କଥାକାର ପାରମିତା ଶତପଥୀ ପାଇବେ ଶାରଳା ପୁରସ୍କାର
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇମ୍ପାକ୍ଟ ପକ୍ଷରୁ ୪୨ତମ ଶାରଳା ପୁରସ୍କାର ଘୋଷଣା ହୋଇଛି। କଥାକାର ପାରମିତା ଶତପଥୀ ପାଇବେ ଶାରଳା ପୁରସ୍କାର। ପଶ୍ଚିମା ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ସେ ଶାରଳା ପୁରସ୍କାର ପାଇବେ। ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ। କୋଭିଡ୍ ପାଇଁ ଚଳିତ ବର୍ଷ ଆୟୋଜନ ହେବନି ପୁରସ୍କାର ସମାରୋହ। ସମାରୋହ ଆୟୋଜନ ନହୋଇ ବ୍ୟକ୍ତିଗତ ଭାବେ ପୁରସ୍କାର ପ୍ରଦାନ କରାଯିବ।
ଇମ୍ଫା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ୧୯୮୦ ରୁ ପ୍ରଦାନ କରାଯାଉଛି ଶାରଳା ପୁରସ୍କାର। ବଂଶୀଧର-ଇଲା ପଣ୍ଡା ସଙ୍ଗୀତ ଓ କଳା ସମ୍ମାନ ଖୁବ୍ ଶୀଘ୍ର ପ୍ରଦାନ କରାଯିବ।
ସମ୍ମାନ ଜନକ ଶାରଳା ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଶାର ବିଶିଷ୍ଟ ଲେଖିକା ତଥା ଔପନ୍ୟାସିକା ପାରମିତା ଶତପଥୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା
ସମ୍ମାନଜନକ ଶାରଳା ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଶାର ବିଶିଷ୍ଟ ଲେଖିକା ତଥା ଔପନ୍ୟାସିକା ପାରମିତା ଶତପଥୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ନିଜର ଅନନ୍ୟ ସୃଷ୍ଟି 'ଅଭିପ୍ରେତ କାଳ' ପାଇଁ ସେ ଏହି ସମ୍ମାନରେ ସମ୍ମାନିତ ହେବେ। ତାଙ୍କୁ ଅଶେଷ ଅଶେଷ ଶୁଭକାମନା। 💐🙏@PandaJay #Odisha pic.twitter.com/OdRQ2Rs2K9
— Baijayant Panda Odia (@Panda_Odia) August 5, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।