Advertisment

ଫେରିବାକୁ ହେବ

ଫେରିବାକୁ ହେବ ମୌସୁମୀ ଦାସ ଗୋଠ ବାହୁଡ଼ା ବେଳ ହେଲାଣି ସୂର୍ଯ୍ୟ ବି ଆଖି ମଳିଲାଣି ହାଇ ମାରି ମହଳଣ ଦିଶିଲାଣି। ଦର୍ପଣର ମଥାରେ ବୟସର ରେଖାସବୁ ଉଦାସ ପୌଷ ଶେଷର ଧୂସର ରଙ୍ଗ ଝରା ପତ୍ରରେ।   ଫେରିବା କଥା କହିଲ ଯେ ଧମନୀରେ ଶୀତ ଶିହରି ଗଲା, ଅଳସୀ ଫୁଲର କିଆରୀରେ ହଳଦୀ ରଙ୍ଗର ଓଢ଼ଣି ପିନ୍ଧା ଝିଅର ଆଖିରେ କାକର ବୁନ୍ଦାମାନେ ଜମାଟ ବାନ୍ଧିଲେ।   ସତେ ଫେରିବା ବେଳ ହେଲା ରୁହ […]

ଅଦ୍ୟତନ ହୋଇଛି
ଫେରିବାକୁ ହେବ

Mousumi Das

Advertisment

ଫେରିବାକୁ ହେବ

ମୌସୁମୀ ଦାସ

ଗୋଠ ବାହୁଡ଼ା ବେଳ ହେଲାଣି

ସୂର୍ଯ୍ୟ ବି ଆଖି ମଳିଲାଣି

ହାଇ ମାରି ମହଳଣ ଦିଶିଲାଣି।

ଦର୍ପଣର ମଥାରେ

ବୟସର ରେଖାସବୁ ଉଦାସ

ପୌଷ ଶେଷର ଧୂସର ରଙ୍ଗ

ଝରା ପତ୍ରରେ।

ଫେରିବା କଥା କହିଲ ଯେ

ଧମନୀରେ ଶୀତ ଶିହରି ଗଲା,

ଅଳସୀ ଫୁଲର କିଆରୀରେ

ହଳଦୀ ରଙ୍ଗର ଓଢ଼ଣି ପିନ୍ଧା ଝିଅର

ଆଖିରେ କାକର ବୁନ୍ଦାମାନେ

ଜମାଟ ବାନ୍ଧିଲେ।

ସତେ ଫେରିବା ବେଳ ହେଲା

ରୁହ ଆଉ କିଛି କ୍ଷଣ

ବିଛେଇ ପଡ଼ିଥିବା ସ୍ମୃତି ସବୁକୁ

ସଜାଡି ରଖେ

ଆଲମାରୀର ଚୋରା ଥାକରେ,

ଯେଉଁଠି ଏବେ ବି ସାଇତିଛି

କୁଆଁରୀ ଲୁହମାନଙ୍କୁ, କାଇଁଚ ପେଡ଼ିରେ

ମାଟିଆ ଧରି ଆସିଥିବା

ଛଳଛଳ ଶବ୍ଦ ମାନଙ୍କୁ

ତୁମ ପ୍ରଥମ ଗୋଲାପର ପାଖୁଡାମାନଙ୍କୁ।

ଫେରିବା ତ !

ଆସ ଘେରାଏ ଘୂରି ଆସିବା

ସ୍ପର୍ଶ ଅସ୍ପର୍ଶର ସହରରେ ଶେଷଥର ପାଇଁ

ବାଣ୍ଟିନେବା ନିଜ ଭିତରେ ଶିହରଣ ମାନଙ୍କୁ,

ନା, ଜଣେଇବାନି ପରସ୍ପରକୁ ବିଦାୟ

ଆମ ଫେରିବା ରାସ୍ତାରେ ।

ଏଇ ତ ଯାତ୍ରାର ଆରମ୍ଭ,

ଯାହାର ଅନ୍ତିମ ବିନ୍ଦୁରେ ଦିଗ୍ ବଳୟ।

ଫୋନ୍- ୯୪୩୮୩୬୨୪୬୫

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe