ସୀତାଙ୍କୁ ଅପମାନ ବିବାଦ: ଏକାଡେମୀ ପୁରସ୍କାର ପ୍ରତ୍ୟାହାର ଦାବି

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ଡ. ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଏକ ସୋଶାଲ ମିଡିଆ ପୋଷ୍ଟକୁ ନେଇ ଘନେଇଥିବା ବିବାଦ ଏବେ ଆଉ ପାଦେ ଆଗେଇଛି। ରାଜେନ୍ଦ୍ରଙ୍କ ପୋଷ୍ଟ କୋଟି କୋଟି ହିନ୍ଦୁ ଓ ସଂସ୍କୃତିପ୍ରେମୀଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ତାଙ୍କୁ ମିଳିଥିବା ଏକାଡେମୀ ପୁରସ୍କାର ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ଗବେଷକ ଶାଶ୍ୱତ ପାଣିଗ୍ରାହୀ। ସୂଚନାଯୋଗ୍ୟ, […]

Saswat-rajendra

Saswat-rajendra

Pragnya Choudhury
  • Published: Saturday, 04 July 2020
  • Updated: 04 July 2020, 05:58 PM IST

Sports

Latest News

ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ଡ. ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଏକ ସୋଶାଲ ମିଡିଆ ପୋଷ୍ଟକୁ ନେଇ ଘନେଇଥିବା ବିବାଦ ଏବେ ଆଉ ପାଦେ ଆଗେଇଛି। ରାଜେନ୍ଦ୍ରଙ୍କ ପୋଷ୍ଟ କୋଟି କୋଟି ହିନ୍ଦୁ ଓ ସଂସ୍କୃତିପ୍ରେମୀଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ତାଙ୍କୁ ମିଳିଥିବା ଏକାଡେମୀ ପୁରସ୍କାର ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ଗବେଷକ ଶାଶ୍ୱତ ପାଣିଗ୍ରାହୀ।

ସୂଚନାଯୋଗ୍ୟ, ଏପ୍ରିଲ ୨୭ ତାରିଖରେ ଡ. ପଣ୍ଡା ଫେସବୁକରେ ଏକ ପୋଷ୍ଟ କରିଥିଲେ, ଯାହାକୁ ନେଇ ଦିନକୁ ଦିନ ବିବାଦ ଘନଉଛି। ଏହି ପୋଷ୍ଟରେ ସେ ଲେଖିଥିଲେ ଯେ, "ଅଶୋକବନରେ ତମେ ଇଚ୍ଛିପାର ରାବଣର ବଳାତ୍କାର, ଅଗ୍ନି ପରୀକ୍ଷାରେ ଏଣେ ହୋଇପାର ଅନାୟାସରେ ଉତ୍ତୀର୍ଣ୍ଣା, ତୁମେ କାହାରି ନୁହଁ।" ଏହାର ପ୍ରତିବାଦରେ ଶାଶ୍ୱତ କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି ଚନ୍ଦ୍ରଶେଖର ଖମ୍ବାରାଙ୍କୁ ଇ-ମେଲ୍ କରିଛନ୍ତି। ଏଥିରେ ସେ ରାଜେନ୍ଦ୍ର ପଣ୍ଡାଙ୍କଠାରୁ ଏକାଡେମୀ ପୁରସ୍କାର ପ୍ରତ୍ୟାହାର କରିବାକୁ ତର୍କଯୁକ୍ତ ଦାବି କରିଛନ୍ତି।

ଡ. ପଣ୍ଡାଙ୍କ ଏହି ପୋଷ୍ଟଟି କୋଟି କୋଟି ହିନ୍ଦୁ ତଥା ସଂସ୍କୃତିପ୍ରେମୀଙ୍କୁ ଆଘାତ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ଶାଶ୍ୱତ। ଏହି ପୋଷ୍ଟରେ ସେ ହିନ୍ଦୁ ଧର୍ମର ଆରାଧ୍ୟା ଦେବୀ ସୀତା ମାତାଙ୍କୁ ଲାଞ୍ଚିତ ନାରୀ ଭାବେ ବର୍ଣ୍ଣନା କରିଛନ୍ତି। ଏହାସହ ସେ ସଂସ୍କୃତି ବିରୋଧୀ ଲବିରେ ସାମିଲ ଥିବା କେତେଜଣ ଓଡ଼ିଆ କବିଙ୍କୁ ଏନେଇ ଅନୁସରଣ କରିବାକୁ ମଧ୍ୟ ପ୍ରବର୍ତ୍ତାଇଥିଲେ। ଉକ୍ତ କବିମାନେ ଭଗବାନ ରାମ ଓ ମାତା ସୀତାଙ୍କୁ ନେଇ ଅନେକ କବିତା ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ଅତ୍ୟନ୍ତ ଅଶାଳୀନ। ତେବେ ଓଡ଼ିଆ ସାହିତ୍ୟ ଜଗତରେ ଏଭଳି ବିକୃତ ଧାରା ପୂର୍ବରୁ କେବେ ଦେଖିବାକୁ ମିଳିନାହି ବୋଲି ଶାଶ୍ୱତ କହିଛନ୍ତି।

rk-panda

ଶାଶ୍ୱତ ନିଜ ଅଭିଯୋଗରେ ଦର୍ଶାଇଛନ୍ତି, ରାଜେନ୍ଦ୍ରଙ୍କର ଏଭଳି ପୋଷ୍ଟ ଅତ୍ୟନ୍ତ ଅଶାଳୀନ। ଏହା ହିନ୍ଦୁମାନଙ୍କୁ ଆଘାତ ଦେଇଛି। ଏଣୁ ତାଙ୍କ ନାଁରେ ଆଇପିସି ଧାରା ୨୯୫ (ଏ) ଏବଂ ଆଇଟି ଆକ୍ଟ ୨୦୦୦ର ଧାରା ୭୬ ଅନୁଯାୟୀ ମାମଲା ରୁଜୁ କରାଯାଉ। ଏହାବ୍ୟତୀତ ରାଜେନ୍ଦ୍ରଙ୍କ ବିରୋଧରେ ୧୦ଟି ଅପରାଧିକ ମାମଲା ମଧ୍ୟ ରହିଛି ବୋଲି ସେ କହିଛନ୍ତି।

rk.-panda

ସେ ଆହୁରି କହିଛନ୍ତି, ଡ. ପଣ୍ଡା ନିଜ କବି ହେବାର ସ୍ୱାଧୀନତାର ଦୁର୍ବ୍ୟବହାର କରିଛନ୍ତି। ସାହିତ୍ୟ ସଂସ୍କୃତି ସହିତ ନିବିଡ଼ ଭାବରେ ଜଡ଼ିତ। ଆଉ ସାହିତ୍ୟର ଏକ ଅଂଶ ସଂସ୍କୃତି ବିରୁଦ୍ଧରେ ଏକ ଉପକରଣ ହୋଇପାରିବ ନାହିଁ। ମାତା ସୀତାଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ସେ ନିଜ କବି ହେବାର ସ୍ୱାଧିନତାର ଅପବ୍ୟବହାର କରିଛନ୍ତି। ଆଉ ଏବଂ ସେ 'ମେଟାଫର' ଆଡ଼ୁଆଳରେ ଲୁଚିବାକୁ ଚେଷ୍ଟା କରୁଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଏବଂ ପୂର୍ବତନ ବରିଷ୍ଠ ଅମଲା ଭାବେ ନିଜ ପ୍ରଭାବଶାଳୀ ମାନ୍ୟତାକୁ ବ୍ୟବହାର କରି ଡ. ପଣ୍ଡା ମୁକ୍ତ ଅଛନ୍ତି ଏବଂ ଆଇନ ମଧ୍ୟ ତାଙ୍କ ନିକଟରେ ପହଞ୍ଚି ପାରୁନାହିଁ ବୋଲି ଶାଶ୍ୱତ ଅଭିଯୋଗ କରିଛନ୍ତି।

ଡ.ପଣ୍ଡାଙ୍କ ଏଭଳି କାର୍ଯ୍ୟକୁ ସାଂସ୍କୃତିକ ଆତଙ୍କବାଦ ବୋଲି ଦର୍ଶାଇ ଶାଶ୍ୱତ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ଏକାଡେମୀ ପୁରସ୍କାର ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏଠାରେ ଉଲ୍ଲେଖ ଥାଉ କି, ଡ. ପଣ୍ଡାଙ୍କ ଏହି ପୋଷ୍ଟକୁ ନେଇ ସେହି ସମୟରେ ସୋଶାଲ ମିଡିଆରେ ଖୁବ୍ ବିବାଦ ଓ ଚର୍ଚ୍ଚା ଜୋର୍ ଧରିଥିଲା।

RK-PANDA-POST

ଅନ୍ୟପଟେ, ଏନେଇ ଡ. ରାଜେନ୍ଦ୍ର କିଶୋର ପଣ୍ଡା କହିଛନ୍ତି ଯେ, "୧୯୮୮ ମସିହାର ଏକ ପୁସ୍ତକରେ ପ୍ରକାଶିତ ଏକ କବିତା, ଯାହା ଯଥେଷ୍ଟ ପୂର୍ବରୁ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଥିଲା। କବିତାରେ ସେଭଳି କିଛି ନାହିଁ। ବିବାଦ ଉଠିବା ପରେ ପୂର୍ଣ୍ଣ କବିତାଟି ମୁଁ ରି-ପୋଷ୍ଟ କରିଛି। ସ୍ତ୍ରୀଙ୍କୁ ଅଗ୍ରାଧିକାର ଦେବା କଥା କବିତାରେ କୁହାଯାଇଛି।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, "କବି ତା ନିଜ ଇଚ୍ଛାରେ କବିତା ଲେଖେ। ଏହି ଅଭିଯୋଗ ସମ୍ପୂର୍ଣ୍ଣ ନିରାଧାର। ଏପରି କୌଣସି ବିଷୟ ନାହିଁ, ଯାହା ଉପରେ ଜଣେ ଲେଖକ ଲେଖିପାରିବ ନାହିଁ। କାହାକୁ ଏଥିରେ ମାନ-ଅପମାନ କରିବା କଥା ଉଠୁନାହିଁ। ଲେଖିବାରେ କୌଣସି ବାଧା ନାହିଁ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos