Advertisment

ଉତ୍କଳମଣି ଗୋପବନ୍ଧୁ ଥିଲେ ମଣିଙ୍କ ଭିତରେ ମଣି: ଗୋପାଳ କୃଷ୍ଣ ଗାନ୍ଧୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍କଳମଣି ଗୋପବନ୍ଧୁ ଦାଶ ଏକ ଉତ୍କୃଷ୍ଟ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ। ସେ ଜେଲ ଜୀବନର ବ୍ୟଥା ଓ ବେଦନାକୁ ସାରସ୍ଵତ ସାଧନାରେ ଲଗାଇ ଜଣେ ନିର୍ଭୀକ ଲେଖକର ପରିଚୟ ଦେଇଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାତି  ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଗୋପାଳକୃଷ୍ଣ ଗାନ୍ଧୀ କଳିଙ୍ଗ ସାହିତ୍ୟ ମହୋତ୍ସବର ଉଦଘାଟନୀ ସଭାରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏହା କହିଛନ୍ତି । ଆଜିର ଲେଖକ ଗୋପବନ୍ଧୁଙ୍କ ଜୀବନାଦର୍ଶକୁ […]

author-image
Jitendra Garnayak
ଉତ୍କଳମଣି ଗୋପବନ୍ଧୁ ଥିଲେ ମଣିଙ୍କ ଭିତରେ ମଣି: ଗୋପାଳ କୃଷ୍ଣ ଗାନ୍ଧୀ

Dibya Dutta receives award

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍କଳମଣି ଗୋପବନ୍ଧୁ ଦାଶ ଏକ ଉତ୍କୃଷ୍ଟ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ। ସେ ଜେଲ ଜୀବନର ବ୍ୟଥା ଓ ବେଦନାକୁ ସାରସ୍ଵତ ସାଧନାରେ ଲଗାଇ ଜଣେ ନିର୍ଭୀକ ଲେଖକର ପରିଚୟ ଦେଇଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାତି  ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଗୋପାଳକୃଷ୍ଣ ଗାନ୍ଧୀ କଳିଙ୍ଗ ସାହିତ୍ୟ ମହୋତ୍ସବର ଉଦଘାଟନୀ ସଭାରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏହା କହିଛନ୍ତି । ଆଜିର ଲେଖକ ଗୋପବନ୍ଧୁଙ୍କ ଜୀବନାଦର୍ଶକୁ ପାଥେୟ କରି ନିର୍ଭୀକ ଭାବେ ଲେଖନୀ ଚାଳନା କରିବା ଉଚିତ ବୋଲି ସେ ନୂଆଦିଲ୍ଲୀରୁ ଭିଡିଓ ସନ୍ଦେଶ ଜରିଆରେ ମତବ୍ୟକ୍ତ କରିଥିଲେ। ଏହି ସଭାରେ ଶ୍ରୀଯୁକ୍ତ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ରଚିତ ଇଂରାଜୀ ପୁସ୍ତକ ନିମନ୍ତେ କଳିଙ୍ଗ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା ।

Advertisment

ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ଉତ୍ସବର ଉଦଘାଟନ କରିଥିଲେ। ଉଦଘାଟନୀ ସମାରୋହରେ ନେପାଳ ରାଷ୍ଟ୍ରଦୂତ ରାମ ପ୍ରସାଦ ସୁବେଦୀ, ପଦ୍ମଭୂଷଣ ଡଃ ସୀତାକାନ୍ତ ମହାପାତ୍ର ଓ ପଦ୍ମ ଭୂଷଣ ରାମକାନ୍ତ ରଥ ପ୍ରମୁଖ ଯୋଗ ଦେଇଥିଲେ।

ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ଏହି ଉତ୍ସବକୁ ଓଡିଶା ସରକାରଙ୍କ ସମର୍ଥନ ରହିଛି। କଳିଙ୍ଗ ସାହିତ୍ୟ ମହୋତ୍ସବ ଓଡ଼ିଶାର ଭାଷା ଓ ସଂସ୍କୃତିକୁ ଦୁନିଆର କୋଣ ଅନୁକୋଣକୁ ନେଇ ଯିବ ବୋଲି ଆଶା।

Advertisment

କଳିଙ୍ଗ ସାହିତ୍ୟ ମହୋତ୍ସବର ଅଷ୍ଟମ ସଂସ୍କରଣରେ ୩୦ଟି ବର୍ଗରେ ପୁସ୍ତକ ପୁରସ୍କାର ପ୍ରଦାନ କରାଯାଇଥିଲା । ଗତବର୍ଷ କୋଭିଡ ଉପଲକ୍ଷେ ମହୋତ୍ସବର ଆୟୋଜନ ହୋଇପାରି ନ ଥିବାରୁ ଏଥର ଅନେକ ବର୍ଗରେ ଏକାଧିକ ଲେଖକଙ୍କୁ ପୁରସ୍କୃତ କରାଯାଇଥିଲା । ପଦ୍ମଶ୍ରୀ ଶ୍ରୀନିବାସ ଉଦଗାତାଙ୍କୁ କଳିଙ୍ଗ ସାହିତ୍ୟ ପୁରସ୍କାର ଏବଂ ଅରୁଣ କମଲଙ୍କୁ କଳିଙ୍ଗ ସାହିତ୍ୟିକ ଆନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦିବ୍ୟା ଦତ୍ତଙ୍କୁ ମହିଳା ଲେଖକ ଭାବରେ ପୁରସ୍କୃତ କରାଯାଇଥିଲା।