/odisha-reporter/media/post_attachments/uploads/2018/01/Kabita-final-image.jpg)
Kabita
କବି- ଇଂ ଶେଷନାଗ ପ୍ରଧାନ
ଚକ୍ଷୁର ବେଳାଭୂମିରେ ଲୋତକର ଜୁଆର,
ସେ ଜୁଆର ଯେ ଭିଜାଇ ଦିଏ
ହୃଦୟ ଗହ୍ୱରରେ ଜଳୁଥିବା ସେଇ ଆଶା ଆଉ ଆକାଂକ୍ଷା,
ବାସ୍ତବ ଦୁନିଆରେ ଥାଇବି ସତେ ଯେମିତି ସେ ହଜିଯାଏ
ଏକ ଅସହାୟ ଓ ଅପ୍ରାକୃତ ଦୁନିଆରେ।
ଆଉ ଲୋତକ ଧାରର ସୁଅରେ
ଏକ ଅସହାୟ ପିମ୍ପୁଡି ପରି ଖୋଜି ବୁଲେ
ନିଜ ରଙ୍ଗୀନ ଦୁନିଆରେ ରଙ୍ଗ ଛିଟା ଟିଏ ପାଇଁ।
ହେଲେ ସବୁ ରଙ୍ଗକୁ ସେ ଲୋତକ ଧାର କରିଦେଇଛି ଶ୍ୱେତ
ସବୁ ସ୍ୱପ୍ନ ଯେମିତି ତାର ପାଲଟି ଯାଇଛି ଅନ୍ଧକାରମୟ ମରିଚିକା
ଆଉ ଜୀବନର ଜଳୁଥିବା ବତୀରେ
ସତେ ଯେମିତି ପଡି ଚାଲିଛି ଜଳର ଅନବରତ ଛିଟା।
କୋଉ ମୁହୂର୍ତ୍ତରେ ବା ସେ ଦୀପ ଲିଭିଯିବ
ଆଉ ସେ ଶ୍ୱେତ ରଙ୍ଗ ପାଲଟିବ
ସ୍ଵଚ୍ଛ, ରଙ୍ଗ ହୀନ, ବର୍ଣ୍ଣହୀନ, ନିର୍ଜୀବ ଶରୀରଟିଏ।
ବିକ୍ରମପୁର, ଗଂଜାମ, ଫୋନ୍-୯୦୪୦୦୩୭୬୯୮
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
