Advertisment

ସ୍ପନ୍ଦନର ସୂର୍ଯ୍ୟାସ୍ତ

କବି- ଇଂ ଶେଷନାଗ ପ୍ରଧାନ ଚକ୍ଷୁର ବେଳାଭୂମିରେ ଲୋତକର ଜୁଆର, ସେ ଜୁଆର ଯେ ଭିଜାଇ ଦିଏ ହୃଦୟ ଗହ୍ୱରରେ ଜଳୁଥିବା ସେଇ ଆଶା ଆଉ ଆକାଂକ୍ଷା, ବାସ୍ତବ ଦୁନିଆରେ ଥାଇବି ସତେ ଯେମିତି ସେ ହଜିଯାଏ ଏକ ଅସହାୟ ଓ ଅପ୍ରାକୃତ ଦୁନିଆରେ। ଆଉ ଲୋତକ ଧାରର ସୁଅରେ ଏକ ଅସହାୟ ପିମ୍ପୁଡି ପରି ଖୋଜି ବୁଲେ ନିଜ ରଙ୍ଗୀନ ଦୁନିଆରେ ରଙ୍ଗ ଛିଟା ଟିଏ ପାଇଁ। ହେଲେ ସବୁ ରଙ୍ଗକୁ ସେ ଲୋତକ ଧାର କରିଦେଇଛି ଶ୍ୱେତ ସବୁ ସ୍ୱପ୍ନ ଯେମିତି ତାର […]

ଅଦ୍ୟତନ ହୋଇଛି
ସ୍ପନ୍ଦନର ସୂର୍ଯ୍ୟାସ୍ତ

Kabita

Advertisment

କବି- ଇଂ ଶେଷନାଗ ପ୍ରଧାନ

ଚକ୍ଷୁର ବେଳାଭୂମିରେ ଲୋତକର ଜୁଆର,

ସେ ଜୁଆର ଯେ ଭିଜାଇ ଦିଏ

ହୃଦୟ ଗହ୍ୱରରେ ଜଳୁଥିବା ସେଇ ଆଶା ଆଉ ଆକାଂକ୍ଷା,

ବାସ୍ତବ ଦୁନିଆରେ ଥାଇବି ସତେ ଯେମିତି ସେ ହଜିଯାଏ

ଏକ ଅସହାୟ ଓ ଅପ୍ରାକୃତ ଦୁନିଆରେ।

ଆଉ ଲୋତକ ଧାରର ସୁଅରେ

ଏକ ଅସହାୟ ପିମ୍ପୁଡି ପରି ଖୋଜି ବୁଲେ

ନିଜ ରଙ୍ଗୀନ ଦୁନିଆରେ ରଙ୍ଗ ଛିଟା ଟିଏ ପାଇଁ।

ହେଲେ ସବୁ ରଙ୍ଗକୁ ସେ ଲୋତକ ଧାର କରିଦେଇଛି ଶ୍ୱେତ

ସବୁ ସ୍ୱପ୍ନ ଯେମିତି ତାର ପାଲଟି ଯାଇଛି ଅନ୍ଧକାରମୟ ମରିଚିକା

ଆଉ ଜୀବନର ଜଳୁଥିବା ବତୀରେ

ସତେ ଯେମିତି ପଡି ଚାଲିଛି ଜଳର ଅନବରତ ଛିଟା।

କୋଉ ମୁହୂର୍ତ୍ତରେ ବା ସେ ଦୀପ ଲିଭିଯିବ

ଆଉ ସେ ଶ୍ୱେତ ରଙ୍ଗ ପାଲଟିବ

ସ୍ଵଚ୍ଛ, ରଙ୍ଗ ହୀନ, ବର୍ଣ୍ଣହୀନ, ନିର୍ଜୀବ ଶରୀରଟିଏ।

ବିକ୍ରମପୁର, ଗଂଜାମ, ଫୋନ୍-୯୦୪୦୦୩୭୬୯୮

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe