Advertisment

କୋରାପୁଟ ସାହିତ୍ୟ ସମ୍ମାନରେ ସମ୍ମାନିତ ହେଲେ ପଦ୍ମଜ ପାଳ, ଅମରେଶ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଆ ମିଡିଆ ଆୟୋଜିତ ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଏ ଅବସରରେ ପ୍ରସିଦ୍ଧ କଥାଶିଳ୍ପୀ ପଦ୍ମଜ ପାଳ ଓ ଜଣାଶୁଣା କବି ଅମରେଶ ପଟ୍ଟନାୟକଙ୍କୁ ଚଳିତ ବର୍ଷ ପାଇଁ କୋରାପୁଟ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୨୧ ହଜାର […]

author-image
Niharika Rout
ଅଦ୍ୟତନ ହୋଇଛି
କୋରାପୁଟ ସାହିତ୍ୟ ସମ୍ମାନରେ ସମ୍ମାନିତ ହେଲେ ପଦ୍ମଜ ପାଳ, ଅମରେଶ ପଟ୍ଟନାୟକ

pic

ଭୁବନେଶ୍ୱର: ଓଡ଼ିଆ ମିଡିଆ ଆୟୋଜିତ ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନ୍‌ରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ଏ ଅବସରରେ ପ୍ରସିଦ୍ଧ କଥାଶିଳ୍ପୀ ପଦ୍ମଜ ପାଳ ଓ ଜଣାଶୁଣା କବି ଅମରେଶ ପଟ୍ଟନାୟକଙ୍କୁ ଚଳିତ ବର୍ଷ ପାଇଁ କୋରାପୁଟ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୨୧ ହଜାର ଟଙ୍କା, ମାନପତ୍ର, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା।

Advertisment

ଉତ୍ସବରେ ପ୍ରସିଦ୍ଧ ଔପନ୍ୟାସିକ ବିଭୂତି ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ କବି ହରପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଓଡ଼ିଆ ମିଡିଆ ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା।

ଏ ଅବସରରେ ଇଂରାଜୀ କବିତା ସଂକଳନ 'ଏ ଲଷ୍ଟ୍‌ ହେଭେନ୍' ପାଇଁ ଚଳିତ ବର୍ଷର ପେନ୍‌ ଇନ୍‌ ବୁକ୍ସ ବେଷ୍ଟ୍‌ ସେଲର୍‌ ପୁରସ୍କାର କବି କଳ୍ପାଶା ଅଙ୍କିତା ଶଙ୍କ ଦିଆଯାଇଥିଲା। ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ୫ଟି ବହି ଏ ଅବସରରେ ଉନ୍ମୋଚିତ ହୋଇଥିଲା।

Advertisment

ଉଦ୍‌ଘାଟନୀ ଉତ୍ସବ ପରେ ଉଭୟ ପୁରସ୍କାର ପ୍ରାପକଙ୍କ ସହ ଏ ସାକ୍ଷାତକାର ସଂପାନ ଅନୁଷ୍ଠିତ ହୋଇଥିଲା। ଅମରେଶ ପଟ୍ଟନାୟକଙ୍କ ସହ ବରିଷ୍ଠ କବି ରକ୍ଷଖ ନାୟକ କଥାବାର୍ତ୍ତ କରିଥିବା ବେଳେ ପଦ୍ମଜପାଳଙ୍କୁ ପ୍ରଶ୍ନ ପଚାରିଥିଲେ କବି ଓ ସମାଲୋଚକ ଜ୍ଞାନୀ ଦେବାଶିଷ ମିଶ୍ର।

ଏହା ପରେ 'ଓଡ଼ିଆ କାହାଣୀ: ସମସାମୟିକ ଓ ଶାସ୍ତ୍ରୀୟ' ଶୀର୍ଷକ ଏକ ସଂପାନରେ ଦାଶ ବନହୁର, ଡ ଗୌରହରି ଦାସ, ସରୋଜିନୀ ସାହୁ ଓ ପରେଶ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ। ଏହି ସଂପାନ ପରିଚାଳନା କରିଥିଲେ ଅମରେଶ ବିଶ୍ୱାଳ। ପରେ ପରେ 'ଓଡ଼ିଆ କବିତା: ବିବିଧତା ନା ବିଭାଜନ' ଶୀର୍ଷକ ଆଲୋଚନାରେ କବି ପ୍ରଦୀପ ବିଶ୍ୱାଳ, ଜ୍ଞାନ ହୋତା ଓ କେଦାର ମିଶ୍ର ଯୋଗ ଦେଇଥିଲେ। ଏହାକୁ ପରିଚାଳନା କରିଥିଲେ ନବ ଜ୍ୟୋତି ରାୟ। ଶେଷରେ ଅନୁଷ୍ଠିତ କବିତା ପାଠୋତ୍ସବରେ ୨୦ରୁ ଅଧିକ କବି ଭାଗ ନେଇଥିଲେ। ଏହାକୁ ସଂଯୋଜନା କରିଥିଲେ ଯୁବ କବି ଚକ୍ରଧର ପାତ୍ର।  ଉତ୍ସବକୁ ପରିଚାଳନା କରିଥିଲେ କବି ମୃତ୍ୟୁଞ୍ଜୟ ରଥ।

ଆସନ୍ତାକାଲି ଉତ୍ସବର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ କୋରାପୁଟର ଡୁଡୁମା ଜଳପ୍ରପାତ ନିକଟରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏଥିପାଇଁ ଆଜି ସଂଧ୍ୟାରେ ଏକ ସ୍ୱତନ୍ତ୍ର ବସରେ ଆଜି ଭୁବନେଶ୍ବରରୁ ୪୦ ଜଣ ଲେଖକ କୋରାପୁଟ ଅଭିମଖେ ବାହାରିଛନ୍ତି। ପୂର୍ବ ଦୁଇ ବର୍ଷର ଉତ୍ସବ କୋରାପୁଟରେ ହେଉଥିବା ବେଳେ ଏଥର କୋଭିଡ୍‌ କାରଣରୁ ଉଦ୍‌ଘାଟନୀ ଉତ୍ସବ ଭୁବନେଶ୍ୱରରେ ହୋଇଥିଲା। ଅନୁରୂପ କାରଣରୁ ଏଥର ଉତ୍ସବକୁ ରାଜ୍ୟ ବାହାରୁ କୌଣସି ଅତିଥିଙ୍କୁ ଡକାଯାଇନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।