Advertisment

ସରସ୍ୱତୀଙ୍କୁ ଏହି କାରଣରୁ ବିବାହ କରିଥିଲେ ବ୍ରହ୍ମା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ବ୍ରହ୍ମାଙ୍କୁ ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା ଓ ମହାଦେବଙ୍କୁ ସଂହାର କର୍ତ୍ତା ବୋଲି ବର୍ଣ୍ଣନା କରାଯାଇଛି। କୁହାଯାଏ, ସମସ୍ତ ସୃଷ୍ଟିର ସଂରଚନା ବ୍ରହ୍ମାଙ୍କ ଦ୍ୱାରା ହିଁ ହୋଇଛି। ସମସ୍ତଙ୍କୁ ପ୍ରାୟ ଜଣାଥିବ ଯେ ବ୍ରହ୍ମାଙ୍କର ପତ୍ନୀ ହେଉଛନ୍ତି ‘ବିଦ୍ୟାର ଦେବୀ’ ବା ‘ବାଗ୍‌ଦେବୀ’ ସରସ୍ୱତୀ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦେବୀ ସରସ୍ୱତୀ ବ୍ରହ୍ମାଙ୍କଠାରୁ ହିଁ ସୃଷ୍ଟି ହୋଇଛନ୍ତି। ହିନ୍ଦୁ ଧର୍ମର ସରସ୍ୱତୀ ପୁରାଣ ଏବଂ ମତ୍ସ୍ୟ ପୁରାଣ […]

ସରସ୍ୱତୀଙ୍କୁ ଏହି କାରଣରୁ ବିବାହ କରିଥିଲେ ବ୍ରହ୍ମା

sara1

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ବ୍ରହ୍ମାଙ୍କୁ ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା ଓ ମହାଦେବଙ୍କୁ ସଂହାର କର୍ତ୍ତା ବୋଲି ବର୍ଣ୍ଣନା କରାଯାଇଛି। କୁହାଯାଏ, ସମସ୍ତ ସୃଷ୍ଟିର ସଂରଚନା ବ୍ରହ୍ମାଙ୍କ ଦ୍ୱାରା ହିଁ ହୋଇଛି।

Advertisment

ସମସ୍ତଙ୍କୁ ପ୍ରାୟ ଜଣାଥିବ ଯେ ବ୍ରହ୍ମାଙ୍କର ପତ୍ନୀ ହେଉଛନ୍ତି ‘ବିଦ୍ୟାର ଦେବୀ’ ବା ‘ବାଗ୍‌ଦେବୀ’ ସରସ୍ୱତୀ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦେବୀ ସରସ୍ୱତୀ ବ୍ରହ୍ମାଙ୍କଠାରୁ ହିଁ ସୃଷ୍ଟି ହୋଇଛନ୍ତି।

ହିନ୍ଦୁ ଧର୍ମର ସରସ୍ୱତୀ ପୁରାଣ ଏବଂ ମତ୍ସ୍ୟ ପୁରାଣ ଅନୁଯାୟୀ, ନିଜ ଠାରୁ ସୃଷ୍ଟି ହୋଇଥିବା ବା ଜନ୍ମ ନେଇଥିବା 'ବାଗ୍‌ଦେବୀ'ଙ୍କୁ ସୃଷ୍ଟିକର୍ତ୍ତା ବିବାହ ମଧ୍ୟ କରିଥିଲେ।
ସରସ୍ୱତୀ ପୁରାଣ ଅନୁସାରେ ବିଦ୍ୟା ଦେବୀଙ୍କର କେହି ମା’ ନାହାନ୍ତି, କିନ୍ତୁ ତାଙ୍କର ପିତା ହେଉଛନ୍ତି ଭଗବାନ ବ୍ରହ୍ମା।

Advertisment

ବ୍ରହ୍ମା ସୃଷ୍ଟିର ରଚନା କରିବା ସମୟରେ ଏକା ଥିଲେ। ସେ ନିଜ ଶକ୍ତି ବଳରେ ସରସ୍ୱତୀ ଏବଂ ବ୍ରାହ୍ମୀଙ୍କୁ ସୃଷ୍ଟି କରିଥିଲେ। ଦେବୀ ସରସ୍ୱତୀ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଥିଲେ। ଏଥିପାଇଁ ବ୍ରହ୍ମା ସରସ୍ୱତୀଙ୍କ ପ୍ରତି ଆକର୍ଷିତ ହୋଇ ପଡ଼ିଥିଲେ।

ବ୍ରହ୍ମାଙ୍କ ଆକର୍ଷଣରୁ ରକ୍ଷା ପାଇବା ପାଇଁ ସରସ୍ୱତୀ ଆକାଶ ଏବଂ ଚାରି ଦିଗରେ ଲୁଚିବାକୁ ଲାଗିଲେ। କିନ୍ତୁ ବ୍ରହ୍ମାଙ୍କର ୫ଟି ମସ୍ତିଷ୍କ ଥିବାରୁ ସେ ସରସ୍ୱତୀଙ୍କୁ ଠାବ କରିବାରେ ସକ୍ଷମ ହୋଇଥିଲେ। ଏହାପରେ ସୃଷ୍ଟି ସଂରଚନାରେ ସହଯୋଗ ପାଇଁ ବ୍ରହ୍ମା ସରସ୍ୱତୀଙ୍କୁ ନିବେଦନ କରିଥିଲେ। ସରସ୍ୱତୀ ମଧ୍ୟ ବ୍ରହ୍ମାଙ୍କ କଥାରେ ରାଜି ହୋଇଥିଲେ।

ସରସ୍ୱତୀଙ୍କୁ ବିବାହ କରିବା ପରେ ବ୍ରହ୍ମା ଓ ସରସ୍ୱତୀଙ୍କଠାରୁ ସର୍ବପ୍ରଥମେ ମନୁଙ୍କର ଜନ୍ମ ହୋଇଥିଲା। ମନୁଙ୍କୁ ପୃଥିବୀର ପ୍ରଥମ ମାନବ ସନ୍ତାନ ବୋଲି କୁହାଯାଏ। ଏହା ବ୍ୟତୀତ ମନୁଙ୍କୁ ସନାତନ ଧର୍ମ, ବେଦ, ସଂସ୍କୃତ ଏବଂ ସମସ୍ତ ଭାଷାର ଜନକ ବୋଲି କୁହାଯାଏ।

ଏମିତି କିଛି କାରଣ ପାଇଁ ବ୍ରହ୍ମା ସରସ୍ୱତୀଙ୍କୁ ବିବାହ କରିଥିବା ପୁରାଣରେ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe