ.... । ହଉ ଦେଖିବା ମୋ ମା ଙ୍କୁ ପଚାରି କଣ ଗୋଟେ ଉପାୟ ବାହାର କରିବା l ପୁଅ ଅଫିସ ଚାଲିଗଲା l ବୋହୁ ଚିନ୍ତା ରେ ଥାଏ କଣ କରିବ। କେମିତି ଆଉ ଦଶ ଲକ୍ଷ ଯୋଗାଡ଼ ହେବ l ତା ମା କୁ ଫୋନ ଲଗେଇଲା l ହ୍ୟାଲୋ ମା ମା ମୋତେ ଚିନ୍ତା ଲାଗିଲାଣି ଆଉ ଦଶ ଲକ୍ଷ କୋଉଠୁ ଆଣିବି କିଛି ବୁଝି ପାରୁନି l ମା ବହୁତ ଆଇଡ଼ିଆ ଦେଲା ହେଲେ ଝିଅ ମନକୁ କିଛି ପସନ୍ଦ ଆସିଲାନି l ଶେଷରେ ମା ମୁଣ୍ଡକୁ ଝିଅର ଶ୍ୱଶୁର କଥା ଆସିଲା l ଝିଅ ଶୁଣ ଅମ ଘର ପାଖେ ଯୋଉ ଡାକ୍ତର ଅଙ୍କଲ ଏବେ ଭଡାରେ ଅଛନ୍ତି ସେ କହୁଥିଲେ ଜଣକର କିଡ଼ନୀ ଦରକାର l ପୁରା ପାଞ୍ଚ ଲକ୍ଷ ମିଳିଯିବ ଆଉ ପୁରା ବଡି ବିକ୍ରି କରିଦେଲେ ପ୍ରାୟ ଦଶ ଲକ୍ଷ ରୁ ଅଧିକା ମିଳିଯିବ l ଏମିତିରେ ବୁଢ଼ାର ବଞ୍ଚି ଆଉ କି ଲାଭ । ଖାଲି ଖର୍ଚ୍ଚlନ୍ତି ଛଡ଼ା ଆଉ କିଛି ନୁହେଁ l ବୁଢ଼ା ଏବେ ସିନା ଭଲ ଅଛି କାଲି କୁ କାଲି ରୋଗ ବାଗ ହେବନା ନାହିଁ l ଶୁଣୁ ମୋ କଥା ମାନ ଜ୍ୱାଇଁ କୁ କହ ସେ ରାଜି ହେଇଯିବେ । ତୁ ବ୍ୟସ୍ତ ହ ନା । ମୁଁ ଏପଟେ ସବୁ ବୁଝିଦେବି l ବୋହୁ ର ତ ଆଉ ବାଟ ନ ଥାଏ l ପୁଅ ଅଫିସ ରୁ ଫେରି ଖାଇବା ପିଇବା ଶେଷ କଲା l ସ୍ତ୍ରୀ ଅନ୍ୟମନସ୍କ ଲାଗୁଥାଏ ପୁଅ ପଚାରିଲା କଣ ହେଇଛି l କିଛି ବୁଝିଲ ଟଙ୍କା କଥା l ହଁ ବୁଝିଲି ଯେ.. l ଯେ ପୁଣି କଣ l ତମେ କାଳେ ରାଗିବ... । ନା ରାଗିବି କାହିଁକି କଣ କହିବ କୁହ l ଆଛା ବାପା ତ ଆଉ କିଛି କରୁନାହାନ୍ତି l କାଲି କି କାଲି ରୋଗ ମାଡିବସିବ l ପୁଣି ଟଙ୍କା ପଇସା ଖର୍ଚ୍ଚ ହେବ l ବୋଉଙ୍କ ଦେହରେ କରଜ କରି ଲଗେଇଥିଲ ଯେ ଗଲା ବର୍ଷ ସୁଝା ସରିଛି । ମୁଁ କଣ କହୁଥିଲି କି ମୋ ମା କହୁଥିଲା ଅମ ଘର ପାଖରେ ଜଣେ ବଡ଼ ଡାକ୍ତର ରହୁଛନ୍ତି l ସେ କହୁଥିଲେ ଯେ କୌଣସି ଲୋକ ର ଶରୀର ବିକ୍ରି କରିଦେଲେ ଦଶ ଲକ୍ଷ ଟଙ୍କା ନଗଦ ମିଳିବ ବୋଲି। ପୁଅ-ମାନେ କଣ କହୁବାକୁ ଚାହୁଁଛ ତମେ ଗୋଟେ ଫ୍ଲାଟ ପାଇଁ ମୁଁ ମୋ ବାପାକୁ ବିକ୍ରି କରିଦେବି ? ଲୋକେ ମତେ କଣ କହିବେ l ଓହୋ ସେ ଲୋକଙ୍କ କଥାରୁ କଣ ମିଳିବ। ଆମେ କହିବା ବାପା ତୀର୍ଥ କରିବାକୁ ଯାଇଛନ୍ତି l ନା ନା ମୁଁ ସେ କାମ କରିପାରିବିନି l ତାହାଲେ ସେ ଅଫିସ ପାଖ ଫ୍ଲାଟ କଣ ଆମେ ଛାଡ଼ିଦେବା l ଶୁଣ ମୁଁ କହିଦଉଛି ଯଦି ତମେ ସେ ଫ୍ଲାଟ ନ କିଣ ତେବେ.... ତେବେ ମୁଁ ସୁଈସାଇଡ କରିଦେବି l ଆରେ ତମେ କାହିଁକି ଅବୁଝା ହଉଛ । ମତେ ଆଜି ରାତିକ ସମୟ ଦିଅ ସକାଳୁ କିଛି ଗୋଟେ କରିବା l

