Advertisment

ନିଜକୁ ବୁଝେଇ ଦେଇଥିବା ଗୋଟେ ହୃଦୟ...

ତୁମକୁ ତୁମ ପାଖେ ଛାଡ଼ି ଚାଲି ଯାଉଛି ବହୂ ଦୂର ଖୋଜିବନି ଆଉ – ମୁଁ ବି ମୋତେ ମୋ ଭିତରୁ କାଢ଼ି ଫିଙ୍ଗି ଦେଉଛି… କାଳେ ଖୋଜିବ ମନ ତୁମକୁ ତମେ ମନେପଡିଯିବ ! ସବୁତ ପାଇଲି – ହରେଇବାର ହଜେଇବାର ଦୁଃଖକୁ ବି ଖୁବ୍‌ ପାଖରୁ ପରଖିଲି , ଏବେ ଚାହେଁ ମୁକ୍ତି ଲୋଭ ଲାଭ ମୋହ କୋହରୁ ! ସେହି ସମର୍ପଣକୁ ତୁମର ସମାଧିସ୍ଥ କରିଦେଉଛି ସ୍ମୃତିର ଅଭୁଲା ଇଲାକାରେ … ସେହି […]

ଅଦ୍ୟତନ ହୋଇଛି
ନିଜକୁ ବୁଝେଇ ଦେଇଥିବା ଗୋଟେ ହୃଦୟ...

pradesh-final

Advertisment

ତୁମକୁ ତୁମ ପାଖେ ଛାଡ଼ି ଚାଲି ଯାଉଛି ବହୂ ଦୂର
ଖୋଜିବନି ଆଉ -
ମୁଁ ବି ମୋତେ ମୋ ଭିତରୁ କାଢ଼ି ଫିଙ୍ଗି ଦେଉଛି…
କାଳେ ଖୋଜିବ ମନ ତୁମକୁ
ତମେ ମନେପଡିଯିବ !

Advertisment

ସବୁତ ପାଇଲି –
ହରେଇବାର ହଜେଇବାର ଦୁଃଖକୁ ବି
ଖୁବ୍‌ ପାଖରୁ ପରଖିଲି ,
ଏବେ ଚାହେଁ ମୁକ୍ତି
ଲୋଭ ଲାଭ
ମୋହ କୋହରୁ !

ସେହି ସମର୍ପଣକୁ ତୁମର
ସମାଧିସ୍ଥ କରିଦେଉଛି
ସ୍ମୃତିର ଅଭୁଲା ଇଲାକାରେ ...
ସେହି ସର୍ତ୍ତକୁ ସାଇତି ରଖୁଛି
ପୂରା କରିବାକୁ ଆଉ ଏକ ଜନ୍ମରେ !

Advertisment

କେବେ କାନ୍ଦିବନି …
କେବେ ଝୁରିବନି ମତେ
ଆମ ଅତୀତକୁ ଟାଣିବନି ବର୍ତ୍ତମାନକୁ
ତୁମକୁ ସେ ଅସ୍ଥିର କରିଦେବ ...

ମୋ ଅନୁପସ୍ଥିରେ ତୁମକୁ କିଏ ବୁଝେଇବ
ତୁମକୁ ତୁମ ପାଖେ ରଖିଦେଉଛି
ଫେରେଇବନି ଆଉ
ତୁମକୁ ତୁମ ପାଖେ ଛାଡ଼ି ଚାଲି ଯାଉଛି
ଖୋଜିବନି ।

ମିଳନ ପରେ ବିଚ୍ଛେଦ
ଅସ୍ତ ପରେ ବି ଉଦୟ ...
ଏହା ଗୋଟିଏ ଆପ୍ତ ବାକ୍ୟ

ସଂପର୍କର ବର୍ଣ୍ଣବୋଧ ବହିରେ ଅଭୁଲା ଶବ୍ଦ
ଆମର ବିଗତ ଦିନର
ସ୍ମୃତିର ଫର୍ଦ୍ଦ...

ପ୍ରେମ ପ୍ରତୀକ୍ଷା ତିତିକ୍ଷା ନଥିଲେ-
ସତରେ ,ଜୀବନଟା ଶୁଷ୍କ ମରୁ ଭୂଇଁଟିଏ
ପ୍ରତିଶୃତି ଓ ପ୍ରେରଣାରେ
ହଜାର ପୁଲକ ଜନ୍ମେ .... ହୃଦୟରେ
---------
ପ୍ରଦେଶ ପ୍ରତ୍ୟୁଷ , ଫୋନ୍‌ -୯୮୫୩୬୦୯୨୦୫

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe