Advertisment

ଆଉ କେତେଦିନ !

ଆଉ କେତେଦିନ ! ବିଶ୍ୱବନ୍ଦିତା ସ୍ୱାଇଁ ଆଉ କତେଦିନ ଏ ମିଛିମିଛିକା ଅଭିନୟ ଅନ୍ଧାର ଅନିଦ୍ରା ନୟନେ ମାଖିବାକୁ ପଡ଼ିବ କଜଳ, ଅତି ପାଖରୁ ଧୋକା ଦେବା ପାଇଁ ପ୍ରସ୍ତୁତ ସବୁବେଳେ ସେ ଓଠର ମିଠା ହସ, ରହିଯାଅ, ଜୀବନ ଏକ ଫଟୋ ତ ନୁହେଁ।   ଆଉ କେତେଦିନ କାନରେ ଗୁଞ୍ଜରିତ ହେବ ଗୋଟେ ଶବ୍ଦ-‘ତୁ ଆଉ ପିଲା ନାହୁଁ’ ରାସ୍ତା ପାର ହେବା ବେଳେ ଗାଡ଼ି ଦେଖି ଡରିଗଲେ କେହି ତୋ ଆଗରେ ଆସି […]

ଅଦ୍ୟତନ ହୋଇଛି
ଆଉ କେତେଦିନ !

Kabita

Advertisment

ଆଉ କେତେଦିନ !

ବିଶ୍ୱବନ୍ଦିତା ସ୍ୱାଇଁ

ଆଉ କତେଦିନ ଏ ମିଛିମିଛିକା ଅଭିନୟ

ଅନ୍ଧାର ଅନିଦ୍ରା ନୟନେ ମାଖିବାକୁ ପଡ଼ିବ କଜଳ,

ଅତି ପାଖରୁ ଧୋକା ଦେବା ପାଇଁ ପ୍ରସ୍ତୁତ

ସବୁବେଳେ ସେ ଓଠର ମିଠା ହସ,

ରହିଯାଅ, ଜୀବନ ଏକ ଫଟୋ ତ ନୁହେଁ।

ଆଉ କେତେଦିନ କାନରେ ଗୁଞ୍ଜରିତ ହେବ

ଗୋଟେ ଶବ୍ଦ-'ତୁ ଆଉ ପିଲା ନାହୁଁ'

ରାସ୍ତା ପାର ହେବା ବେଳେ ଗାଡ଼ି ଦେଖି ଡରିଗଲେ

କେହି ତୋ ଆଗରେ ଆସି ଠିଆ ହେବନି,

ମିଛରେ ଠିକ୍ ଅଛି କହିଦେଲେ,

କେହି ତୋ ଆଖି ପଢ଼ି ଆଉଟିକେ ନିକଟତର ହେବନି,

କାରଣ, ଜୀବନ ଏକ ଫିଲ୍ମ ତ ନୁହେଁ।

ଆଉ କେତେଦିନ ଯୌବନ ଥରେ ଚାଲିଗଲେ

ଆଉ ମିଳିବନିର ମିଛ ଆବଶୋଷ,

ଏ ଯୌବନ କେଉଁ କୋହିନୂରଠୁ କମ୍ କି!

ଶୈଶବର ମୋର ସେଇ ପାଦ ଦୁଇ

ଯୌବନ ଆଡ଼କୁ ଏତେ ଧାଇଁଲା ପରେ ଆଜି ବୁଝୁଛି,

କୋହିନୂର ତ ଯାହା ପାଖକୁ ଯଇଛି

ତା'ର ସର୍ବନାଶ କରିଛି,

ଯାଅ, ଥରେ ଇତିହାସ ପୃଷ୍ଟା ଝାଙ୍କି ଦେଖ।

ଆଉ କେତେଦିନ ସେ ଅଲୋଡ଼ା, ଭବିଷ୍ୟତର ଆଲୋଚନା,

କେବେ ହାତରେ ପିନ୍ଧୁଥିବା ଘଣ୍ଟାର ସମୟ ଅକ୍ତିଆର ହୋଇଛି

ନା ସମୁଦ୍ରର ଢେଉ ଆସି ପାଦକୁ ଛୁଇବା ପରେ କିଛି କ୍ଷଣ ରହିଛି,

ଯଦି କିଛି ଅନୁଭବ ହୋଇଛି ତେବେ ସେ ହେଉଛି

ଛୁଇଁଥିବା ପାଣିର ସ୍ପର୍ଶ ଓ ଗାଲକୁ ଓଠର ହସ,

ସେଥିପାଇଁ ଜୀବନ ବଞ୍ଚିବାରୁ ଆରମ୍ଭ, ଜୀଇଁବାରେ ଶେଷ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe