Advertisment

ହରେକୃଷ୍ଣ ମହତାବଙ୍କ 'ଓଡ଼ିଶାର ଇତିହାସ' ବହିର ହିନ୍ଦୀ ସଂସ୍କରଣ ଉନ୍ମୋଚିତ

ନୂଆଦିଲ୍ଲୀ: ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ପୁସ୍ତକ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣକୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଶଙ୍କରଲାଲ ପୁରୋହିତ ହିନ୍ଦୀରେ ଏହି ବହିକୁ ଅନୁବାଦ କରିଛନ୍ତି। ଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଇଣ୍ଟରନାସନାଲ ସେଣ୍ଟରରେ ହରେକୃଷ୍ଣ ମହତାବ ଫାଉଣ୍ଡେସନ ଦ୍ୱାରା ବହିର ଅନାବରଣ କରାଯାଇଛି। ଏହି ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଓଡ଼ିଶାର ବିବିଧତାଭରା ଇତିହାସ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ହରେକୃଷ୍ଣ ମହତାବଙ୍କ 'ଓଡ଼ିଶାର ଇତିହାସ' ବହିର ହିନ୍ଦୀ ସଂସ୍କରଣ ଉନ୍ମୋଚିତ

modi-on-mahatab-book

ନୂଆଦିଲ୍ଲୀ: ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ପୁସ୍ତକ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣକୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଶଙ୍କରଲାଲ ପୁରୋହିତ ହିନ୍ଦୀରେ ଏହି ବହିକୁ ଅନୁବାଦ କରିଛନ୍ତି। ଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର ଇଣ୍ଟରନାସନାଲ ସେଣ୍ଟରରେ ହରେକୃଷ୍ଣ ମହତାବ ଫାଉଣ୍ଡେସନ ଦ୍ୱାରା ବହିର ଅନାବରଣ କରାଯାଇଛି।

Advertisment

ଏହି ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଓଡ଼ିଶାର ବିବିଧତାଭରା ଇତିହାସ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ଏହି ପୁସ୍ତକର ହିନ୍ଦୀ ଅନୁବାଦ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚିବା ସହଜ ହେବ। ହରେକୃଷ୍ଣ ମହତାବଙ୍କ ପରି ବ୍ୟକ୍ତିତ୍ୱ ବିରଳ ବୋଲି କହିବା ସହ ଓଡ଼ିଶା ଇତିହାସରୁ ଆମକୁ ପୂରା ଭାରତର ସାମର୍ଥ୍ୟ ଦେଖିବାକୁ ମିଳେ ବୋଲି କହିଛନ୍ତି ମୋଦି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବର୍ଷରେ ଏହି ବହିଟି ହିନ୍ଦୀରେ ପ୍ରକାଶିତ ହୋଇଛି। ଡକ୍ଟର ହରେକୃଷ୍ଣ ମହତାବ ହେଉଛନ୍ତି ଏଭଳି ବ୍ୟକ୍ତିତ୍ୱ ଯିଏ ଇତିହାସ ସୃଷ୍ଟି କରିଛନ୍ତି, ଆଉ ଇତିହାସ ଲେଖିଛନ୍ତି। ଏପିରି ମହାନ ବ୍ୟକ୍ତିମାନେ ଇତିହାସର ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ମହତାବ ନିଜ ଜୀବନକୁ ସ୍ୱାଧୀନତା ସଂଗ୍ରାମରେ ଉତ୍ସର୍ଗ କରିଥିଲେ ଏବଂ ତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ସବୁଠୁ ବଡ଼ କଥା ହେଲା ଜନ ପ୍ରତିନିଧୀ ଭାବରେ ହରେକୃଷ୍ଣ ମହତାବ ଯେଉଁ ଦଳରୁ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେହି ଦଳର ସରକାରଙ୍କ ଦ୍ୱାରା ନିଆଯାଇଥିବା ଜରୁରୀକାଳୀନ ନିଷ୍ପତ୍ତିକୁ ସେ ବିରୋଧ କରି ଜେଲ ଯାଇଥିଲେ।

Advertisment

https://twitter.com/ANI/status/1380422274977656832?s=20

ସେ ଜଣେ ଅନନ୍ୟ ନେତା ଯିଏ ଦେଶର ସ୍ୱାଧୀନତା ରକ୍ଷା କରିବା ସହିତ ଗଣତନ୍ତ୍ର ପାଇଁ ଜେଲ ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଇତିହାସ କେବଳ ଅତୀତର ଅଧ୍ୟାୟ ନୁହେଁ, ଭବିଷ୍ୟତ ପାଇଁ ଏକ ଦର୍ପଣ। ଏହି ଧାରଣାକୁ ଆଗରେ ରଖି ଆଜି ଅମୃତ ମହୋତ୍ସବରେ ଦେଶ ସ୍ୱାଧୀନତାର ଇତିହାସକୁ ନବୀକରଣ କରୁଛି।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜୁ ଜନତା ଦଳର ସାଂସଦ ଭର୍ତ୍ତୃହରୀ ମହତାବ ମଧ୍ୟ ଉପସ୍ଥିତ ଥିଲେ। ଡକ୍ଟର ହରେକୃଷ୍ଣ ମହତାବ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ଯୋଦ୍ଧା ଥିଲେ। ସେ ୧୯୪୬ ରୁ ୧୯୫୦ ପର୍ଯ୍ୟନ୍ତ ଏବଂ ୧୯୫୬ ରୁ ୧୯୬୧ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ଥିଲେ। ସେ ଅହମ୍ମଦନଗର ଦୁର୍ଗ ଜେଲରେ 'ଓଡିଶା ଇତିହାସ' ପୁସ୍ତକ ଲେଖିଥିଲେ ଯେଉଁଠାରେ ସେ ୧୯୪୨ ରୁ ୪୫ ବର୍ଷ ପର୍ଯ୍ୟନ୍ତ ଦୁଇ ବର୍ଷରୁ ଅଧିକ ଜେଲରେ ଥିଲେ।