ଭାନୁମତୀ ରଣା, ବରମୁଣ୍ଡା, ଭୁବନେଶ୍ୱର। ସ୍କୁଲରେ ପାଠ ପଢିବା ଦିନଠାରୁ ସାହିତ୍ୟ ମନସ୍କ। କେତେବେଳେ ପଦ ଛନ୍ଦି କବିତା ଆଙ୍କନ୍ତି ତ ଆଉ କେତେବେଳେ କଥା ଆଉ ସ୍ମୃତିକୁ ଗୁନ୍ଥି ଲେଖିଦିଅନ୍ତି ଗପ। କଲେଜ ପଢୁଥିବା ଭାନୁମତୀଙ୍କର ଏହା ଏକ ସୁନ୍ଦର ଅନୁସୃଜନ, ‘ହୃଦୟ ବେଦନା’।
ହୃଦୟ ବେଦନା
କହିବି କାହାକୁ,
ଆଖି ଖୋଜେ ଏବେ ସାଥୀଟିଏ।
ଏକା ଏକା ଦିନ କଟେନାହିଁ ଆଉ
ମନେ ମନେ ତାକୁ ଝୁରିହୁଏ।
ନିଶଃଙ୍ଗ ଜୀବନ, ଅନ୍ଧାରି ସପନ
ବଞ୍ଚିବାକୁ କୁହ ଚାହେଁ କିଏ ?
କେତେ ଦୂର ପଥେ ଅଛ ସାଥୀ ତୁମେ
ପଥ ଚାହିଁ ମୋର ଦିନ ଯାଏ,
ପଥ ଚାହିଁ ମୋର ଦିନ ଯାଏ ।