Advertisment

ଡକ୍ଟର ହୃଷିକେଶ ମଲ୍ଲିକ ଗ୍ରହଣ କଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିଶିଷ୍ଟ କବି ତଥା ସାହିତ୍ୟିକ ଡକ୍ଟର ହୃଷିକେଶ ମଲ୍ଲିକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କ।ର ଗ୍ରହଣ କରିଛନ୍ତି। ସାହିତ୍ୟ ଏକାଦେମୀର ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ୱାରଙ୍କଠାରୁ ସେ ଏହି ସମ୍ମାନଜନକ ପୁରସ୍କ।ର ଗ୍ରହଣ କରିଛନ୍ତି। ଡକ୍ଟର ମଲ୍ଲିକଙ୍କ ସହ ଆଉ ୨୪ ଜନଜାତି ଭାଷାର ପ୍ରତିନିଧି ସମ୍ମାନିତ ହୋଇଛନ୍ତି। ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତ ପାଳନ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ‘ସାହିତ୍ୟୋତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗୁରୁବାରଠାରୁ […]

ଅଦ୍ୟତନ ହୋଇଛି
ଡକ୍ଟର ହୃଷିକେଶ ମଲ୍ଲିକ ଗ୍ରହଣ କଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

Hrushikesh Mallick

Advertisment

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିଶିଷ୍ଟ କବି ତଥା ସାହିତ୍ୟିକ ଡକ୍ଟର ହୃଷିକେଶ ମଲ୍ଲିକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କ।ର ଗ୍ରହଣ କରିଛନ୍ତି। ସାହିତ୍ୟ ଏକାଦେମୀର ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ୱାରଙ୍କଠାରୁ ସେ ଏହି ସମ୍ମାନଜନକ ପୁରସ୍କ।ର ଗ୍ରହଣ କରିଛନ୍ତି। ଡକ୍ଟର ମଲ୍ଲିକଙ୍କ ସହ ଆଉ ୨୪ ଜନଜାତି ଭାଷାର ପ୍ରତିନିଧି ସମ୍ମାନିତ ହୋଇଛନ୍ତି।

Advertisment

ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତ ପାଳନ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ‘ସାହିତ୍ୟୋତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗୁରୁବାରଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଏହି ଉତ୍ସବକୁ ଭାରତର ସବୁଠୁ ସମାବେଶୀ ସାହିତ୍ୟ ଉତ୍ସବ ବୋଲି ବିବେଚନା କରାଯାଉଛି। ଏହି ଉପଲକ୍ଷେ ରବୀନ୍ଦ୍ର ଭବନ ଲନ୍‌ରେ ‘ଜନଜାତି ଲେଖକ ସମ୍ମିଳନୀ’ ହୋଇଥିଲା।

ଉତ୍ସବକୁ ବିଶିଷ୍ଟ ବଲତି କବି ଶ୍ରୀଅଖୋନେ ଅଜଗର ଅଲି ବଶରତ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ୨୪ଟି ଜନଜାତି ଭାଷାର ପ୍ରତିନିଧିଙ୍କୁ ସମ୍ମାନିତ କରାଯାଇଛି। ସାହିତ୍ୟ ଏକାଦେମୀର ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ୱାର ବିଜେତାମାନଙ୍କୁ ପୁରସ୍କ।ର ପ୍ରଦାନ କରିଥିଲେ। ପୁରସ୍କ।ର ବିତରଣ ସମାରୋହରେ ବିଶିଷ୍ଟ ମରାଠୀ ଲେଖକ ଡକ୍ଟର ଭାଲଚନ୍ଦ୍ର ଦନମାଦେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।

Advertisment

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ବିଜେତାଙ୍କ ମଧ୍ୟରେ ଅଛନ୍ତି- ଅନୁରାଧା ଶର୍ମା ପୂଜାରୀ (ଅହମିୟା), ବ୍ରତ୍ୟ ବସୁ (ବଙ୍ଗଳା), ମୋଦାୟ ଗାହାୟ (ବୋଡୋ), ରାଜ ରାହି(ଡୋଗ୍ରୀ), ନମିତା ଗୋଖଲେ (ଇଂରାଜୀ), ଯଜ୍ଞେଶ ଦଭେ (ଗୁଜରାଟୀ), ଦୟା ପ୍ରକାଶ ସିହ୍ନ। (ହିନ୍ଦୀ), ୱାଲି ମହମ୍ମଦ ଅସୀର କିସ୍ତୱାରୀ (କଶ୍ମିରୀ), ସଞ୍ଜୀବ ଭେରେଙ୍କର (କୋଙ୍କଣୀ), ଜଗଦୀଶ ପ୍ରସାଦ ମଣ୍ଡଳ (ମୈଥିଳୀ), ଜଜମ ଓଣକ୍କର (ମାଲାୟଲମ୍‌), ଥୋକୋଚୋମ୍‌ ଇବୋହାନବୀ ସିଂ(ମଣିପୁରୀ), କୀରଣ ଗୌରବ (ମରାଠୀ), ଛବିଲାଲ୍‌ ଉପାଧ୍ୟାୟ (ନେପାଳୀ), ଡକ୍ଟର ହୃଷିକେଶ ମଲ୍ଲିକ(ଓଡ଼ିଆ), ଖାଲିଦ ଦୁସୈନ (ପଞ୍ଜ।ବୀ), ମୀଠେଶ ନିର୍ମୋହୀ (ରାଜସ୍ଥ।ନୀ), ନିରଞ୍ଜନ ହାଁସଦା (ସାନ୍ତ।ଳୀ), ଅର୍ଜ୍ଜୁନ ଚାୱଲା (ସିନ୍ଧୀ), ଅମ୍ୱାଇ (ତାମିଲ୍‌), ଗୋରେତି ଭେଙ୍କନ୍ନା (ତେଲୁଗୁ), ନନ୍ଦନ ଭାନ୍‌ ଖୟାଲ୍‌ (ଉର୍ଦ୍ଦୁ ), ବିନ୍ଧେଶ୍ୱରୀ ପ୍ରସାଦ ମିଶ୍ରା ‘ବିନୟ’ (ସଂସ୍କୃତ)।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe