Advertisment

ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁ ପାଇବେ ‘ଟାଇମ୍‌ପାସ‍୍‌ ବୁକର’ ପୁରସ୍କାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁବ ଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ‍୍‌’ ପକ୍ଷରୁ ବେଶ୍ କିଛି ବର୍ଷ ହେଲା ‘ଟାଇମ୍‌ପାସ‍୍‌ ବୁକର’ ପୁରସ୍କାର ପ୍ରଦାନ କରାଯାଉଛି। ଏହି କ୍ରମରେ ୨୦୧୮ ଓ ୨୦୧୯ ବର୍ଷ ପାଇଁ ଏହି ପୁରସ୍କାରର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର ଆଶିଷ ଗଡ଼ନାୟକ ୨୦୧୮ ମସିହାର ଟାଇମ୍‌ପାସ‍୍‌ ବୁକର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିପରି ଉପନ୍ୟାସ ପାଣ୍ଡୁଲିପି ‘ସ୍ୱପ୍ନର […]

ଅଦ୍ୟତନ ହୋଇଛି
ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁ ପାଇବେ ‘ଟାଇମ୍‌ପାସ‍୍‌ ବୁକର’ ପୁରସ୍କାର

ashish

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁବ ଲେଖକମାନଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶାର ଉଚ୍ଚାଭିଳାଷୀ ପ୍ରକାଶନ ସଂସ୍ଥା ‘ଟାଇମ୍‌ପାସ‍୍‌’ ପକ୍ଷରୁ ବେଶ୍ କିଛି ବର୍ଷ ହେଲା ‘ଟାଇମ୍‌ପାସ‍୍‌ ବୁକର’ ପୁରସ୍କାର ପ୍ରଦାନ କରାଯାଉଛି। ଏହି କ୍ରମରେ ୨୦୧୮ ଓ ୨୦୧୯ ବର୍ଷ ପାଇଁ ଏହି ପୁରସ୍କାରର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ କଥାକାର ଆଶିଷ ଗଡ଼ନାୟକ ୨୦୧୮ ମସିହାର ଟାଇମ୍‌ପାସ‍୍‌ ବୁକର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିପରି ଉପନ୍ୟାସ ପାଣ୍ଡୁଲିପି ‘ସ୍ୱପ୍ନର ଶହେ ବର୍ଷ’ ପାଇଁ ଗାଳ୍ପିକା ସ୍ୱାଗତିକା ସ୍ୱାଇଁ ୨୦୧୯ ମସିହାର ଟାଇମ୍‌ପାସ‍୍‌ ବୁକର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

Advertisment

ଉଭୟଙ୍କ ପୁରସ୍କୃତ ପାଣ୍ଡୁଲିପି ପ୍ରକାଶନ ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶିତ ହେବା ସହ ଉଭୟଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ଏଥିସହିତ ଛଅ ଜଣଙ୍କୁ ଟାଇମ୍‌ପାସ‍୍‌ ବେଷ୍ଟ୍‌ ସେଲର୍‌ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ଗଳ୍ପ ସଂକଳନ ‘କାଠ’ ପାଇଁ ଅମୀୟ ବେଜ୍‌ ଓ ‘ମୁଠାଏ ଅଙ୍ଗାର’ ପାଇଁ ବିଚିତ୍ର ବିଶ୍ୱାଳ, କବିତା ସଂକଳନ ‘ଝଡ଼ପକ୍ଷୀର ଗୀତ’ ପାଇଁ ଶର୍ମିଷ୍ଠା ସାହୁ ଓ ‘ଏ ସଂପର୍କ ଏମିତି’ ପାଇଁ ସୂର୍ଯ୍ୟସ୍ନାତ ତ୍ରିପାଠୀ, ଉପନ୍ୟାସ ‘ଅପରାଜିତା’ ପାଇଁ ପ୍ରଜ୍ଞାପ୍ରବର୍ତ୍ତିକା ଦାଶ ଏବଂ ଅନୁବାଦ ପୁସ୍ତକ ‘ସେମାନଙ୍କ ଶ୍ରେଷ୍ଠଗଳ୍ପ’ ପାଇଁ କିଶୋର ପାଣିଗ୍ରାହୀ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏତଦ‍୍‌ ବ୍ୟତୀତ ବହି ସହ ଗଭୀର ସଂପୃକ୍ତି ପାଇଁ ପ୍ରଦାନ କରାଯାଉଥିବା ‘ଟାଇମପାସ‍୍‌ ବହିବନ୍ଧୁ ସମ୍ମାନ’ ପାଉଛନ୍ତି ପୁସ୍ତକପ୍ରିୟ ତାପସ ରାଉତ।

ଆଗାମୀ ଅକ୍ଟୋବର ୨୦ ତାରିଖରେ ଟାଇମ୍‌ପାସ‍୍‌ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏକ ସାହିତ୍ୟ ଉତ୍ସବରେ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଓଡ଼ିଶା ତଥା ରାଜ୍ୟ ବାହାରର ବହୁ ପ୍ରସିଦ୍ଧ ଲେଖକମାନେ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଅନୁଷ୍ଠାନର ନିଦ୍ଦେର୍ଶକ ସରୋଜ ବଳ ଏକ ପ୍ରେସ‍୍‌ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe