Advertisment

ସଂଜ୍ଞାହୀନ ସମ୍ପର୍କ

ସଂଜ୍ଞାହୀନ ସମ୍ପର୍କ ଦେବଜାନୀ ମିଶ୍ର ବେଳାଭୂମି ପରି ତୁମେ ସ୍ଥିର ଥାଅ ନା ଥାଏ ମୋ ପ୍ରତି ଆକର୍ଷଣ ନା ଥାଏ ମୋହ; କିନ୍ତୁ ଲହରୀ ପରି ଟାଣି ହୁଏ ମୁଁ ତୁମ ଆଡ଼କୁ ଗଭୀର ଆବେଗ ସହ ଉଜାଣି ବହୁଥାଏ ମନରେ ଅସୁମାରୀ ସ୍ନେହ।   ସଂଜ୍ଞାଟିଏ ଖୋଜିନି କେବେ ଆମ ସମ୍ପର୍କର ନା ରଖିଛି କିଛି ପାଇବାର ଆଶା କିଛି ଦେବାର ବି ନାହିଁ ଆଗ୍ରହ; କିନ୍ତୁ ହୃଦୟର ପ୍ରତିଧ୍ୱନିତ ସ୍ୱରରେ ଶୁଣିଛି ଆଉ […]

ଅଦ୍ୟତନ ହୋଇଛି
ସଂଜ୍ଞାହୀନ ସମ୍ପର୍କ

DEBJANI-MISHRA

Advertisment

ସଂଜ୍ଞାହୀନ ସମ୍ପର୍କ

ଦେବଜାନୀ ମିଶ୍ର

ବେଳାଭୂମି ପରି ତୁମେ ସ୍ଥିର ଥାଅ

ନା ଥାଏ ମୋ ପ୍ରତି ଆକର୍ଷଣ

ନା ଥାଏ ମୋହ;

କିନ୍ତୁ ଲହରୀ ପରି ଟାଣି ହୁଏ ମୁଁ ତୁମ ଆଡ଼କୁ

ଗଭୀର ଆବେଗ ସହ

ଉଜାଣି ବହୁଥାଏ ମନରେ

ଅସୁମାରୀ ସ୍ନେହ।

ସଂଜ୍ଞାଟିଏ ଖୋଜିନି କେବେ ଆମ ସମ୍ପର୍କର

ନା ରଖିଛି କିଛି ପାଇବାର ଆଶା

କିଛି ଦେବାର ବି ନାହିଁ ଆଗ୍ରହ;

କିନ୍ତୁ ହୃଦୟର ପ୍ରତିଧ୍ୱନିତ ସ୍ୱରରେ ଶୁଣିଛି

ଆଉ ବୁଝିଛି ବି

ଏ ସମ୍ପର୍କକୁ ହରାଇବାର କୋହ।

ବହିଥାକର ପୁରୁଣା ବହିଟିଏ ପରି

ଏ ସମ୍ପର୍କଟି ସେମିତି ଥାଉ

କେବେ କେମିତି ସ୍ମୃତି ସବୁ ସଜାଡ଼ୁ ସଜାଡ଼ୁ

ମୋ ନାଁଟି ମନେ ପଡ଼ିଗଲେ

ସରାଗରେ ମୋ ନାଁଟି ଭାବୁ ଭାବୁ

ମୁହଁରେ ହସର ରେଖାଟିଏ ଆଙ୍କି ହେଇଯାଉ

କିନ୍ତୁ ଏ ସମ୍ପର୍କ !

ସେମିତି ସଂଜ୍ଞାହୀନ ହେଇ ଥାଉ।

ଫୋନ୍-୯୪୩୮୬୧୯୬୯୭

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe