Advertisment

ହତ୍ୟାକାରୀକୁ ପ୍ରଶ୍ନ

ଅତି ଅଳ୍ପ ବୟସରୁ ଚମତ୍କାର ପ୍ରେମ କବିତା ଲେଖିବାର କଳାଟିକୁ ଆୟତ କରିଛନ୍ତି ସ୍ୱପ୍ନାଜିତା ଶଙ୍ଖୁଆ। ଏବେ ସୁଦ୍ଧା ସାମ୍ପ୍ରତିକ ସମୟର ଏକାଧିକ ପତ୍ର ପତ୍ରିକାର ସାହିତ୍ୟ ପୃଷ୍ଠାରେ ତାଙ୍କ କବିତା ସ୍ଥାନ ପାଇଛି। ଏବେ ଏଠାରେ ପଢ଼ନ୍ତୁ ତାଙ୍କର ଏହି ସୁନ୍ଦର ମୃତ୍ୟୁ ଚେତନାର ପ୍ରେମ କବିତା ‘ହତ୍ୟାକାରୀକୁ ପ୍ରଶ୍ନ‘ ଆଛା କୁହ ତ, ମୃତ  ସ୍ୱପ୍ନମାନଙ୍କର ଦେହରେ କିଏ ଢାଙ୍କିଦେଲା ସକାଳର ସଫେଦ୍ ଚାଦର ? ନା ନା ତମେ ଏକଥା ଜାଣିନ ତମେତ […]

author-image
Jagamohan Maharana
ଅଦ୍ୟତନ ହୋଇଛି
ହତ୍ୟାକାରୀକୁ ପ୍ରଶ୍ନ

swapnajita

ଅତି ଅଳ୍ପ ବୟସରୁ ଚମତ୍କାର ପ୍ରେମ କବିତା ଲେଖିବାର କଳାଟିକୁ ଆୟତ କରିଛନ୍ତି ସ୍ୱପ୍ନାଜିତା ଶଙ୍ଖୁଆ। ଏବେ ସୁଦ୍ଧା ସାମ୍ପ୍ରତିକ ସମୟର ଏକାଧିକ ପତ୍ର ପତ୍ରିକାର ସାହିତ୍ୟ ପୃଷ୍ଠାରେ ତାଙ୍କ କବିତା ସ୍ଥାନ ପାଇଛି। ଏବେ ଏଠାରେ ପଢ଼ନ୍ତୁ ତାଙ୍କର ଏହି ସୁନ୍ଦର ମୃତ୍ୟୁ ଚେତନାର ପ୍ରେମ କବିତା 'ହତ୍ୟାକାରୀକୁ ପ୍ରଶ୍ନ'

Advertisment

ଆଛା କୁହ ତ,

ମୃତ  ସ୍ୱପ୍ନମାନଙ୍କର ଦେହରେ

କିଏ ଢାଙ୍କିଦେଲା ସକାଳର ସଫେଦ୍ ଚାଦର ?

ନା ନା ତମେ ଏକଥା ଜାଣିନ

ତମେତ ହତ୍ୟାକାରୀ

ହତ୍ୟାକରି ଫେରାର୍ ଥିଲ !

ତେବେ କୁହ,

ତମେ ସ୍ଵପ୍ନମାନଙ୍କର ହତ୍ୟା କରିବା ପୂର୍ବରୁ

ଆକାଶରୁ ଜହ୍ନ ଚୋରେଇ

କିଏ ରାତିକୁ ଅନ୍ଧାର କଲା ?

ମୁଁ ଜାଣେ ମୋର ସବୁ ପ୍ରଶ୍ନର ଉତ୍ତରରେ

ତମେ ଏମିତି ହସି ହସି 'କେଜାଣି' କହିବ

ହେଲେ ତମକୁ ମୋର ଏ ଶେଷ ପ୍ରଶ୍ନର

ଉତ୍ତର ଦେବାକୁ ହେବ।

କୁହ ତ ସବୁ ରାତିରେ

ମୁଁ ଗାଢ଼ ନିଦରେ ଶୋଇ

ସ୍ଵପ୍ନ ଦେଖୁଥିଲା ବେଳେ ଯିଏ ଆସ୍ତେ କରି

ମୋ କପାଳ ଛୁଏଁ

ସେ କ'ଣ ତମେ ?

ଏସବୁର ଉତ୍ତର ନଦେଲ ନାଇଁ

ସବୁ ସ୍ଵପ୍ନମାନଙ୍କର ମୃତ ଦେହକୁ

ଖାଲି ତମ ନୀରବତାର ମଶାଣିରେ

ପୋଡିବା କୁ ଦିଅ।

●●●

- ସ୍ୱପ୍ନାଜିତା ଶଙ୍ଖୁଆ, ଟୁକୁଣା, ବଡ଼ରମ୍ପାସ, ହାଟଡ଼ିହି, କେନ୍ଦୁଝର