ରାତି ଯାକ ପୁଅକୁ ନିଦ ନଥାଏ l ଏପଟେ ପତ୍ନୀ ଅନ୍ୟ ପଟେ ବାପା l କଣ କରିବ କିଛି ଭାବିପାରୁନଥାଏ l ଶେଷରେ ସ୍ଥିରିକୃତ କଲା ଯେ ନା ବାପା ଆଜି ଅଛି କାଲି କୁ ନ ଥିବ, ହେଲେ ମୋ ଭବିଷ୍ୟତ ହେଉଛି ମୋ ସ୍ତ୍ରୀ l ସକାଳୁ ସକାଳୁ ସ୍ତ୍ରୀ କୁ ନିଷ୍ପତି ଜଣେଇ ଦେଲା l ଯୋଜନା ମୁତାବକ ସବୁ କାମ ହେଲା l ପୁଅ ବୁଲେଇ ନବ କହି ଗାଡ଼ିରେ ନେଇଗଲା l ବହୁତ ଦୂର ଗୋଟେ ହାଟ ପାଖରେ ଗାଡ଼ି ରଖିଲା l କହିଲା ବାପା ଓହ୍ଲାଅ ମୁଁ ଓହ୍ଲେଇ ଗଲି l ପଚାରିଲି ଏଇ ହାଟ ମଝିଟାରେ କଣ ଓହ୍ଲେଇ ଦେଲୁ। ସେ କହିଲା ବାପା ମନେ ଅଛି ତମର... ମତେ କହୁଥିଲ ପରା ତତେ ହାଟରୁ କିଣିକି ଆଣିଛି, ନେଇକି ବିକି ଦେଇ ଆସିବି । ଆଜି ମୁଁ ଜିତି ଯାଇଛି ଆଉ ତମକୁ ବିକ୍ରି କରିଦେଇଛି । ଗଲା ଯେ ଗଲା ଆଉ ଫେରିଲାନି ।
ମୁଁ ଭାବିଲି ମୁଁ ତ ଥଟ୍ଟା ରେ କୁହେ ସେ ବି ସେମିତି ଥଟ୍ଟାରେ କହୁଥିବ ।

ପାଖାପାଖି ତିନି -ଚାରି ଘଣ୍ଟା ଅପେକ୍ଷା କଲା ପରେ ଗୋଟେ ଲୋକ ଆସିଲା କହିଲା ମଉସା ଆସ ତୁମ ପୁଅ ପଠେଇଛି ଯିବା l ଆଉ ମୁଁ ଚାଲି ଆସିଲି। ତା ପରେ ମତେ ବେହୋସ କରିଦେଲେ l ମୁଁ ଏଇ ବେଡ଼ ଉପରେ କଣ କରୁଛି ମୁଁ ବି ଜାଣିନି। (କ୍ରମଃଶ)...

ଇମେଲ୍‌-dibankar19@gmail.com

ଫୋନ୍- ୭୨୦୫୧୩୫୧୦୦

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story