Advertisment

ଅର୍ଦ୍ଧାଙ୍ଗିନୀ

ବାସନ୍ତୀ କଥା ତମର ମନେ ଅଛି? ଦାନିଏଲ ପିଉସା କାଲି ଦେଖା ହୋଇଥିଲେ, ମଞ୍ଚ ଉପରେ ବି କଥା କଥାରେ ବାସନ୍ତୀ କଥା କହିଦେଉଥିଲେ !   ବାସନ୍ତୀ, ତାଙ୍କର ଗୋଟେ ଆଖି, ଗୋଟେ କାନ, ଗୋଟେ ପଟ ଗାଲ, ଆଉ ଗୋଟେ କାନ୍ଧ ଗୋଟେ ପଟ ଚପଲ ପୁରା କଥାରେ ବାସନ୍ତୀ ତାଙ୍କର ଅର୍ଦ୍ଧାଙ୍ଗିନୀ !   ବାସନ୍ତୀ ଆଉ ରହୁନି ପିଉସାଙ୍କ ସହିତ ପିଉସାଙ୍କର ସବୁ ପ୍ରେମ ବାସନ୍ତୀର ଆଉ ସବୁ ରାଗବି ବାସନ୍ତୀର। […]

ଅଦ୍ୟତନ ହୋଇଛି
ଅର୍ଦ୍ଧାଙ୍ଗିନୀ

Adhrangini

Advertisment

ବାସନ୍ତୀ କଥା ତମର ମନେ ଅଛି?

ଦାନିଏଲ ପିଉସା କାଲି ଦେଖା ହୋଇଥିଲେ,

ମଞ୍ଚ ଉପରେ ବି କଥା କଥାରେ

ବାସନ୍ତୀ କଥା କହିଦେଉଥିଲେ !

ବାସନ୍ତୀ, ତାଙ୍କର ଗୋଟେ ଆଖି,

ଗୋଟେ କାନ, ଗୋଟେ ପଟ ଗାଲ,

ଆଉ ଗୋଟେ କାନ୍ଧ

ଗୋଟେ ପଟ ଚପଲ

ପୁରା କଥାରେ ବାସନ୍ତୀ ତାଙ୍କର ଅର୍ଦ୍ଧାଙ୍ଗିନୀ !

ବାସନ୍ତୀ ଆଉ ରହୁନି ପିଉସାଙ୍କ ସହିତ

ପିଉସାଙ୍କର ସବୁ ପ୍ରେମ ବାସନ୍ତୀର

ଆଉ ସବୁ ରାଗବି ବାସନ୍ତୀର।

ହେଲେ ପିଉସାଙ୍କ ଏବେକା ଯେତେସବୁ ରାଗ

ବଖାଣିବା ଅନୁଚିତ।

ପିଉସାଙ୍କ ମନ ଅଛି,

ହେଲେ ଏବେ ସେଠି ଘୃଣାର କୁଢ଼ କୁଢ଼ ମଇଳା

ଅବିଶ୍ୱାସର ଲମ୍ବା ଲମ୍ବା ଘାସ

ଅଭିମାନର ବୁଢ଼ିଆଣୀ ଜାଲ।

ଯୋଉ ଛାତିର ଚାରିଛକରେ

ବାସନ୍ତୀ ପ୍ରେମର ହୋଡିଂ ଥିଲା

ସେ ହୋଡିଂ ଏବେ ଏବେ ସୁନାମୀ ମାଡ଼ରେ

ଲାପତ୍ତା ବୋଲି ଖବର ଆସିଲା।

ଶୁଣ !

ପାରିବ ଯଦି

ପିଉସାଙ୍କୁ ଥରେ ସାଙ୍ଗରେ ଆଣିବ।

ମୁଁ ଦେଖେଇବି

ନିରବତା କେମିତି ପରିଚୟ ପାଲଟେ,

ସ୍ୱପ୍ନସବୁ କେମିତି ପ୍ରଶ୍ନ ପଚାରେ,

ଏକଲାପଣ କେମିତି ଝୁଣି ଖାଏ।

ସବୁ ପରେ ବି ବାସନ୍ତୀ କାହିଁକି ଫେରିପାରେନି

ସବୁ ପରେ ବି କେମିତି ଦୋହଲି ଯାଏ ସମ୍ପର୍କ

ପାଣିଚିଆ ହୁଏ ମନ।

ପିଉସାଙ୍କୁ କହିବ

ବାସନ୍ତୀ ଏବେବି ଅଛି

ଗୋଟେ ହାତରେ ଚା’ କପ

ଆର ହାତରେ ପିଉସା ଶିଖେଇଥିବା

ସ୍ଲୋଗାନ ମୁଠେଇଛି।

ଜଞ୍ଜାଳ ଆପଣେଇଛି ସତ

ହେଲେ ସବୁଦିନ ତାକୁ

ପ୍ରଶ୍ନ କରୁଥିବା ଆଖିମାନଙ୍କୁ ଓପାଡ଼ି ଦେଇଛି,

ପିଉସାଙ୍କ ଚୌକିର

ଭଙ୍ଗା ହାତକୁ ସଜାଡ଼ି ଦେଉଛି।

ପିଉସାଙ୍କୁ କହିବ

ବାସନ୍ତୀ ଏବେ ବି ଅଛି

ପରିଚୟ ଯାହା ଖାଲି ବଦଳି ଯାଇଛି।

ମୋବାଇଲ୍- ୯୪୩୯୭୪୯୨୩୫

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe