Advertisment

ଜନ୍ମାନ୍ତର

ବର୍ତ୍ତମାନ ସମୟର ଜଣେ ଲୋକପ୍ରିୟ ମଞ୍ଚ ଅଭିନେତ୍ରୀ ହେଉଛନ୍ତି ଭାସ୍ୱତୀ ବସୁ। ଦୂରଦର୍ଶନ ଠାରୁ ଆରମ୍ଭ କରି ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଆଦି ଏକାଧିକ ମଞ୍ଚରେ ତାଙ୍କ ଅଭିନୟର ଲାଳିତ୍ୟ ଦର୍ଶକମାନଙ୍କୁ ମୁଗ୍ଧ କରିବାରେ ଯଥେଷ୍ଟ କ୍ଷମତା ବହନ କରେ। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ  ଚର୍ଚ୍ଚିତ ଗଳ୍ପ ‘ନିଳମାଷ୍ଟ୍ରାଣୀ’ରେ ଅଭିନୟ କରି ଘରେ ଘରେ ଯିଏ ସମସ୍ତଙ୍କ ଆଖିରେ ନିଳମାଷ୍ଟ୍ରାଣୀ ପାଲଟିଯାଇଛନ୍ତି ସେଇ ଝିଅଟି ହିଁ ପ୍ରକୃତରେ ଭାସ୍ୱତୀ ବସୁ। ବିଶଷ୍ଟ ମଞ୍ଚମଣିଷ ଦିବଙ୍ଗତ ଅସୀମ […]

author-image
Jagamohan Maharana
ଅଦ୍ୟତନ ହୋଇଛି
ଜନ୍ମାନ୍ତର

02---heigala

ବର୍ତ୍ତମାନ ସମୟର ଜଣେ ଲୋକପ୍ରିୟ ମଞ୍ଚ ଅଭିନେତ୍ରୀ ହେଉଛନ୍ତି ଭାସ୍ୱତୀ ବସୁ। ଦୂରଦର୍ଶନ ଠାରୁ ଆରମ୍ଭ କରି ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଆଦି ଏକାଧିକ ମଞ୍ଚରେ ତାଙ୍କ ଅଭିନୟର ଲାଳିତ୍ୟ ଦର୍ଶକମାନଙ୍କୁ ମୁଗ୍ଧ କରିବାରେ ଯଥେଷ୍ଟ କ୍ଷମତା ବହନ କରେ। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ  ଚର୍ଚ୍ଚିତ ଗଳ୍ପ 'ନିଳମାଷ୍ଟ୍ରାଣୀ'ରେ ଅଭିନୟ କରି ଘରେ ଘରେ ଯିଏ ସମସ୍ତଙ୍କ ଆଖିରେ ନିଳମାଷ୍ଟ୍ରାଣୀ ପାଲଟିଯାଇଛନ୍ତି ସେଇ ଝିଅଟି ହିଁ ପ୍ରକୃତରେ ଭାସ୍ୱତୀ ବସୁ। ବିଶଷ୍ଟ ମଞ୍ଚମଣିଷ ଦିବଙ୍ଗତ ଅସୀମ ବସୁଙ୍କ କନ୍ୟା। ସେ ଯେ କେବଳ ନାଟକରେ ନିମଗ୍ନ ତାହା ନୁହେଁ। ତାଙ୍କ କବିତା ମଧ୍ୟ ଗାଏ ମର୍ମର ବେଦନା। ଏଠାରେ ପଢ଼ନ୍ତୁ ତାଙ୍କର ସେହିଭଳି ଏକ କବିତା 'ଜନ୍ମାନ୍ତର'

Advertisment

ଜନ୍ମାନ୍ତର

ଭାସ୍ୱତୀ ବସୁ

ତୁମେ ଜାଣନା ଯେ

ମୁଁ ତୁମରି ଶବ୍ଦରେ ଭିଜୁଥାଏ ଅହରହ।

ତୁମେ ଭାବ

ମୁଁ ହସୁଛି ମୋ ଜୀବନର ସୁଖ

ହେଲେ

ମୁଁ ତୁମ ସ୍ପର୍ଶକୁ ହିଁ ଜୀଉଁଥାଏ

ଗୋପନରେ।

ତୁମ ଯନ୍ତ୍ରଣାକୁ ହିଁ ଓଠରେ

ଆଙ୍କିଥାଏ

ତୁମେ ଯାହାକୁ ହସ ବୋଲି ଭାବ।

ତୁମେ ସମ୍ପର୍କ ବୁଝ?

ପରିଚୟ?

ମୁଁ ବୁଝେନି ଜମ୍ମାରୁ।

ମୋ ଲୁହରେ ତୁମ ପ୍ରତିବିମ୍ବ ହିଁ

ସମ୍ପର୍କର ଆରମ୍ଭ ଓ ଶେଷ।

ତୁମେ ଯୋଉ ଭିଡ଼ରେ ଲୁଚିଯାଅ,

ମୋ ଠାରୁ ଦୂରେଇ,

ମୁଁ ସେଇ ଭିଡ଼କୁ ବୋଳି ହୁଏ

ତୁମ ଦେହର ବାସ୍ନା ଭଳି।

ତୁମେ ମୋ ଠୁ ଆଖି ଫେରାଇ

ସମୁଦ୍ରକୁ ଦେଖ,

ମୁଁ ତୁମର ଦୃଷ୍ଟି ବନିଯାଏ,

ନିଜ ଦେହକୁ ଅନାଏ।

ତୁମେ ଡରି ଯାଅ

ଆଉ ମରିଯାଅ।

ମୁଁ ତୁମ ମୃତ୍ୟୁରୁ ପୁନର୍ଜନ୍ମ ନିଏ,

ଏବଂ

ତୁମ ଅବହେଳାକୁ

ହେଳାରେ ପାର ହେଇଯାଏ।