Advertisment

ରଙ୍ଗବତୀ ଗୀତରେ ମଞ୍ଚ ଦୁଲୁକିଲା, ଝୁମିଲା ନାଇଜେରିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଙ୍ଗବତୀ ଗୀତର କ୍ରେଜ୍ କେବଳ ଦେଶରେ ନୁହେଁ, ବିଦେଶରେ ବି ଖୁବ୍‌ ରହିଛି। ଆନମନା କରି ଦେଉଥିବା ଏହି ଗୀତ ଶୁଣୁଥିବା ଦର୍ଶକ ଏହାର ତାଳେ ତାଳେ ନ ଝୁମି ରହିବା ଅସମ୍ଭବ। ବିଦେଶ ମାଟିରେ ବି ରଙ୍ଗବତୀ ଧୂନ୍‌ରେ ସବୁବେଳେ ଝୁମନ୍ତି ଦର୍ଶକ। ସୁଦୂର ନାଇଜେରିଆର ଆବୁଜାରେ ରଙ୍ଗବତୀ ଗୀତର ତାଳେ ତାଳେ ପ୍ରବାସୀ ଓଡ଼ିଆ ନୃତ୍ୟ ପରିବେଷଣ କରିଛନ୍ତି । ଏହି ଗୀତ ଆରମ୍ଭ ହେଉ ହେଉ ମଞ୍ଚ ଦୁଲୁକି […]

ଅଦ୍ୟତନ ହୋଇଛି
ରଙ୍ଗବତୀ ଗୀତରେ ମଞ୍ଚ ଦୁଲୁକିଲା, ଝୁମିଲା ନାଇଜେରିଆ

nijeria-1-2

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରଙ୍ଗବତୀ ଗୀତର କ୍ରେଜ୍ କେବଳ ଦେଶରେ ନୁହେଁ, ବିଦେଶରେ ବି ଖୁବ୍‌ ରହିଛି। ଆନମନା କରି ଦେଉଥିବା ଏହି ଗୀତ ଶୁଣୁଥିବା ଦର୍ଶକ ଏହାର ତାଳେ ତାଳେ ନ ଝୁମି ରହିବା ଅସମ୍ଭବ। ବିଦେଶ ମାଟିରେ ବି ରଙ୍ଗବତୀ ଧୂନ୍‌ରେ ସବୁବେଳେ ଝୁମନ୍ତି ଦର୍ଶକ।

Advertisment

ସୁଦୂର ନାଇଜେରିଆର ଆବୁଜାରେ ରଙ୍ଗବତୀ ଗୀତର ତାଳେ ତାଳେ ପ୍ରବାସୀ ଓଡ଼ିଆ ନୃତ୍ୟ ପରିବେଷଣ କରିଛନ୍ତି । ଏହି ଗୀତ ଆରମ୍ଭ ହେଉ ହେଉ ମଞ୍ଚ ଦୁଲୁକି ଥିଲା। ପ୍ରବାସୀ ଓଡ଼ିଆଙ୍କ ସହ ବିଦେଶୀମାନେ ବି ତାଳ ମିଶାଇଥିଲେ। ସମସ୍ତଙ୍କୁ ମତୁଆଲା କରି ଦେଉଥିବା ଏହି ଗୀତରେ କମ୍ପି ଉଠିଥିଲା ପୂରା ପରିବେଶ। ଭାରତୀୟ ସଂସ୍କୃତି ଆସୋସିଏସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନୃତ୍ୟ ମାଧ୍ୟମରେ ଓଡ଼ିଶାର ଲୋକକଳାକୁ ପ୍ରବାସୀ ଓଡ଼ିଆମାନେ ନାଇଜେରିଆ ମାଟିରେ ପ୍ରଦର୍ଶନ କରିଥିଲେ।

ଏହାକୁ ମନଭରି ଉପଭୋଗ କରିଥିଲେ ପ୍ରବାସୀ ଓଡ଼ିଆ ଓ ନାଇଜେରିଆବାସୀ। ସୁରେନ୍ଦ୍ର, ବିଘ୍ନରାଜ, ଅମିତ, ସତ୍ୟ, ସୁନୀଲ, ଦିବ୍ୟା, ପିଙ୍କି ଓ ଅନିତା ପ୍ରମୁଖ ପ୍ରବାସୀ ଓଡ଼ିଆ ନୃତ୍ୟ ପରିବେଷଣ କରିଥିଲେ। ଆଉ ସେମାନଙ୍କୁ ସମସ୍ତେ ପ୍ରଶଂସା କରିଥିଲେ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe