Advertisment

ଲଭ୍‌ ଟୁ ସର୍ଭ

ସକାଳ ୯ଟାରେ ବିଛଣା ଛାଡ଼ି ଟିଭି ଅନ୍ କଲେ ମିସେସ ମିଶ୍ର। ଆଉ ତା’ପରେ ତାଙ୍କର ମନେ ପଡ଼ିଗଲା ଯେ ଆଜି ହେଉଛି ବିଶ୍ୱ ଚା’ ଦିବସ। କାଳବିଳମ୍ବ ନ କରି ସେ ସଙ୍ଗେ ସଙ୍ଗେ ସୋଶାଲ୍ ମିଡିଆରେ ଫୋଟଟିଏ ପୋଷ୍ଟ କରି ଇଂରାଜୀରେ ଗୋଟିଏ ଧାଡ଼ି ଲେଖିଦେଲେ- love to serve tea । ତା’ପରେ ମୋବାଇଲ୍‌ ଧରି ବେଡ୍‌ ରୁମ୍‌ରୁ ତଳକୁ ଆସି ଦେଖିଲେ ଡ୍ରଇଂରୁମ୍‌ରେ ଶାଶୂ ବସିଛନ୍ତି। ସେ ଶାଶୂଙ୍କୁ ନଦେଖିଲା ପରି […]

ଲଭ୍‌ ଟୁ ସର୍ଭ

soumya

Advertisment

କାଳ ୯ଟାରେ ବିଛଣା ଛାଡ଼ି ଟିଭି ଅନ୍ କଲେ ମିସେସ ମିଶ୍ର। ଆଉ ତା’ପରେ ତାଙ୍କର ମନେ ପଡ଼ିଗଲା ଯେ ଆଜି ହେଉଛି ବିଶ୍ୱ ଚା’ ଦିବସ। କାଳବିଳମ୍ବ ନ କରି ସେ ସଙ୍ଗେ ସଙ୍ଗେ ସୋଶାଲ୍ ମିଡିଆରେ ଫୋଟଟିଏ ପୋଷ୍ଟ କରି ଇଂରାଜୀରେ ଗୋଟିଏ ଧାଡ଼ି ଲେଖିଦେଲେ- love to serve tea । ତା’ପରେ ମୋବାଇଲ୍‌ ଧରି ବେଡ୍‌ ରୁମ୍‌ରୁ ତଳକୁ ଆସି ଦେଖିଲେ ଡ୍ରଇଂରୁମ୍‌ରେ ଶାଶୂ ବସିଛନ୍ତି। ସେ ଶାଶୂଙ୍କୁ ନଦେଖିଲା ପରି ଚାଲି ଯାଉଥିଲେ। ହେଲେ ଅନେକ ବେଳୁ ଚା’ ଟିକେ ପିଇବା ପାଇଁ ଅପେକ୍ଷା କରି ରହିଥିବା ତାଙ୍କ ଶାଶୂ ଡାକ ପକାଇ କହିଲେ, “ମା’ ଚା ଟିକେ କରି ଦେବୁ”। ଏହା ଶୁଣି ଚିତ୍କାର କରି ମିସେସ୍ ମିଶ୍ର କହିଲେ, “ଦିନେ ଚା ନ ପିଇଲେ କ’ଣ ହେବନି। ମୁଁ ବ୍ୟସ୍ତ ଅଛି। ଏବେ ଚା ଫା କିଛି ଦେଇ ହେବନି।”

Advertisment

ମିସେସ୍‌ ମିଶ୍ରଙ୍କ ଚିତ୍କାର ଓ ଉଗ୍ରରୂପ ଦେଖି ୯୦ ବର୍ଷରେ ପାଦ ଥାପି ସାରିଥିବା ଶାଶୂ ଖାଲି ବିକଳ ହୋଇ ଚାହିଁ ରହିଲେ। ଆଉ କିଛି କହିବାକୁ ତାଙ୍କର ଜୁ ହେଲା ନାହିଁ। ଖାଲି ଭାବୁଥିଲେ ଚା’ ମାଗି କ’ଣ ଏମିତି ଭୁଲ୍ କରି ଦେଲେ? ଆଉ ମିସେସ୍ ମିଶ୍ର ଶାଶୂଙ୍କୁ ଏଭଳି ଦୁଇ ପଦ ଝାଡ଼ି ଦେଇ ଲନ୍‌ ଆଡ଼କୁ ଯାଉଥିବା ବେଳେ ସୋଶାଲ୍ ମିଡିଆରେ ଅପ୍‌ଡେଟ୍ କରିଥିବା ଷ୍ଟାଟସ୍‌ରେ ଆସୁଥିବା କମେଣ୍ଟର ଉତ୍ତରରେ ଲେଖୁଥିଲେ- plz, it’s my pleasure.

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe