Advertisment

କୁନ୍ଦୁଲି

କୁନ୍ଦୁଲି ମୌସୁମୀ ଦାସ ଶେଷରେ ତତେ ଆତ୍ମହତ୍ୟାର ବାଟ ହିଁ ଦେଖେଇ ଦେଲା ଏ ଶାସନ ବ୍ୟବସ୍ଥା, ତୋ’ର ନିପୀଡ଼ନର ଅନ୍ତ ପାଇଁ ତୁ ହିଁ ଖୋଜି ନେଲୁ ରାସ୍ତା। ତୋ ସହିତ ସେଦିନର ଦୁଷ୍କର୍ମ  ଥିଲା ଗୋଟେ ବ୍ରେକିଂ ନ୍ୟୁଜ୍, ତୋ ଆତ୍ମହତ୍ୟା ବି ଆଉ ଗୋଟିଏ। କିଛି ଦିନ ଚାଲିବ ଏମିତି କୁମ୍ଭୀର କାନ୍ଦଣା ଟେବୁଲ ବାଡିଆ, ହୋ ହଲ୍ଲା, ଇସ୍ତଫା ଦାବିରେ ଧାରଣା ରାସ୍ତାରେ ମହମବତୀ ଶୋଭାଯାତ୍ରା, ତା’ପରେ ଧିରେ ଧିରେ ଲୋକେ […]

କୁନ୍ଦୁଲି

Kunduli Kabita

Advertisment

କୁନ୍ଦୁଲି

ମୌସୁମୀ ଦାସ

ଶେଷରେ ତତେ ଆତ୍ମହତ୍ୟାର ବାଟ ହିଁ

ଦେଖେଇ ଦେଲା ଏ ଶାସନ ବ୍ୟବସ୍ଥା,

ତୋ’ର ନିପୀଡ଼ନର ଅନ୍ତ ପାଇଁ

ତୁ ହିଁ ଖୋଜି ନେଲୁ ରାସ୍ତା।

ତୋ ସହିତ ସେଦିନର ଦୁଷ୍କର୍ମ  ଥିଲା ଗୋଟେ ବ୍ରେକିଂ ନ୍ୟୁଜ୍,

ତୋ ଆତ୍ମହତ୍ୟା ବି ଆଉ ଗୋଟିଏ।

କିଛି ଦିନ ଚାଲିବ ଏମିତି କୁମ୍ଭୀର କାନ୍ଦଣା

ଟେବୁଲ ବାଡିଆ, ହୋ ହଲ୍ଲା,

ଇସ୍ତଫା ଦାବିରେ ଧାରଣା

ରାସ୍ତାରେ ମହମବତୀ ଶୋଭାଯାତ୍ରା,

ତା'ପରେ ଧିରେ ଧିରେ ଲୋକେ ପୁଣି ଭୁଲି ଯିବେ।

ଯେମିତି ଭୁଲିଥିଲେ ଛବି ରାଣୀକୁ,

ନିର୍ଭୟା, ଇତିଶ୍ରୀ, ବେବିନାମାନଙ୍କୁ,

ଆଉ ଆଉ ଯେତେ ନୀରିହାଙ୍କୁ,

ସବୁକଥା ସହଜରେ ଭୁଲିଯିବା ହିଁ ସେମାନଙ୍କ ଧର୍ମ।

ବଳାତ୍କାରର ପ୍ରମାଣ ହଜି ଯିବା ବି ସହଜ କଥା ଏଠି।

ମୁକ୍ତାକାଶ ତଳେ ଛାତି ଫୁଲେଇ ବୁଲେ ବଳାତ୍କାରୀ,

ଅଥଚ ବଳି ପଡ଼େ ତୋ ପରି ନିରୀହା ସୁକୁମାରୀ।

ଆତ୍ମା ତୋର ଶାନ୍ତି ପାଉ,

ତୋ ସହ ପୁଣି ଥରେ ମୃତ୍ୟୁ ହେଲା

ଭରସାର, ସମାଜ ବ୍ୟବସ୍ଥାର, ନ୍ୟାୟ ପାଳିକାର।

ଫୋନ୍- ୯୪୩୮୩୬୨୪୬୫

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe