କ୍ୟାମେରା ଫ୍ରେମ୍‌ରେ ଜଲେବି ବାଈର ଲୁହ

ଅଫିସରୁ ମତେ ନିଦ୍ଦେର୍ଶ ଆସିଲା, ‘ଜଲେବି ବାଈ’ର ଗୋଟେ ଏକ୍ସକ୍ଲୁସିଭ୍‌ ଇଣ୍ଟରଭ୍ୟୁ ଦରକାର। କ୍ୟାମେରାମ୍ୟାନକୁ ଧରି ଅଫିସ୍ ‍ଗାଡ଼ିରେ ବାହାରି ପଡ଼ିଲି। ମୋ ମନରେ ଅନେକ ଉତ୍କଣ୍ଠା, ଜଲେବି ବାଈକୁ ଦେଖିବି। ଜଲେବି ବାଈ। ସହର ଉପକଣ୍ଠରେ ଥିବା ବସ୍ତିର ଜଣେ ଦେହଜୀବି। ଯିଏକି ଅନ୍ୟ ଦେହଜୀବିଙ୍କଠାରୁ ଥିଲା ନିଆରା। ବସ୍ତିରେ ରହିଲେ ବି ତା’ର ଚାହିଦା କିଛି କମ୍ ନୁହେଁ। ତା’ର ମଦ୍‌ହୋସୀ ଠାଣୀ, ଭରା ଯୌବନ ଦେଖି ପାଗଳ ହୋଇ ଉଠୁଥିଲା ଅନେକଙ୍କ ମନ। […]

2

2

Amaresh Biswal
  • Published: Tuesday, 04 December 2018
  • Updated: 04 December 2018, 03:16 PM IST

ଅଫିସରୁ ମତେ ନିଦ୍ଦେର୍ଶ ଆସିଲା, ‘ଜଲେବି ବାଈ’ର ଗୋଟେ ଏକ୍ସକ୍ଲୁସିଭ୍‌ ଇଣ୍ଟରଭ୍ୟୁ ଦରକାର। କ୍ୟାମେରାମ୍ୟାନକୁ ଧରି ଅଫିସ୍ ‍ଗାଡ଼ିରେ ବାହାରି ପଡ଼ିଲି। ମୋ ମନରେ ଅନେକ ଉତ୍କଣ୍ଠା, ଜଲେବି ବାଈକୁ ଦେଖିବି।

ଜଲେବି ବାଈ। ସହର ଉପକଣ୍ଠରେ ଥିବା ବସ୍ତିର ଜଣେ ଦେହଜୀବି। ଯିଏକି ଅନ୍ୟ ଦେହଜୀବିଙ୍କଠାରୁ ଥିଲା ନିଆରା। ବସ୍ତିରେ ରହିଲେ ବି ତା’ର ଚାହିଦା କିଛି କମ୍ ନୁହେଁ। ତା’ର ମଦ୍‌ହୋସୀ ଠାଣୀ, ଭରା ଯୌବନ ଦେଖି ପାଗଳ ହୋଇ ଉଠୁଥିଲା ଅନେକଙ୍କ ମନ।

ସହରୀ ରାସ୍ତା ଅତିକ୍ରମ କରି ଆମ ଗାଡ଼ି ପହଞ୍ଚିଲା ଜଲେବି ବାଈ ରହୁଥିବା ବସ୍ତିରେ। ଗାଡ଼ିରୁ ଓହ୍ଲାଇବା ମାତ୍ରେ ମୋ କାନରେ ପଡ଼ିଲା ମୃଦୁ ମୃଦୁ ହସର ଆୱାଜ। ଆଡ଼କୁ ନଜର ନଦେଇ କ୍ୟାମେରାମ୍ୟାନ୍ ଓ ମୁଁ ପାଦ ବଢ଼େଇଲୁ ଜଲେବି ବାଈର ଘର ଆଡ଼କୁ।

ହଠାତ୍ ଶୁଭିଲା ନାରୀ କଣ୍ଠସ୍ୱର। ସେ ସ୍ୱରରେ ଥିଲା କାମନାର ନୀଳ ନିମନ୍ତ୍ରଣ। ଆଖି ଉଠାଇ ଦେଖିଲି ରଂଗ ବେରଙ୍ଗର ପୋଷାକ ପରିହିତା ଦେହଜୀବିମାନେ ବିଭିନ୍ନ ଭଙ୍ଗୀରେ ଆମକୁ ଈସାରା କରୁଥିଲେ। କହୁଥିଲେ- ‘ଆରେ ହେ ଚିକିଣା, ଏଠିକି ଆ। ପୁରା ଦିଲ୍ ଖୁସ୍ ହେଇଯିବ।’

ଏ ବାତାବରଣରେ ମୁଁ ନିଜକୁ ସହଜ ମନେ କରୁନଥିଲି। ସାହସ ସଂଚୟ କରି ଜଣେ ଦେହଜୀବିକୁ ପଚାରିଲି ଜଲେବି ବାଈର ଘର ଠିକଣା। ଜଲେବି ବାଈର ନାଁ ଶୁଣି କେହି କେହି ଚୁପ୍ ରହୁଥିଲେ। ନା ଥିଲା କିଛି ଈସାରା, ନା ନଖରାମୀ। କିଛିବାଟ ଗଲାପରେ ଜଲେବି ବାଈର ଘର ପାଇଗଲୁ। ମନ ଭିତରେ ଅନେକ ଆଶଙ୍କା ମତେ ଡରାଇ ଦେଉଥାଏ। ଜଲେବି ବାଈର ସଦର ଦରଜା ଠକ୍ ଠକ୍ କଲି।
ଭିତରୁ ଖୁବ୍ ‍ ଗମ୍ଭୀର ଗଳାରେ ଶୁଭିଲା- କିଏ?

ମୁଁ ଉତ୍ତର ଫେରେଲି- ଆମେ।

‘ଆମେ କିଏ ମ? ଓହୋ ନାଁ କହିବାକୁ ଲାଜ ଲାଗୁଛି। ନାଇଁ? ଇଏ ଗୋଟେ ଧନ୍ଦାବାଲିର ଘର... କୋଉ ମଠ କି ମନ୍ଦିର ନୁହେଁମ... ଏଠି ବସି ପୂଜା ଆରାଧନା କରିବ। ପଇସା ଫେକୋ ତମାସା ଦେଖୋ। ଯଦି ଧନ୍ଦା କରିବାର ଅଛି ଭିତରକୁ ଆସ।’

ବିରକ୍ତି ମିଶା ସ୍ୱରରେ କହି ଚାଲିଥିଲା ଜଲେବି ବାଈ। ସେ ପର୍ଯ୍ୟନ୍ତ ମୁଁ ବୁଝିପାରୁନଥିଲି ଇଏ ଜଲେବି ବାଈର ସ୍ୱର ନା ଆଉ କାହାର। ଆଜବେଷ୍ଟସ୍ ଘେରା ନୁଆଣିଆଁ ଘର ଭିତରୁ ବାହାରି ଆସିଲେ ଜଣେ ଯୁବତୀ। ରୂପ ଲାବଣ୍ୟରୁ ଯେମିତି ଝରୁଥିଲା କାମନାର ନିଆଁ। ଓଠରେ ଲିପଷ୍ଟିକ୍‌। ଦେହରୁ ଭୁରୁ ଭୁରୁ ବାସୁଥିଲା ଦାମୀ ଅତରର ଗନ୍ଧ।

ମୁଁ ପଚାରିଲି- ‘ଆ... ପ... ଣ...’

ତାତ୍ସଲ୍ୟ ଭଙ୍ଗୀରେ କହିଲେ ଯୁବତୀ ଜଣକ- ‘କ’ଣ ଜଲେବି ବାଈର ଜଲୱା ଦେଖିବୁ ପରା? ଭିତରକୁ ଆସୁନୁ। ପଦାରେ ଠିଆ ହେଇ ଏତେ ପେଖନା କାଢ଼ୁଛୁ କ’ଣ?’

ମୁଁ ଏବେ ବୁଝି ପାରିଲି ଏ ହେଉଛି ଜଲେବି ବାଈ। ମୁଁ କହିଲି- ‘ଶୁଣନ୍ତୁ। ମୁଁ ନ୍ୟୁଜ୍ ଚ୍ୟାନେଲରୁ ଆସିଛି।’

‘କାଇଁ? ଏଠି ତ ସେମିତି କିଛି ଘଟିନି ! କି ଘଟିବାର ବି ନାହିଁ। ତା ଛଡ଼ା ଏଠି ନେତା, ମନ୍ତ୍ରୀ, ପୁଲିସ କିଏ ଜଲେବି ବାଈର ଦେହରେ ଅଳସ ଭାଙ୍ଗିନି ଯେ ଏଠି ଝାମେଲା କରିବ? ଧନ୍ଦା କରିବାର ଅଛି ତ ଭିତରକୁ ଆ।’ ନହେଲେ ରାସ୍ତା ଦେଖ୍ା‍। ବିରକ୍ତି ହୋଇ କହିଲା ଜଲେବି ବାଈ।

ମନରେ ଟିକେ ଶଙ୍କା ଜାତ ହେଉଥିଲେ ବି ମୁଁ ଏଥର ବଡ଼ପାଟିରେ କହିଲି- ‘ଦେଖନ୍ତୁ, ମୁଁ ନ୍ୟୁଜ୍ ଚାନେଲର ରିପୋର୍ଟର। ଆଉ ସେ ମୋ କ୍ୟାମେରାମେନ୍। ଆମେ ଆପଣଙ୍କର ଗୋଟେ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ ନେବୁ। ଆପଣ ମନାକଲେ ଚାଲିଯିବୁ। କୁହନ୍ତୁ କ’ଣ କରିବୁ।’

ମୋ ପାଟିରୁ କଥା ନସରୁଣୁ ଜଲେବି ବାଈର ମୁହଁରେ ହସ ଧାରେ ଖେଳିଗଲା। ମେଘଢ଼ଙ୍କା ଆକାଶ ଛାତିରେ ବିଜୁଳି ଚମକିଲା ପରି ଜଲେବି ବାଈର ହସରୁ ଯେମିତି ବଷୁର୍ଥିଲା କାମନାର ନିଆଁ। ଅନେକ ସେଲିବ୍ରିଟିଙ୍କର ଇଣ୍ଟରଭ୍ୟୁ ନେବା ପୂର୍ବରୁ ମୁଁ ଏମିତି ଅସହଜ କେବେ ମନେ କରିନି। ଇଣ୍ଟରଭ୍ୟୁ ଦେବା ପାଇଁ ସମ୍ମତି ଦେଇ ଭିତରକୁ ଗଲା ଜଲେବି ବାଈ। ତା’ ପଛେ ପଛେ ମୁଁ ଓ ମୋ କ୍ୟାମେରାମ୍ୟାନ୍।
‘ଆପଣମାନେ ବସନ୍ତୁ। ମୁଁ ଟିକେ ଆସୁଛି’ କହି ପାଖରୁମ୍ ଭିତରକୁ ଚାଲିଗଲା ଜଲେବି ବାଈ।

ଏଇ ସମୟ ଭିତରେ ଜଲେବି ବାଈର ଘର ଭିତରର ସବୁ ଦୃଶ୍ୟକୁ ଅବଲୋକନ କରିବାକୁ ଲାଗିଲି। ପରିସ୍କାର ପରିଚ୍ଛନ୍ନ ଦୁଇଜଣିଆ ଖଟଟିଏ। ମୁଣ୍ଡ ପାଖକୁ ଛୋଟ ଟି-ପୟ। ଟି-ପୟ ଉପରେ କିଛି ସିନେମା ପତ୍ରିକା, ଖବର କାଗଜ। ଗୋଟେ କାନ୍ଥ ଆଲମିରାରେ ବିଭିନ୍ନ ଦାମୀ ଡିଓ, ପରଫ୍ୟୁମ୍ଟ‍, ନାମୀ ଦାମୀ ବ୍ରାଣ୍ଡର କଣ୍ଡୋମ୍ ପ୍ୟାକେଟ୍।‍। ଖୁବ୍ ଦାମୀ ବ୍ରାଣ୍ଡର ଦୁଇ ତିନିଟା ୱାଇନ୍‌ ବଟଲ୍। କାନ୍ଥରେ ଲାଗିଛି ଏ-ଫୋର୍‌ ସାଇଜ୍‌ର ବିଭିନ୍ନ ମହିଳା ମଡେଲଙ୍କ ବୋଲ୍‌ଡ ଫଟୋଗ୍ରାଫ୍। ଗୋଟେ ଦେହଜୀବିର ଛୋଟିଆ ରଂଗମହଲ ପରି ଲାଗୁଥିଲା ଘର ଭିତରଟି।

