Advertisment

ସବୁ ମିଛ କଥା !

ପୃଥିବୀକୁ ଆମେ ହିଁ ବଞ୍ଚେଇ ପାରିବା ପ୍ରଦୂଷଣକୁ କେବଳ ଆମେ ହିଁ ରୋକିପାରିବା କିନ୍ତୁ, ପ୍ରମାଣିତ ହେଲା ଯେ ମଣିଷ ଯେ ଯାଏଁ ଘରୁ ଗୋଡ଼ ନକାଢ଼ିଛି ବସୁଧା ନିଜକୁ ନିଜେ କ୍ଷୀପ୍ର ଗତିରେ ସୁଧାରି ନେଉଛି ॥ ସବୁ ମିଛ କଥା ! ବିନା ଜଙ୍କଫୁଡ୍‌ରେ ଜିଇଁବା ଅସମ୍ଭବ କିନ୍ତୁ, ସବୁ ଜଙ୍କଫୁଡ୍‌ ରେଷ୍ଟୁରାଣ୍ଟ ବନ୍ଦ ତଥାପି ଦୁନିଆ ଚାଲିଛି ॥ ଘରେ ରହି କାମ କରିବା ମୁସ୍କିଲ୍ ୟେ ବି ଗୋଟିଏ ମିଛ କଥା […]

author-image
Puspanjali Panda
ଅଦ୍ୟତନ ହୋଇଛି
ସବୁ ମିଛ କଥା !

Sabu-Michha-Katha

ପୃଥିବୀକୁ ଆମେ ହିଁ ବଞ୍ଚେଇ ପାରିବା
ପ୍ରଦୂଷଣକୁ କେବଳ ଆମେ ହିଁ ରୋକିପାରିବା
କିନ୍ତୁ, ପ୍ରମାଣିତ ହେଲା ଯେ
ମଣିଷ ଯେ ଯାଏଁ ଘରୁ ଗୋଡ଼ ନକାଢ଼ିଛି
ବସୁଧା ନିଜକୁ ନିଜେ କ୍ଷୀପ୍ର ଗତିରେ ସୁଧାରି ନେଉଛି ॥

Advertisment

ସବୁ ମିଛ କଥା !
ବିନା ଜଙ୍କଫୁଡ୍‌ରେ ଜିଇଁବା ଅସମ୍ଭବ
କିନ୍ତୁ, ସବୁ ଜଙ୍କଫୁଡ୍‌ ରେଷ୍ଟୁରାଣ୍ଟ ବନ୍ଦ
ତଥାପି ଦୁନିଆ ଚାଲିଛି ॥

ଘରେ ରହି କାମ କରିବା ମୁସ୍କିଲ୍
ୟେ ବି ଗୋଟିଏ ମିଛ କଥା !

ସବୁ ମିଛ କଥା !
ଆମ କ୍ରିକେଟ୍ ଷ୍ଟାର୍, ଫିଲ୍ମ ଷ୍ଟାର ଅସଲ ହିରୋ/ଭଗବାନ
କିନ୍ତୁ ସ୍ପଷ୍ଟ ହେଲା
ଏମାନେ କେବଳ ଏଣ୍ଟରଟେନର୍
ଅସଲ ହିରୋ ତ ମୈଦାନରେ ,ଈଶ୍ୱର ତ ହସ୍ପିଟାଲରେ

Advertisment

ସବୁ ମିଛ କଥା !
ଜ୍ୟୋତିଷ, ମୌଲବୀ, ପଣ୍ଡିତ, ପୂଜକ
ରୋଗୀଙ୍କୁ ବଞ୍ଚାଇ ପାରିବେ
ୟୁରୋପୀୟ ବହୁତ ସମଝଦାର ଓ ଶିକ୍ଷିତ
ୟେ ବି ମିଛ !

ସବୁ ମିଛ କଥା !
ଡିଜେଲ୍, ପେଟ୍ରୋଲ, ସୁନା, ରୂପା ବହୁତ ମହଙ୍ଗା
ଏବେ କିନ୍ତୁ ସ୍ପଷ୍ଟ ହେଲା
ଆମ ବିନା ଏସବୁର ମୂଲ୍ୟ ହିଁ ନାହିଁ॥

ପ୍ରାଣୀ ଉଦ୍ୟାନର ଜୀବଜନ୍ତୁଙ୍କୁ ଦେଖି ଆନନ୍ଦ ଲାଗୁଥିଲା
ଏବେ କିନ୍ତୁ, ଅନୁଭବ ହେଉଛି ବନ୍ଦୀ ଜୀବନର ଯନ୍ତ୍ରଣା ॥

ସବୁ ମିଛ କଥା !
ସପିଂ ମଲ୍ ବନ୍ଦ ହୋଇଗଲେ ଅଟକି ଯିବ ଦୁନିଆ
ସପିଂ ମଲ୍ ତ ବନ୍ଦ ଅଛି
ବ୍ରାଣ୍ଡ ବି ବନ୍ଦ, ବଦଖର୍ଚ୍ଚ ବି ବନ୍ଦ
ଅନେକ ଦିନ ହେଲାଣି
ଛୁଟି କାଟିବାକୁ କୁଆଡ଼େ ଯାଇନୁ
ତଥାପି ଦୁନିଆ ଚାଲିଛି॥

ଘର ଅଗଣାରେ ପିଲା ଖେଳୁଛନ୍ତି
ପରିବାର ସହ ଆପଣଙ୍କ ସମୟ କଟୁଛି
ଏବେ ବି ଫୁଲ ଫୁଟୁଛି
କୁଳୁକୁଳୁ ହୋଇ ନିର୍ମଳ ନଦୀ ବହୁଛି
ପବନ ସହ ତାଳଦେଇ କୋଇଲି ଗୀତ ଗାଉଛି
ଗାଈ କ୍ଷୀର ଦେଉଛି
କୁକୁଡ଼ା ଅଣ୍ଡା ଦେଉଛି
ଫଳ, ମୂଳ, ପନିପରିବାରେ କ୍ଷେତ ହସୁଛି
ଘରଦାଣ୍ଡରୁ ଶୁଭୁଛି ପରିବାବାଲାର ଡାକ
ଅର୍ଥାତ, ଦୁନିଆ ଚାଲିଛି

ହଁ, ଫରକ୍ ପଡ଼ିଛି କିନ୍ତୁ
କେବଳ ନକଲି ଜୀବନଶୈଳୀକୁ
ଅସଲ ଜୀବନଶୈଳୀ ତ ଟ୍ରାକ୍‌ରେ ଦୌଡୁଛି
ଅର୍ଥାତ, ଦୁନିଆ ଚାଲିଛି
ତେଣୁ ତ କହୁଛି, ସବୁ ମିଛ କଥା॥

ଅନୁବାଦ: ଲକ୍ଷ୍ମୀକାନ୍ତ ବାଗ
ବି:ଦ୍ର: ସୋଶାଲ୍ ମିଡିଆରୁ ସଂଗୃହୀତ