ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫିଟ୍ ଇନ୍ ଦି ଭ୍ୟାଲି’ ପୁସ୍ତକ ଉନ୍ମୋଚିତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସମ୍ପାଦକ ଔପନାସିକ ତଥା କବି ଅଶ୍ୱିନୀ କୁମାର ମିଶ୍ରଙ୍କ ଇଂରାଜୀ ଉପନ୍ୟାସ ‘ଫିଟ୍ ଇନ୍ ଦି ଭ୍ୟାଲି’ର ତାମିଲ ଭାଷାରେ ଅନୁବାଦ ହୋଇଛି। ଯାହାର ନାଁ ରହିଛି ‘ଅରଣ୍ୟ ତାଣ୍ଡଭମ୍’।
ତାମିଲନାଡୁ ସ୍ଥିତ ପେରାମ୍ୱୁଲଠାରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ରୋଭର୍ ଗ୍ରୁପର ଅଧ୍ୟକ୍ଷ କେ. ଭରଦରାଜନ, ଅନୁବାଦକ ପ୍ରଫେସର ଜି.ମୂର୍ତ୍ତି ସମୀକ୍ଷକ ମାଥିକାନନ, ପ୍ରକାଶକ ଥିରୁରୁର ଗୁନା ବକ୍ତା, ପ୍ରଫେସର ଡକ୍ଟର ଟି ମାର୍କସ, ଡାକ୍ତର ଡି.ଶେଖର ଡାକ୍ତର ଜି. ତାମିଲ ମାରନ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଉପନ୍ୟାସର ଲେଖା ଉଚ୍ଚକୋଟିର ଏଥିରେ ଚରିତ୍ରମାନଙ୍କର ବର୍ଣ୍ଣନା ବେଶ ନିଖୁଣ ଭାବେ କରାଯାଇଛି ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି। ଏହି ସମାରୋହରେ ଶତାଧିକ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Culture & Literature
‘ଇନ୍ଦୁପୁର ହାଇସ୍କୁଲରେ ପଢ଼ିବା ବେଳେ ମୋ’ ଜୀବନ ଗଢ଼ି ଉଠିଥିଲା’
୧୯୩୯ ମସିହା ଫେବ୍ରୁଆରୀ ୨୭ ତାରିଖରେ ଅବିଭକ୍ତ କଟକ ଜିଲ୍ଲା ତଥା ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫେସର ବୈଷ୍ଣବ ଚରଣ ସାମଲ। ସେ କହିଛନ୍ତି, ଇନ୍ଦୁପୁର ହାଇସ୍କୁଲରେ ପାଠ ପଢ଼ିବା ବେଳେ ମୋ’ ଜୀବନ ଗଢ଼ି ଉଠିଥିଲା।
Culture & Literature
ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଚଳିତ ବର୍ଷ ବିଶିଷ୍ଟ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି। 'ଭୂତି ଭକ୍ତି ବିଭୂତି' ପ୍ରବନ୍ଧ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ।
Culture & Literature
ପ୍ରୟାଗରାଜ ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
୨୦୨୫ ଜାନୁଆରୀ ୧୩ ତାରିଖରୁ ଫେବ୍ରୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ପ୍ରୟାଗରାଜରେ ଅନୁଷ୍ଠିତ ହେବ ମହାକୁମ୍ଭ।
Culture & Literature
‘ନାଚେମଲେଇ’ ଓ ‘ସୂର୍ଯ୍ୟଲାବଣ୍ୟ’ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ
କଲିକତାର ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁମା ଆଲୋକା କାନୁନଗୋଙ୍କ ଶିଂଜନ ନୃତ୍ୟାଳୟର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ଶୈଳୀରେ ବନ୍ଦେ ମାତରମ୍, ତାରା ପଲ୍ଲବୀ ଓ ସୂର୍ଯ୍ୟଲାବଣ୍ୟ ପରିବେଷଣ କରିଥିଲେ।
Culture & Literature
‘ସିନେମାର ଟାଇଟଲକୁ ନେଇ ମୋର ଇସ୍ୟୁ ଥିଲା, ଆଉ ସେହି ଇସ୍ୟୁ ରହିବ’
ମୁଁ ଜଣେ ଅଭିନେତା। ଅଭିନେତା ହିସାବରେ ସାହିତ୍ୟରେ ଯେତିକି ଜ୍ଞାନ ରହିବା କଥା, ତା’ଠାରୁ ବି କମ୍ ଜ୍ଞାନ ମୋର ଅଛି।