ମୁଁ ନଜର ଫେରାଇ ଦେଖେ ତ ହାତରେ ଚା’ କପ୍ ସହ ନୂଆ ଗେଟଅପ୍‌ରେ ଜଲେବି ବାଈ। ଆମ ହାତକୁ ଚା’ ବଢ଼େଇ ଦେଇ ଖଟ ଉପରେ ବସି ପଡ଼ିଲା। ସଂପୂର୍ଣ୍ଣ ଓଡ଼ିଆଣୀ ବେଶରେ ଥିଲେବି ମେକ୍ ଅପ୍ ତା’ର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଥିଲା। ଦେହରୁ ଚହଟୁଥିଲା ଦାମୀ ଡିଓର ଗନ୍ଧ।

ମୁଁ ଚା’ ପିଇବା ଭିତରେ କ୍ୟାମେରାମ୍ୟାନ୍ ଟ୍ରାଇପୋଡ୍ ରେଡ୍ଡି କଲା। ଚା’ ପିଇ ସାରି ଏଥର ଇଣ୍ଟରଭ୍ୟୁ ଆରମ୍ଭ କରିବା ପାଇଁ ଜଲେବି ବାଇକୁ ଈସାରା ଦେଲି। କ୍ୟାମେରା ସାମ୍ନାରେ ଆଦୌ ନର୍ଭସ ନଥିଲା ଜଲେବି ବାଈ। ମୋର ପ୍ରଥମ ପ୍ରଶ୍ନ ଥିଲା- ଆପଣଙ୍କ ନା ଜଲେବି ବାଈ କାହିଁକି?

ଖୁବ୍ ସ୍ୱଭାବିକ ଢଙ୍ଗରେ ଉତ୍ତର ଆରମ୍ଭ କଲା ଜଲେବି ବାଈ- ‘ପିଲାଦିନେ ଖୁବ୍ ‍ଡଉଲଡାଉଲ ଥିଲି। ତେଣୁ ମୋର ଜଣେ ଜେଜେ ମତେ ଜଲେବି ସହ ତୁଳନା କରି ଡାକି ଦେଇଥିଲେ। ସେଇଦିନୁ ମୋର ଏ ନାଁଟା ରହିଗଲା। ମୋର ଏଇ ମଦ୍‌ହୋସୀ ଯୱାନୀକୁ ଦେଖି ତୁ କ’ଣ ବୁଝିପାରୁନୁ ମୋର ଜଲେବି ନାଁଟା କେତେ ସାର୍ଥକ। ଛାଡ଼ ସେ କଥା, ଆଉ କ’ଣ ପଚାରୁନୁ।

ତା’ ପରେ ଘର, ପରିବାର ଓ ବୃତ୍ତି ବିଷୟରେ କିଛିଟା ପ୍ରଶ୍ନ ପଚାରିଲି। ସବୁ ପ୍ରଶ୍ନର ଉତ୍ତର ଦେଇଥିଲା ଜଲେବି ବାଈ। ଏଥର ମୋର ଶେଷ ପ୍ରଶ୍ନ। ଭାବୁଛି ଆପଣ ଠିକ୍ ଉତ୍ତର ଦେବେ।

‘ନିଶ୍ଚୟ ଦେବି’। ମୁଣ୍ଡ ହଲାଇ ସମ୍ମତି ଜଣାଇଲା ଜଲେବି ବାଈ।

‘ଆଚ୍ଛା, ଜୀବନରେ କେବେ ପ୍ରେମ କରିବାକୁ ସୁଯୋଗ ମିଳିଛି? ସେମିତି ଇଚ୍ଛାଟିଏ କେବେ ମନ ଭିତରକୁ ଆସିନି?’

ମୋର ଏମିତି ପ୍ରଶ୍ନରେ ଟିକେ ଗୁମ୍ ଖାଇଲା ଭଳି ଦିଶିଲା ଜଲେବି ବାଈର ମୁହଁ। ସାମାନ୍ୟ ଭିଡ଼ିମୋଡ଼ି ହୋଇ ନିଜକୁ ଟିକିଏ ସହଜ କରିବାକୁ ଚେଷ୍ଟାକରି ଆରମ୍ଭ କଲା ଜଲେବି ବାଈ।

‘ରାତି ପାହିଲେ ଯାହାର ଦେହଦାଣ୍ଡରେ ଅନେକ ପାଦଚିହ୍ନ, ଯାହାର ବିଛଣାରେ ପରପୁରୁଷର ରେତ ଆଉ ରକ୍ତ, ପାଣି ପରି ବୁହେ, ପେଟ ଚାଖଣ୍ଡକ ପାଇଁ ଯିଏ କେଇଟା ଟଙ୍କା ବିନିମୟରେ ବେଶ୍ୟା ସାଜେ, ତାକୁ ପୁଣି ପ୍ରେମ କରିବ କିଏ? ତା ଛଡା ଆମେ ହେଲୁ ଗ୍ରାହକ ପ୍ରିୟ। ଯାହାର ଯେତେ ମାଲ୍, ଆମ ଦେହ ଉପରେ ତା’ର ସେତିକି ରାଜୁତି। ତଥାପି ମୋର ଯାହା ମନେ ଅଛି କହୁଛି। ମନଦେଇ ଶୁଣ।

ଆମ ଏଇ ବସ୍ତି ଦେଇ ଅନେକ ଲୋକ ଯା’ଆସ କରନ୍ତି। ଆମର କାମ ହେଲା ନିଜକୁ ସଜେଇ ଦୁଆର ମୁହଁରେ ଗରାଖକୁ ଅନିସା କରିବା। ସବୁ ଲୋକଙ୍କୁ ହାତ ଠାରି ଡାକିବା ହେଲା ଧନ୍ଦାବାଲିଙ୍କର କାମ। ଗୋଟେ ସୁନ୍ଦର ଗୁଲୁଗୁଲିଆ ଟୋକା ପ୍ରତିଦିନ ଚାରିଟା ପାଞ୍ଚଟା ବେଳେ ଏଇ ବସ୍ତି ଦେଇ ଯାଏ। ମୁଁ ପ୍ରତିଦିନ ତାକୁ ଦେଖେ। ଆଉ କୁଆଡ଼େ ସେ ମୁଣ୍ଡ ଟେକି ଚାହେଁନି। କେବଳ ମତେ ଟିକେ କଣେଇ କଣେଇ ଚାହିଁ ମୁରୁକି ହସ ମାରେ।

ଦିନେ ମୋ ଘର ସାମ୍ନାରେ ସାଇକେଲରୁ ଖପ୍ କରି ଓହ୍ଲାଇ ପଡ଼ିଲା। ଆମ ସାହିର କେତେଜଣ ଧନ୍ଦାବାଲି ତାକୁ ଘେରିଗଲେ। କହିଲେ- କିରେ ଚିକିଣା, ଆସୁନୁ। ପୁରା ହିରୋ ମାର୍କା ଚେହେରା ପାଇଛୁ। ହାଏ... ହାଏ... କେତେ ମାଲ୍ ‍ ଅଛିବେ ପକେଟରେ? କ’ଣ ସୋ’ରୁମ୍ ଦେଖି ପସନ୍ଦ ହଉନି? ଭିତରକୁ ଚାଲୁନୁ ଦେଖିବୁ? ଟୋକାଟା କିନ୍ତୁ କାହା କଥା ଶୁଣେନି। ମୋରି ଆଡ଼କୁ ଈସାରା କରି କହେ, ଯଦି ଯିବି କେବଳ ସେଇଠିକି। ତା ପରେ ସାଇକେଲ ଚଢ଼ି ପାର।

ୟା ପରଠୁ ସେ ଯେବେ ଏଇ ବସ୍ତି ବାଟେ ଯାଏ, ମୋ ଗରାଖ ବୋଲି ତାକୁ ଆମର ଅନେକ ଧନ୍ଦାବାଲି ଦୁନିଆ ଟାପରା କରନ୍ତି। ଦିନେ ଅଚାନକ ଟୋକାଟା ଆସି ମୋ ପାଖରେ ପହଂଚିଲା।

ମୁଁ ପଚାରିଲି- କ’ଣ ବେ। ଧନ୍ଦା କରିବୁ? ତୁ ସେ ସରକାରୀ କଲୋନୀରେ ରହୁଛୁ? ନୂଆ ବାହା ହେଇଛୁ? ଘରେ କ’ଣ ତୋର ମନ ମାନୁନି? ଯଦି ଏତେ ସଉକି ହଉଛୁ ଯାଉନୁ ଏ ବସ୍ତିରେ କେତେ ଧନ୍ଦାବାଲି ଅଛନ୍ତି।’

