Advertisment

ନିରୁଦ୍ଦିଷ୍ଟ

କାଲିଯାଏ ତୁମେ ମୋ ପାଖରେ ଥିଲ କଞ୍ଚା ପତ୍ରର ଗହଳି ଭିତରେ ସିଟି ମାରୁଥିଲ.. ବେଳଉଣ୍ଡି ଟାଣି ନେଉଥିଲ ମୋତେ ଜହ୍ନ ଆଲୁଅରେ କେନ୍ଦୁଗଛ ମୂଳେ ଦେଉଥିଲ ଚୁମା, କେନ୍ଦୁଫଳ ଭଳିଆ ଚୁମାରେ ତୁମର ମୋ ଦେହରେ ଫୁଟିଯାଉଥିଲା ଗୁଦୁଗୁଦୁଆ ବୋମା। ତୁମକୁ ଦେଖି ଈର୍ଷା କରୁଥିଲି ମୁଁ ଈର୍ଷା କରୁଥିଲା ଜହ୍ନ ଈର୍ଷା ବି କରୁଥିଲା ସାନ ଚିନ୍ଦିରି ବଡ଼ ଚିନ୍ଦିରି ଚ଼କମା ମାଲଦା ଜୟନ୍ତ ଗିରି.. ଅଥଚ, ଏଇ କେଇଟା ଦିନ ଭିତରେ […]

author-image
Puspanjali Panda
ଅଦ୍ୟତନ ହୋଇଛି
ନିରୁଦ୍ଦିଷ୍ଟ

poem

publive-imageକାଲିଯାଏ ତୁମେ
ମୋ ପାଖରେ ଥିଲ
କଞ୍ଚା ପତ୍ରର ଗହଳି ଭିତରେ
ସିଟି ମାରୁଥିଲ..

ବେଳଉଣ୍ଡି ଟାଣି ନେଉଥିଲ ମୋତେ
ଜହ୍ନ ଆଲୁଅରେ କେନ୍ଦୁଗଛ ମୂଳେ
ଦେଉଥିଲ ଚୁମା,
କେନ୍ଦୁଫଳ ଭଳିଆ ଚୁମାରେ ତୁମର
ମୋ ଦେହରେ ଫୁଟିଯାଉଥିଲା
ଗୁଦୁଗୁଦୁଆ ବୋମା।

Advertisment

ତୁମକୁ ଦେଖି ଈର୍ଷା କରୁଥିଲି ମୁଁ
ଈର୍ଷା କରୁଥିଲା ଜହ୍ନ
ଈର୍ଷା ବି କରୁଥିଲା ସାନ ଚିନ୍ଦିରି ବଡ଼ ଚିନ୍ଦିରି
ଚ଼କମା ମାଲଦା ଜୟନ୍ତ ଗିରି..

ଅଥଚ, ଏଇ କେଇଟା ଦିନ ଭିତରେ
କ’ଣ ହେଲା କେଜାଣି
ଦିନର ଗହଳି ଭିତରେ
ତୁମେ କେଉଁଠି ଯେ ହଜିଗଲ !

Advertisment

ଏବେ ଖବର କଗଜରେ ଇସ୍ତାହାରରେ
ପ୍ରତିଦିନ ଆସୁଛି ତୁମ ଛବି
ତୁମେ କୁଆଡେ଼ ନିରୁଦ୍ଦିଷ୍ଟ ପାଲଟି ଗଲ।

ଏବେ ଏଠି,
ମାଟି ନୁହେଁ ବିଶ୍ୱାସର ପାତ୍ର
ସବୁଜିମା ନୁହେଁ ବିଶ୍ୱାସର ଯୋଗ୍ୟ
ଏବେତ ଛାତ ଉପରେ
କଂକ୍ରିଟ୍ କୁଣ୍ଡ ଆଉ କ୍ୟାକ୍ଟସ୍
ପୁଣି ଛାତ ତଳେ ଠିଆ ହୋଇଛି ବିଷକନ୍ୟା..

ଏମିତିରେ ତୁମକୁ କେମିତି ଖୋଜିବି କୁହ
ଏବେତ ସହର ସାରା ଅଚିହ୍ନା ସ୍ୱର
ଏବଂ ନିଅନ୍ ଆଲୁଅର ବନ୍ୟା।

କବି : ଶୁଭ ନାରାୟଣ ସ୍ୱାଇଁ
ବେହେରାମାଲ‌୍‍
ଝାରସୁଗୁଡ଼ା
ଯୋଗାଯୋଗ: ୮୪୮୦୧୯୬୫୩୨