kabita
ଆକାଶଠୁ ବ୍ୟାପ୍ତ କିଛି ସମ୍ପର୍କ
ମାଟିରୁ ଅନ୍ତରୀକ୍ଷ ଯାଏ…
ମୁଁ କୁହେ ବା ନକୁହେ
ତୁମେ ବୁଝିଯାଅ
ମୋ ଲେଖାକୁ…
ତୁମେ କ’ଣ ଅନୁଭବ କରିପାର
ଭାବନାକୁ ସ୍ଵପ୍ନ କରି
କବିତାରେ ଶବ୍ଦର ସ୍ପର୍ଶ ଦେଲି…
ଥରେ ନୁହେଁ
ଅଧେ ନୁହେଁ
ଅନେକ ଥର
ମୋ ଭାବନାକୁ
ତମ ଭିତରେ
ମୋ ଅସ୍ତିତ୍ୱର
ସ୍ପନ୍ଦନ କରି ଶୁଣେ…
ଶୁଣିଛି ବିସ୍ତୃତି ଏବଂ ମୁକ୍ତି
ଭିତରେ ପାର୍ଥକ୍ୟ ନା ....
ତମ କଥାର ସମ୍ମୋହନରେ
ମୁଁ ମୁକ୍ତିର ଇଚ୍ଛା ରଖେ
ଏତେ ଅଭିମାନ କାହା ଉପରେ ଯେ
ଚାଲ, ଉନ୍ମୁକ୍ତ ଆକାଶର ତଲାସରେ ଯିବା
ଯେଉଁଠି କିଛି ବାରଣ ନଥିବ…
ତମେ କହୁଥିବା ପ୍ରତିଟି କଥା
ମୋ ଦେହରେ ସଞ୍ଚରି ଯିବ
ତମ ସ୍ପର୍ଶ ପରି…
କିଏ ଜଣେ ଥାଏ ବୋଲି
ମୋର ଅସହାୟତାକୁ ବି ମୁଁ,
ଶଦ୍ଦର ସ୍ପର୍ଶ ଦେଇଥାଏ…
ବେଳେବେଳେ ତୁଳୀରେ ରଙ୍ଗ ଦେଇ
ଆଙ୍କି ଦେଇପାରେ
ମୋର କବିତାର ପୃଥିବୀକୁ…
ଅପେକ୍ଷାରେ ତ ସବୁକିଛି ନା .....
ଏବେବି.....
କିଛି ଶବ୍ଦର ଅପେକ୍ଷାରେ....
ଆଉ ସେହି ସ୍ପର୍ଶକୁ ବି......
.....................
ଶୃତିଶିଖା ମହାପାତ୍ର
ବିନୋଦିନୀ ନିବାସ
ପ୍ଲଟ ନମ୍ବର - ୨୬୫/୧୭୩୬ A
ଶାସ୍ତ୍ରୀନଗର
ଇଉନିଟ୍ -୪
ଭୁବନେଶ୍ୱର
୯୪୩୮୩୩୭୮୯୦
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/08/kabita.jpg)