Advertisment

ଏଇ ସେଇ କୁହୁକ କୋଠା

ଏଠି ବେଳ ବୁଡ଼ିଲେ ଇନ୍ଦ୍ରିୟ ପାଲଟନ୍ତି ବାରଙ୍ଗନା ବୟସ ସବୁ ମହାବଳ ବାଘ ମୃଗ ପରି ଧାଆନ୍ତି ବୃଦ୍ଧମାନେ ବେଗ କମିଲେ ବି ରୁହନ୍ତି ବଗ ପରି ଧ୍ୟାନ ମଗ୍ନ ଏଠି ଯୌବନର ଗର୍ଜନକୁ ତୁନି କରିବାକୁ ଗଦ ରଖିଥାଏ ରମା ରୂପଜୀବୀ ଏଠି କଳା କସ୍ତୁରୀ ଶୁଙ୍ଘିବା ପାଇଁ ମାଡପିଟ ନିର୍ଲଜ ଆଉ ଇଜ୍ଜତଦାର ଯନ୍ତ୍ରଣାରେ ଲୋମ ସବୁ ଟାଙ୍କୁରି ଉଠେ ଲହୁଲୁହାଣ ହେଲେ ବେଶ୍‌ ଲାଭ ହୁଏ ଏଠି ବାକି କମ୍‌, ଆଦାୟ ଅଧିକା […]

ଅଦ୍ୟତନ ହୋଇଛି
ଏଇ ସେଇ କୁହୁକ କୋଠା

rakesh

Advertisment

ଏଠି ବେଳ ବୁଡ଼ିଲେ ଇନ୍ଦ୍ରିୟ ପାଲଟନ୍ତି ବାରଙ୍ଗନା
ବୟସ ସବୁ ମହାବଳ ବାଘ
ମୃଗ ପରି ଧାଆନ୍ତି ବୃଦ୍ଧମାନେ
ବେଗ କମିଲେ ବି ରୁହନ୍ତି ବଗ ପରି ଧ୍ୟାନ ମଗ୍ନ
ଏଠି ଯୌବନର ଗର୍ଜନକୁ ତୁନି କରିବାକୁ ଗଦ ରଖିଥାଏ ରମା ରୂପଜୀବୀ
ଏଠି କଳା କସ୍ତୁରୀ ଶୁଙ୍ଘିବା ପାଇଁ ମାଡପିଟ ନିର୍ଲଜ ଆଉ ଇଜ୍ଜତଦାର
ଯନ୍ତ୍ରଣାରେ ଲୋମ ସବୁ ଟାଙ୍କୁରି ଉଠେ
ଲହୁଲୁହାଣ ହେଲେ ବେଶ୍‌ ଲାଭ ହୁଏ
ଏଠି ବାକି କମ୍‌, ଆଦାୟ ଅଧିକା
ଏ ହେଉଛି ସେହି କୁହୁକ କୋଠା....

Advertisment

ଯେଉଁଠି ଅଧା ଆଲୁଅ ଅଧା ଅନ୍ଧାରରେ
ଅନୁମାନ କରି ଅନ୍ଧ ବି ଶୁଷ୍କ ଶରୀରକୁ ଓଦା କରେ..

ଏଠି ପ୍ରଣୟ ନାହିଁ, ନାହିଁ ପ୍ରଳାପ କି ପ୍ରଳୟ
ଏଠି ଦେହ ଦରିଦ୍ରଙ୍କ ମେଳା
ନାହିଁ ଚିନ୍ତା, କ୍ରୋଧ, ହିଂସାର ଭୟ
ଏଠି ଶୋଇ ପଡିଲେ ଶାନ୍ତି, ସ୍ୱପ୍ନ କରନ୍ତିନି ଅସ୍ତବ୍ୟସ୍ତ
ଏଠି ଅତୃପ୍ତି, ଅସ୍ଥିରତାକୁ ବଶ କରନ୍ତି ମାଳମାଳ ମୋହମାୟୀ
ଏଠି ମଉଁନ ମୁହାଁ ମଣିଷ ସବୁ ମାଂସ ମାନସାଙ୍କ ମୁଖସ୍ତ କରନ୍ତି,
ଏଠି ଦୀପ ଜଳେ ଆଉ ଲିଭେ
ପବନରେ ନୁହେଁ
ଉତ୍ତପ୍ତ ନିଃଶ୍ୱାସର ଝାସରେ
ଏଠି ଦୁଃଖ କମ୍‌ ସୁଖ ଅଧିକା
ଏ ହେଉଛି ସେହି କୁହୁକ କୋଠା...

ଯେଉଁଠି ଅଧା ଆଲୁଅ ଅଧା ଅନ୍ଧାରରେ
ବଧିର ଅଧିର ହୋଇଯିବ ଶୁଣି ଚିତ୍କାର..

ଏଠି ଯୋଗୀ, ଭୋଗୀ, ରୋଗୀ
ସମସ୍ତେ ମୋକ୍ଷ ଖୋଜନ୍ତି..
ଚତୁର ଚିତ୍‌ ମାରେ
ଲୋଭୀ ସର୍ବସ୍ୱ ଦାନ କରେ
ଜିତେନ୍ଦ୍ରିୟର ଜିତାପଟ ହୁଏନା
ଇଚ୍ଛା ଜିତେ, ବେଉସା ବଢେ..

Advertisment

ଏଠି କାମନା ବାସନାର ଦାହ ହୁଏ
ରାଗ, ଋଷା, ମାନ ଅଭିମାନ ସମାଧି ସ୍ଥଳ
କୂଟ, କପଟହୀନ କୁହୁକ କୋଠା..

ଯେଉଁଠି ଅଧା ଆଲୁଅ ଅଧା ଅନ୍ଧାରରେ
ମଣିଷ ଖୋଜନ୍ତି,
ଆକାଶ ନୁହେଁ ପାତାଳ..
ସ୍ୱର୍ଗ ନୁହେଁ ଶାନ୍ତି !!!
.....................................

ରାକେଶ କୁମାର ମହାପାତ୍ର
ନୟାଗଡ଼
୯୫୮୩୪୫୯୮୬୮

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe