soumya
କିଏ କହିଲା ସେମାନେ କାନ୍ଦନ୍ତିନି
କିଏ କହିଲା ସେମାନେ ଡ଼ରନ୍ତିନି
ସବୁ ଯନ୍ତ୍ରଣା ସବୁ କଷ୍ଟ ଅନୁଭବ କରନ୍ତି
ପୁରୁଷମାନେ ବି କାନ୍ଦନ୍ତି...
ହଁ , ସେମାନଙ୍କ ଲୁହର ମାଧ୍ୟମ ଭିନ୍ନ
ସେମାନଙ୍କ ଦୁଃଖ ପ୍ରକାଶର ମାଧ୍ୟମ ବି ଭିନ୍ନ
କେବେ କାମରେ ବ୍ୟସ୍ତ ରହି ଦୁଃଖ ଲୁଚାନ୍ତି
ତ କେବେ ଦୁଃଖରେ ଥିଲେ ବି ହସି ଦିଅନ୍ତି..
ପୁରୁଷମାନେ ବି କାନ୍ଦନ୍ତି..
କେବଳ ତଫାତ ଏତିକି ଝରେନା ଆଖିରୁ ଲୁହ
ବାହାରି ପାରେନା ଅନ୍ତରର କୋହ
ସବୁ ଲୁହକୁ ବାଷ୍ପୀଭୂତ କରନ୍ତି
ପୁରୁଷମାନେ ବି କାନ୍ଦନ୍ତି...
କେବେ ସମାଜକୁ ଡରି
ତ କେବେ ପୁରୁଷ ପଣିଆର ଦ୍ୱାହି ଦେଇ
ସବୁ ଦୁଃଖକୁ ଆକଣ୍ଠ କରନ୍ତି
ପୁରୁଷମାନେ ବି କାନ୍ଦନ୍ତି...
ଅନ୍ଧାର ରାତି ତାଙ୍କୁ ବି ଡରାଏ
ପ୍ରଚଣ୍ଡ ଘଡଘଡି ଶବ୍ଦ ତାଙ୍କୁ ବି ଥରାଏ
ନିଜ ଡ଼ରକୁ ଚାପି ରଖି ପୌରୁଷ୍ୱତ୍ୱକୁ ଦେଖନ୍ତି
ପୁରୁଷମାନେ ବି କାନ୍ଦନ୍ତି..
କେବେ ମା’ର ଦୁଃଖରେ ମର୍ମାହତ
କେବେ ଜାୟା,ସନ୍ତାନ କଷ୍ଟରେ ସନ୍ତପ୍ତ
ସବୁ ବିଷକୁ ପାନ କରି ନୀଳକଣ୍ଠ ସାଜନ୍ତି
ପୁରୁଷମାନେ ବି କାନ୍ଦନ୍ତି...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/soumya.jpg)