ଧିର ଗଳାରେ ଟୋକାଟା କହେ- ମୁଁ କେବଳ ତମକୁ ଚାହେଁ।

କିନ୍ତୁ ମୁଁ ରୋକଠୋନୁ କ ମନା କରିବା ପରେ ଚାଲିଯାଏ। ଦିନେ ଦୁଇଦିନ ପରେ ପୁଣି ଆସେ। ମୋତେ କେତେ ନେହୁରା ହୁଏ। ମୁଁ କିନ୍ତୁ ତାକୁ ସଫାସଫା ମନା କରି ଫେରେଇ ଦିଏ। ଟୋକାଟା କେତେ କାକୁତି ମିନତୀ ହୁଏ। ତଥାପି ତା ସହ ଧନ୍ଦା କରିବାକୁ ମୋର କାହିଁକି ଜମାରୁ ଇଚ୍ଛା ହୁଏନି। ଟୋକାଟାର କିନ୍ତୁ ଏକା ଜିଦ୍।‍

ଶେଷରେ ବାଧ୍ୟ ହେଇ ସେ ଟୋକା ସହ ଦିନେ ସମୟ ବିତେଇବାକୁ ହଁ ମାରିଲି। କିନ୍ତୁ ଗୋଟେ ସର୍ତ୍ତ ରଖିଲି। ମୁଁ ହଁ ମାରିବାକ୍ଷଣି ଟୋକାଟା ଖୁସିରେ କୁରୁଳି ଉଠିଲା। ପଚାରିଲା- ସର୍ତ୍ତଟା କ’ଣ କୁହ? ମୁଁ କହିଲି- ଯୋଉଦିନ ତୁ ମୋ ପାଖକୁ ଆସିବୁ, ମୋ ଘର ଭିତରକୁ ପଶିବା ପୂର୍ବରୁ ତୁ ତୋ ନିଜ ଆଖିରେ ପଟିବାନ୍ଧି ପଶିବୁ। କାମ ସରିବା ପରେ ମୁଁ କହିବା ପରେ ପଟି ଖୋଲିବୁ। ମୋ କଥାରେ ହଁ ମାରି ଏକା ନିଃଶ୍ୱାସରେ ସାଇକେଲ ଉପରେ ବସି ଜୋର ଜୋର ପ୍ୟାଡେଲ ମାରି ବସ୍ତିରୁ ଉଭାନ ହେଇଗଲା। ମୁଁ ଦେଇଥିବା କଣ୍ଟ ଅନୁଯାୟୀ ଟୋକାଟା ଠିକଣା ଦିନ ମୋ ଦୁଆରେ ସାଇକେଲ୍ ଡେରି କବାଟ ଠକ୍ ଠକ୍ କଲା। ଘର ଭିତରୁ ଝର୍କା ଫାଙ୍କରେ ସେ ଟୋକାକୁ ଦେଖି ମୁଁ ଚିଲ୍ଲେଇ କହିଲି- ହେ ଟୋକା। ପଟି ବାନ୍ଧି ଭିତରକୁ ଆ। ତୁ ଆସିବୁ ବୋଲି ମୁଁ ଦରଜାରେ କିଳିଣୀ ଦେଇନି।

ସତକୁ ସତ ଟୋକାଟା ଆଖିରେ ଜବରଦସ୍ତ ପଟି ବାନ୍ଧି ଭିତରକୁ ଆସିଲା। କେଇ ମିନିଟ୍ ପାଇଁ ମୁଁ ତାକୁ ମୋ ବାହୁବନ୍ଧନୀରେ ଜାବୁଡ଼ି ଧରି ଗୋଟେ ଦି’ଟା ଚୁମା ଦେଲି। ତା’ପରେ ମୋ ଘର ଭିତରେ କେଇ ମିନିଟ୍ ପାଇଁ ନିରବତା ଛାଇ ଗଲା।

ଟୋକାଟା କାମ ସାରି ଆଖିରୁ ଅନ୍ଧ ପୁଟୁଳି ଖୋଲିବାକୁ କହିବା ପୂର୍ବରୁ ମୁଁ ଘର ଭିତରକୁ ସଜାଡ଼ି ନେଲି। ଚଢ଼ା ଗଳାରେ ସେ ଟୋକାକୁ ପଚାରିଲି- କ’ଣ ଏଥର ଖୁସି ତ?

ମୋ ପାଟିରୁ କଥା ନସରୁଣୁ କଥା ଛଡ଼େଇ ଟୋକାଟା କହିଲା- ଆଜି ମୁଁ ବହୁତ ଖୁସି। ସତରେ ତୁମର ଜବାବ ନାହିଁ। କ’ଣ ଏଥର ପଟି ଖୋଲିବି?

ମୁଁ କହିଲି - ହଁ ପଟି ଖୋଲ।

ଆଖିରୁ ପଟି ଖୋଲିବା ପରେ ସେ ଟୋକାଟାର ମୁହଁରେ ମୁଁ ପ୍ରଶାନ୍ତିର ଝଲକ ସ୍ପଷ୍ଟ ଦେଖି ପାରୁଥିଲି। ଟୋକାଟା ଘର ଭିତରୁ ବାହାରକୁ ଯିବା ପୂର୍ବରୁ ଗୋଟେ ନୋଟ୍ ବିଡ଼ା ମୋ ହାତରେ ଧରେଇ ଦେଇ ସାଇକେଲ ଚଢ଼ି ଚାଲିଗଲା।

ମୋ ଘରର ସମସ୍ତ ନିରବତାକୁ ଭଙ୍ଗକରି ଦୁଇଟି ନରମ ହାତ ଛୁଉଁଥିଲା ମୋର ପାଦ। ଆଉ ମତେ କହୁଥିଲା- ଧନ୍ୟ ତୁମେ ଜଲେବି ବାଈ। ଧନ୍ଦାବାଲି ହେଲେବି ତୁମ ଭିତରେ ମଣିଷପଣିଆଁ ଅଛି। ମୋ ଉଜୁଡ଼ି ଯାଉଥିବା ସଂସାରରେ ତୁମେ ହସଖୁସି ଭରିଦେଲ। କ’ଣ କହି ତୁମକୁ କୃତଜ୍ଞତା ଜଣାଇବି ମୋ ପାଖରେ ଭାଷା ନାହିଁ। ତୁମେ ଯୋଉଦିନ ମୋ ଘରକୁ ଯାଇଥିଲ- ମୁଁ କେତେ ଗାଳି ଦେଇଥିଲି। କେତେ ଭୁଲ ବୁଝିଥିଲି। ନବ ବିବାହିତାଟି ସ୍ୱାମୀ ସୁଖ ପାଇ ଖୁସିରେ ଯେତିକି ଆତ୍ମହରା ହେଉଥିଲା ତା ଠାରୁ ବେଶୀ ଖୁସି ଥିଲା ମୋ ଉପରେ। ମୋ ଘରୁ ବିଦାୟ ନେଲାବେଳେ ଈଶ୍ୱରଙ୍କୁ ଜଣାଇ ମୋ ପାଇଁ କେତେ ଶୁଭ ମନାସୁଥିଲା।

ଏ ଘଟଣା ପରଠୁ ମୁଁ ସେ ଟୋକାକୁ ଆଉ ଦେଖୁନି, କି ସେ ପୁରୁଣା ଠିକଣାରେ ସେମାନେ ଆଉ ରହୁନାହାନ୍ତି। ବହୁତ ଗରାଖଙ୍କୁ ଘାଇଲା କରିଛି। ହେଲେ କେଜାଣି କାହିଁକି ସେ ଟୋକାର ଏତେ ଭଲ ପାଇବା ଏବେ ମୋତେ ବିଭୋର କରୁଛି।’

ଶେଷ ଆଡ଼କୁ ବାକରୁାହିଦ୍ଧ ହୋଇ ଯାଉଥିଲା ଜଲେବି ବାଈର ସ୍ୱର। ଓଦା ଓଦା ହୋଇ ଆସୁଥିଲା ଆଖି।

କ୍ୟାମେରାର ଫ୍ରେମ୍‌ରେ କଏଦ ହେଉଥିଲା ଜଲେବି ବାଈର କଥା। ଏହା ଦର୍ଶକଙ୍କ ପାଇଁ ହେବ ଏକ୍ସକ୍ଲୁସିଭ୍। ମତେ ଲାଗୁଥିଲା ଗୋଟେ ଭଲ ମଣିଷର ସାକ୍ଷାତକାର ମୁଁ ନେଇଛି।

ଫୋନ୍- ୯୪୩୮୪୧୬୨୩୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story