Advertisment

ମଞ୍ଚରେ ‘ଦଶାବତାର’, କାହାଣୀରେ ବିବର୍ତ୍ତନବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଷ୍ଣୁ ହେଉଛନ୍ତି ପାଳନ କର୍ତ୍ତା। ଯୁଗେ ଯୁଗେ ଧର୍ମରକ୍ଷା ପାଇଁ ଧରାପୃଷ୍ଠରେ ସେ ଅବତାର ନିଅନ୍ତି। କେତେବେଳେ ମନୁଷ୍ୟ ତ ପୁଣି କେତେବେଳେ ସାଧାରଣ ପ୍ରାଣୀ ହୋଇ ଧର୍ମ ରକ୍ଷା କରିଥା’ନ୍ତି। ଏହାକୁ ଆଧାର କରି ଦଶାବତାର ଉପାଖ୍ୟାନଟି ପରିକଳ୍ପନା କରାଯାଇଛି ଆମ ସନାତନ ଧର୍ମରେ। ଜୟଦେବଙ୍କ ଗୀତଗୋବିନ୍ଦରେ ବର୍ଣ୍ଣିତ ହୋଇଛି ବିଷ୍ଣୁଙ୍କ ଏହି ଦଶଟି ଅବତାର। କିନ୍ତୁ ଏହି ଧାର୍ମିକ ଆଖ୍ୟାନ ସହ ମଣିଷ ଜୀବନ ତଥା ଜୀବ ସୃଷ୍ଟିର ରହିଛି ଅଙ୍ଗାଙ୍ଗୀ […]

author-image
Mihir Pattnayak
ଅଦ୍ୟତନ ହୋଇଛି
ମଞ୍ଚରେ ‘ଦଶାବତାର’, କାହାଣୀରେ ବିବର୍ତ୍ତନବାଦ

ee

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଷ୍ଣୁ ହେଉଛନ୍ତି ପାଳନ କର୍ତ୍ତା। ଯୁଗେ ଯୁଗେ ଧର୍ମରକ୍ଷା ପାଇଁ ଧରାପୃଷ୍ଠରେ ସେ ଅବତାର ନିଅନ୍ତି। କେତେବେଳେ ମନୁଷ୍ୟ ତ ପୁଣି କେତେବେଳେ ସାଧାରଣ ପ୍ରାଣୀ ହୋଇ ଧର୍ମ ରକ୍ଷା କରିଥା'ନ୍ତି। ଏହାକୁ ଆଧାର କରି ଦଶାବତାର ଉପାଖ୍ୟାନଟି ପରିକଳ୍ପନା କରାଯାଇଛି ଆମ ସନାତନ ଧର୍ମରେ। ଜୟଦେବଙ୍କ ଗୀତଗୋବିନ୍ଦରେ ବର୍ଣ୍ଣିତ ହୋଇଛି ବିଷ୍ଣୁଙ୍କ ଏହି ଦଶଟି ଅବତାର। କିନ୍ତୁ ଏହି ଧାର୍ମିକ ଆଖ୍ୟାନ ସହ ମଣିଷ ଜୀବନ ତଥା ଜୀବ ସୃଷ୍ଟିର ରହିଛି ଅଙ୍ଗାଙ୍ଗୀ ସମ୍ପର୍କ। ଯାହାକୁ ନାଟ୍ୟରୂପ ଦେଇଥିଲା ରାଜ୍ୟର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଶତାଦ୍ଦୀର କଳାକାର।

Advertisment

ରବିବାର ଶୀତୁଆ ସଞ୍ଜରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଦଶାବତାର’। ଡାରୱିନ୍‌ଙ୍କ ବିବର୍ତ୍ତନବାଦ ଠାବ ହେବାର ବହୁ ଆଗରୁ ଭାରତୀୟ ଧର୍ମଧାରାରେ ଏହି ତତ୍ତ୍ୱକୁ ସାମିଲ କରାଯାଇଥିଲା। ନାଟକରେ ପାଲା ମାଧ୍ୟମରେ ଏହି କଥାଟିକୁ ଦର୍ଶକଙ୍କ ଅଗରେ ପରିବେଷଣ କରିଥିଲେ କଳାକାରମାନେ।

ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଲ୍‌କୀ ଭଳି  ଅବତାରରେ ଉଭା ହୋଇ ଭଗବାନ ବିଷ୍ଣୁ ପ୍ରାଣୀଜଗତର ମଙ୍ଗଳ ତଥା ଧର୍ମ ରକ୍ଷା କରିଛନ୍ତି।

Advertisment

କିନ୍ତୁ ଏହି ଅବତାରବାଦରେ ଲୁକ୍କାୟିତ ଥିବା ବିବର୍ତ୍ତନବାଦକୁ ସାଧାରଣ ଲୋକେ ହୃଦୟଙ୍ଗମ କରିପାରନ୍ତି ନାହିଁ। ଜୀବ ତଥା ଜୀବଜଗତର ସୃଷ୍ଟିକୁ ଆଧାର କରି ଦଶାବତାର ପରିକଳ୍ପିତ ହୋଇଛି। ଯାହାକି ଡାରୱିନ୍‌ଙ୍କ ମତବାଦ ସହ ସାମଞ୍ଜସ୍ୟ ରଖେ। ଜୀବର ସୃଷ୍ଟି ଜଳରୁ ହୋଇଥିଲା। ଆଉ ଏହି କଥାକୁ ଜଣାଇବାକୁ ମତ୍ସ୍ୟ ଭଳି ଜଳଚର ଦେବତାଙ୍କୁ ଆଧାର କରି ଗତିଶୀଳ ହୋଇଛି ‘ଦଶାବତାର’।

ଏହାପରେ ଉଭୟଚର କଚ୍ଛପ, ବନ୍ୟପ୍ରାଣୀ ବାର୍‌ହା ବା ବରାହ, ମନୁଷ୍ୟ ଓ ପଶୁ ସମିଶ୍ରିତ ନୃସିଂହ, ଖର୍ବକାୟ ମନୁଷ୍ୟ ବାମନ, ବନବାସୀ ମନୁଷ୍ୟ ପର୍ଶୁରାମ, ପୂର୍ଣ୍ଣ ମନୁଷ୍ୟ ମର୍ଯ୍ୟାଦା ପୁରୁଷୋତ୍ତମ ରାମ, କୃଷି ଦେବତା ବଳରାମ, ବୈରାଗ୍ୟ ଜବୀନର ବାର୍ତ୍ତାବାହ ବୁଦ୍ଧ ଓ ପରିଶେଷରେ ସମସ୍ତ ସୃଷ୍ଟିର ବିଲୋପର ଦେବତା କଲ୍‌କୀ।

ଏମିତି ଏକ ସୁନ୍ଦର ଆଖ୍ୟାୟିକାକୁ ନେଇ ନାଟକ ପରଷିଥିଲା 'ଶତାଦ୍ଦୀର କଳାକାର'। ମନବୋଧ ଚଉତିଶା, ଶ୍ରୀଗୀତଗୋବିନ୍ଦ ଆଉ ମୟୂରଭଞ୍ଜ ଛଉ ନୃତ୍ୟର ଛାପ ଥିଲା ଏହି ନାଟକରେ। ପାରମ୍ପରିକ ଓଡିଆ ଶୈଳୀରେ ପରିବେଷିତ ପାଲା ମାଧ୍ୟମରେ ଦଶାବତାରର ତାତ୍ତ୍ୱିକ ବିଶ୍ଲେଷଣ କରାଯାଇଥିଲା।

ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ରଚିତ ଏହି ନାଟକଟିକୁ ନିର୍ଦ୍ଦେଶନା ଦେଇଥିଲେ ଧୀର ମଲ୍ଲିକ।