Advertisment

ରାଜଧାନୀରେ ପାଳିତ ହେଲା ପ୍ରଥମ ରାଜ୍ୟ ସ୍ତରୀୟ ଗହ୍ମା ପର୍ବ

ଭୁବନେଶ୍ୱର: ପାଟରାଙ୍କ ଈଷ୍ଟଦେବ ପ୍ରଭୁ ବଳଭଦ୍ରଙ୍କ ଜୟନ୍ତୀ ତଥା ଗହ୍ମାପୂଜା ଅବସରରେ ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଯାଇଛି ପ୍ରଥମ ରାଜ୍ୟ ସ୍ତରୀୟ ଗହ୍ମା ପର୍ବ। ନିଖିଳ ଉତ୍କଳ ପାଟରା ସମିତି ତରଫରୁ ଲୋହିଆ ଏକାଡେମୀରେ ଆୟୋଜିତ ଏହି ପର୍ବରେ ପ୍ରଭୁ ବଳଭଦ୍ର, ଜଗନ୍ନାଥ, ମାତା ସୁଭଦ୍ରା ଓ ସୁଦର୍ଶନଙ୍କ ଉପାସନା, ଆଳତୀ ଓ ବନ୍ଦାପନା କରାଯିବା ସହିତ ବଳଭଦ୍ରଙ୍କ ଗୌରବଗାନ କରାଯାଇଥିଲା। ଏହା ସହିତ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୪ ଚକଲାର ପ୍ରାୟ ୨୦୦ ପ୍ରତିନିଧିଙ୍କ […]

author-image
Debendra Prusty
ଅଦ୍ୟତନ ହୋଇଛି
ରାଜଧାନୀରେ ପାଳିତ ହେଲା ପ୍ରଥମ ରାଜ୍ୟ ସ୍ତରୀୟ ଗହ୍ମା ପର୍ବ

Untitled-1

ଭୁବନେଶ୍ୱର: ପାଟରାଙ୍କ ଈଷ୍ଟଦେବ ପ୍ରଭୁ ବଳଭଦ୍ରଙ୍କ ଜୟନ୍ତୀ ତଥା ଗହ୍ମାପୂଜା ଅବସରରେ ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଯାଇଛି ପ୍ରଥମ ରାଜ୍ୟ ସ୍ତରୀୟ ଗହ୍ମା ପର୍ବ। ନିଖିଳ ଉତ୍କଳ ପାଟରା ସମିତି ତରଫରୁ ଲୋହିଆ ଏକାଡେମୀରେ ଆୟୋଜିତ ଏହି ପର୍ବରେ ପ୍ରଭୁ ବଳଭଦ୍ର, ଜଗନ୍ନାଥ, ମାତା ସୁଭଦ୍ରା ଓ ସୁଦର୍ଶନଙ୍କ ଉପାସନା, ଆଳତୀ ଓ ବନ୍ଦାପନା କରାଯିବା ସହିତ ବଳଭଦ୍ରଙ୍କ ଗୌରବଗାନ କରାଯାଇଥିଲା। ଏହା ସହିତ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୪ ଚକଲାର ପ୍ରାୟ ୨୦୦ ପ୍ରତିନିଧିଙ୍କ ଉପସ୍ଥିତିରେ ବଳଭଦ୍ର- ଜଗନ୍ନାଥ ସଂସ୍କୃତି ଜରିଆରେ କିପରି ଏକ ପରିପୋଷଣୀୟ ପୃଥିବୀ ବା ସନାତନ ଆର୍ଥନୀତିକ ସଭ୍ୟତା ପ୍ରତିଷ୍ଠା କରାଯାଇପାରିବ ତା ଉପରେ ଆଲୋଚନା ହୋଇଥିଲା।

Advertisment

ନିଖିଳ ଉତ୍କଳ ପାଟରା ସମିତିର ପଞ୍ଚ ଅଧିକାରୀ ସର୍ବଶ୍ରୀ ଅଜୟ କୁମାର ଚୌଧୁରୀ, ପ୍ରିୟବ୍ରତ ବେହେରା, ଧରଣୀଧର ବେହେରା ଓ ସୁବାସ ଚନ୍ଦ୍ର ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆଲୋଚନା ଚକ୍ରକୁ ଉଦ୍‌ଘାଟନ କରିଥିଲେ। ଶ୍ରୀମନ୍ଦିରରେ ପାଟରାଙ୍କର ବିଭିନ୍ନ ସେବା ସଂପର୍କରେ ନାରାୟଣ ପାତ୍ର ସୂଚନା ଦେଇଥିଲେ। ଗବେଷକ ଅଖିଳ ସାହୁ ବୌଦ୍ଧ ଓ ସାଧବ ସଂସ୍କୃତି ସହିତ ପାଟରାଙ୍କ ସଂପର୍କ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ। ସଂଯୋଜକ ଦେବେନ୍ଦ୍ର ପୃଷ୍ଟି ସାଂପ୍ରତିକ ବିଶ୍ୱ ତାପନ ସମୟରେ ବଳଭଦ୍ର-ଜଗନ୍ନାଥ ସଂସ୍କୃତି ଓ ପାଟରା ଜାତିର ମହତ୍ୱ ସଂପର୍କରେ ଆଲୋକପାତ କରିଥିଲେ।

[caption id="attachment_757674" align="aligncenter" width="650"]gahma-festival ରାଜ୍ୟ ସ୍ତରୀୟ ଗହ୍ମା ପର୍ବ[/caption]

Advertisment

ପର୍ବରେ ପାଟରାଣୀ ଓ ପାଟରା ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କଳୀୟ ପିଠା ସଂସ୍କୃତି, ବ୍ୟଞ୍ଜନ ବିବିଧତା ଓ ଚିତ୍ର ପ୍ରଦର୍ଶନୀ କରାଯାଇଥିଲା। ପ୍ରକାଶ ଚନ୍ଦ୍ର ସାହୁ ଓ ମୋନାଲିସା ସାହୁ ଇଷ୍ଟଦେବଙ୍କ ପୂଜା ସହିତ ବଳଭଦ୍ରଙ୍କ ଗୌରବଗାନ କରିଥିଲେ। ସ୍ମୃତିରଂଜନ ଆଳତୀ ସମୟରେ ଭଜନ ପରିବେଷଣ କରିଥିଲେ।

ଏହି ଉତ୍ସବରେ ସମିତିର ସଭାପତି ଡାକ୍ତର ରୁଦ୍ରନାରାୟଣ ପୃଷ୍ଟି ପୌରୋହିତ୍ୟ କରିଥିଲେ। କାର୍ଯ୍ୟକାରୀ ସଭାପତି ନାଥ ଖୁଣ୍ଟିଆ, ସାଧାରଣ ସଂପାଦକ ସଂଜୟ ପାତ୍ର, ଉପସଭାପତି ରବୀନ୍ଦ୍ରନାଥ ସେନାପତି, ଆଲୋକ ସାହୁ, କୃଷ୍ଣଚନ୍ଦ୍ର ପାତ୍ର, ଆଶିଷ ସାହୁ, ସରୋଜ ପାତ୍ରଙ୍କ ସମେତ ବହୁ ପାଟରା ପ୍ରତିନିଧି ପାଟରା ଜାତିର ସାମାଜିକ, ସାଂସ୍କୃତିକ, ଆର୍ଥନୀତିକ ଓ ରାଜନୈତିକ ଉତ୍ଥାନ ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।