Advertisment

"ଶେଷ ପ୍ରେମ"

ତୋ ଜୀବନର ପ୍ରଥମ ପ୍ରେମ ନୁହେଁ ମୁଁ ଶେଷ ପ୍ରେମ ହେବାକୁ ଚାହେଁ… ପ୍ରଥମ ପ୍ରେମ ପିଲାଦିନ ବୋହୂ ବୋହୂକା, ଲୁଚକାଳି, ବାଲିଘର ପରି ଦିନେ ନା ଦିନେ ଭାଙ୍ଗିଯିବ… ତୂଳା ପରି ହୃଦୟ ମୋର ଲୁହର ଓଜନ କେମିତି ସହିବ… ତୋ ହାତ ଧରି ବାଟ ଚାଲୁଥିବି ଜୀବନର ଶେଷ ନିଶ୍ୱାସ ଯାଏ … ଫି ରାତି ତୋ ସହ ମିଶି ଗଣି ସାରିଥିବା ତାରାକୁ ପୁଣିଥରେ ଗଣିବାକୁ ଚାହେଁ… ମୁଁ ତୋର ପ୍ରଥମ ପ୍ରେମ […]

dipa

Advertisment

ତୋ ଜୀବନର ପ୍ରଥମ ପ୍ରେମ ନୁହେଁ
ମୁଁ ଶେଷ ପ୍ରେମ ହେବାକୁ ଚାହେଁ...

ପ୍ରଥମ ପ୍ରେମ
ପିଲାଦିନ ବୋହୂ ବୋହୂକା, ଲୁଚକାଳି, ବାଲିଘର ପରି ଦିନେ ନା ଦିନେ ଭାଙ୍ଗିଯିବ...
ତୂଳା ପରି ହୃଦୟ ମୋର ଲୁହର ଓଜନ କେମିତି ସହିବ...
ତୋ ହାତ ଧରି ବାଟ ଚାଲୁଥିବି
ଜୀବନର ଶେଷ ନିଶ୍ୱାସ ଯାଏ ...

Advertisment

ଫି ରାତି ତୋ ସହ ମିଶି
ଗଣି ସାରିଥିବା ତାରାକୁ ପୁଣିଥରେ ଗଣିବାକୁ ଚାହେଁ...
ମୁଁ ତୋର ପ୍ରଥମ ପ୍ରେମ ନୁହେଁ ଶେଷ ପ୍ରେମ ହେବାକୁ ଚାହେଁ....

ପ୍ରେମ ତ ତାହା ନୁହେଁ
ଆଜି ହୋଇ କାଲି ଭାଙ୍ଗିଯିବ…
ଆଖିର ଲୁହକୁ ନିତି ତକିଆ ପିଇବ...

ପ୍ରେମ ତାହା
ଛାତି ତଳେ ରହି ଛାତିକୁ ଚିମୁଟି
ରୁଗୁ ରୁଗୁ କରି ଜଳୁଥିବ ଜାଳୁଥିବ...

ମୁଁ ତୋ ପାଇଁ ଜହ୍ନ ନୁହେଁ ଆକାଶ ହେବାକୁ ଚାହେଁ...
ହାତ ସହ ହାତ ନୁହେଁ ରକତରେ ମିଶି ଯିବାକୁ ଚାହେଁ...

Advertisment

ମୁଁ ତୋର ପ୍ରଥମ ପ୍ରେମ ନୁହେଁ
ଶେଷ ପ୍ରେମ ହେବାକୁ ଚାହେଁ...

................###..................

ସା / ପୋ :- ଚନ୍ଦାହାଣ୍ଡି
ପିନ୍ :- ୭୬୪୦୫୯
ଜିଲ୍ଲା କଳାହାଣ୍ଡି
ମୋ :- ୮୦୧୮୬୬୧୩୩୬

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe