Advertisment

ପଞ୍ଚାନନ କାନୁନ୍‌ଗୋଙ୍କ ପୁସ୍ତକ ‘ଗାନ୍ଧୀଜିଙ୍କ ଓଡ଼ିଶା ଆବିଷ୍କାର’ ଉନ୍ମୋଚିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଗାନ୍ଧୀଜିଙ୍କ ଓଡ଼ିଶା ଆବିଷ୍କାର’ ଉନ୍ମୋଚିତ ହୋଇଯାଇଛି। ଏହା ହେଉଛି ଶ୍ରୀ କାନୁନ୍‌ଗୋଙ୍କ ଦ୍ୱାରା ଲିଖିତ ଲୋକ ଇତିହାସ ମାଳାର ଚତୁର୍ଥ ପୁସ୍ତକ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତା ତଥା ରାଜ୍ୟ ସେବା ଦଳର ଅଧ୍ୟକ୍ଷ ଡକ୍ଟର ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଯୋଗ ଦେଇ ବିଶିଷ୍ଟ ମାର୍କସବାଦୀ ନେତା ଜନାର୍ଦ୍ଦନ ପତି କହିଥିଲେ ଯେ ଭାରତ ବର୍ଷରେ […]

ଅଦ୍ୟତନ ହୋଇଛି
ପଞ୍ଚାନନ କାନୁନ୍‌ଗୋଙ୍କ ପୁସ୍ତକ ‘ଗାନ୍ଧୀଜିଙ୍କ ଓଡ଼ିଶା ଆବିଷ୍କାର’ ଉନ୍ମୋଚିତ

Book Release

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଗାନ୍ଧୀଜିଙ୍କ ଓଡ଼ିଶା ଆବିଷ୍କାର’ ଉନ୍ମୋଚିତ ହୋଇଯାଇଛି। ଏହା ହେଉଛି ଶ୍ରୀ କାନୁନ୍‌ଗୋଙ୍କ ଦ୍ୱାରା ଲିଖିତ ଲୋକ ଇତିହାସ ମାଳାର ଚତୁର୍ଥ ପୁସ୍ତକ।

Advertisment

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତା ତଥା ରାଜ୍ୟ ସେବା ଦଳର ଅଧ୍ୟକ୍ଷ ଡକ୍ଟର ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଯୋଗ ଦେଇ ବିଶିଷ୍ଟ ମାର୍କସବାଦୀ ନେତା ଜନାର୍ଦ୍ଦନ ପତି କହିଥିଲେ ଯେ ଭାରତ ବର୍ଷରେ ସାଂପ୍ରଦାୟିକ ଶକ୍ତିମାନେ ଯେତେଚେଷ୍ଟା କଲେ ମଧ୍ୟ ଗାନ୍ଧୀବାଦର ମୃତ୍ୟୁ ହେବ ନାହିଁ। ଭାରତ ବର୍ଷରେ ଯେତେ ଦିନ ପର୍ଯ୍ୟନ୍ତ ରାମଧୁନ ବଞ୍ଚି ରହିଛି ସେତେ ଦିନ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଭାରତୀୟଙ୍କ ହୃଦୟରେ ରହିଥିବେ।

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ରବି ଦାସ କହିଥିଲେ ଯେ ଗାନ୍ଧୀଜି ଓଡ଼ିଶାବାସୀଙ୍କୁ ପ୍ରାଣ ଦେଇ ଭଲ ପାଉଥିଲେ। ସେଥିପାଇଁ ସେ ଜୀବନ କାଳ ମଧ୍ୟରେ ୮ ଥର ଓଡ଼ିଶା ଆସିଥିଲେ।

Advertisment

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗାନ୍ଧୀବାଦି ପ୍ରହ୍ଲାଦ ସିଂଙ୍କ ସହିତ ଗାନ୍ଧୀଙ୍କ ଆଦର୍ଶକୁ ଭଲ ପାଉଥିବା ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ଛାତ୍ର ଓ ଯୁବକ ଯୋଗ ଦେଇଥିଲେ। ଶେଷରେ ଲେଖକ ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଧନ୍ୟବାଦ ଅର୍ପଣ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe