Advertisment

ମହାଯଜ୍ଞ ଓ ସାମୂହିକ ମନ୍ତ୍ରଜପ ମାଧ୍ୟମରେ ହୋଇପାରିବ ଭୂତଳ ଜଳସ୍ତରର ଶୁଦ୍ଧିକରଣ

ଭୁବନେଶ୍ୱର (ଓମ୍‌ପ୍ରକାଶ ସାହୁ): ମହାଯଜ୍ଞ ଓ ସାମୂହିକ ମନ୍ତ୍ରଜପ ମାଧ୍ୟମରେ ହୋଇପାରିବ ଭୂତଳ ଜଳସ୍ତରର ଶୁଦ୍ଧିକରଣ। ଅର୍ଥାତ୍ ଅଶୋଧିତ ଜଳକୁ ପାନୀୟ ଉପଯୋଗୀ କରାଯାଇପାରିବ। ବିଜ୍ଞାନ ଦ୍ୱାରା ଯାହା ସମ୍ଭବ ନୁହେଁ ବିକଳ୍ପ ବିଜ୍ଞାନ ମାଧ୍ୟମରେ ଏହା ସମ୍ଭବ ହୋଇପାରିବ। ଏହା ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହାକୁ ସଫଳ କରି ଦେଖାଇଛନ୍ତି ଜଣେ ମହାଯୋଗୀ ସିଦ୍ଧସ୍ୱାମୀ ଡଃ ହରଦାସ। ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ୱରର ବରୀମୁଣ୍ଡ ଓ କଲ୍ୟାଣପୁର ଅଞ୍ଚଳର ଭୂତଳ ଜଳର […]

ଅଦ୍ୟତନ ହୋଇଛି
ମହାଯଜ୍ଞ ଓ ସାମୂହିକ ମନ୍ତ୍ରଜପ ମାଧ୍ୟମରେ ହୋଇପାରିବ ଭୂତଳ ଜଳସ୍ତରର ଶୁଦ୍ଧିକରଣ

hardasphoto

Advertisment

ଭୁବନେଶ୍ୱର (ଓମ୍‌ପ୍ରକାଶ ସାହୁ): ମହାଯଜ୍ଞ ଓ ସାମୂହିକ ମନ୍ତ୍ରଜପ ମାଧ୍ୟମରେ ହୋଇପାରିବ ଭୂତଳ ଜଳସ୍ତରର ଶୁଦ୍ଧିକରଣ। ଅର୍ଥାତ୍ ଅଶୋଧିତ ଜଳକୁ ପାନୀୟ ଉପଯୋଗୀ କରାଯାଇପାରିବ। ବିଜ୍ଞାନ ଦ୍ୱାରା ଯାହା ସମ୍ଭବ ନୁହେଁ ବିକଳ୍ପ ବିଜ୍ଞାନ ମାଧ୍ୟମରେ ଏହା ସମ୍ଭବ ହୋଇପାରିବ। ଏହା ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହାକୁ ସଫଳ କରି ଦେଖାଇଛନ୍ତି ଜଣେ ମହାଯୋଗୀ ସିଦ୍ଧସ୍ୱାମୀ ଡଃ ହରଦାସ।

Advertisment

[caption id="attachment_273714" align="aligncenter" width="730"]LetterfromodishaGovtସରକାରଙ୍କ ପକ୍ଷରୁ ପଠାଯାଇଥିବା ଚିଠି[/caption]

ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ୱରର ବରୀମୁଣ୍ଡ ଓ କଲ୍ୟାଣପୁର ଅଞ୍ଚଳର ଭୂତଳ ଜଳର ଶୁଦ୍ଧିକରଣ ପାଇଁ ସ୍ୱାମୀ ହରଦାସ ଫାଉଣ୍ଡେସନ୍‌କୁ ଚିଠି ( ନଂ. ୧୫୫୧ ତା ୧୬.୫. ୧୬) ଲେଖାଯାଇଥିଲା। ଏହି ଚିଠିରେ ୭ଟି ସ୍ଥାନର ଜଳକୁ ଶୁଦ୍ଧିକରଣ କରି ପାନୀୟ ଉପଯୋଗୀ କରିବାକୁ ଅନୁରୋଧ କରାଯାଇଥିଲା।

Advertisment

ଚିଠି ପାଇବା ପରେ ସ୍ୱାମୀ ହରଦାସ ଫାଉଣ୍ଡେସନ୍‌ ପକ୍ଷରୁ ଜଳର ଶୁଦ୍ଧିକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।ସାମୂହିକ ମନ୍ତ୍ରଜପ, ମହାଯଜ୍ଞ ଓ ସିଦ୍ଧ ଚିକିତ୍ସା ବିଜ୍ଞାନର ‘ଶକ୍ତି’ ବା ଉର୍ଜା ପ୍ରୟୋଗ କରି ଭୂତଳ ଜଳର ଶୁଦ୍ଧିକରଣ ଚାଲିଥିଲା।

[caption id="attachment_273716" align="aligncenter" width="750"]Labreeportଲାବ୍ ରିପୋର୍ଟ[/caption]

ପ୍ରାୟ ଦୁଇ ବର୍ଷ ପରେ ଭୁବନେଶ୍ୱର କଲ୍ୟାଣପୁର ଅଞ୍ଚଳରୁ ନଳକୂଅ ଜଳ ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ଖୋର୍ଦ୍ଧା ଜଳ ପରୀକ୍ଷା ଲାବ୍‌ର ରିପୋର୍ଟ ଅନୁଯାୟୀ କଲ୍ୟାଣପୁରର ଉକ୍ତ ଜଳ ନମୂନାରେ ଆଇରନ୍‌ ଅଂଶ ୬.୬୬ (ମିଲିଗ୍ରାମ୍/ଲିଟର୍)ରୁ କମିଯାଇ ୧.୫୮ (ମିଲିଗ୍ରାମ୍/ଲିଟର୍) ରହିଛି।

[caption id="attachment_273717" align="aligncenter" width="750"]Finalreportଫାଇନାଲ୍ ରିପୋର୍ଟ[/caption]

ଫାଉଣ୍ଡେସନ୍‌ ପକ୍ଷରୁ କୁହାଯାଇଛି ଯେ, ଏରସମା ବ୍ଲକ୍‌ର ପଦ୍ମପୁର ଗ୍ରାମପଞ୍ଚାୟତରେ ଲୁଣିପାଣିକୁ ପରିବର୍ତ୍ତନ କରାଯାଇଛି। ସେହିପରି ମୟୂରରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ୍‌ର ଗେଡରାସାହି ଗାଁ ଓ ବଲାଙ୍ଗିର ଜିଲ୍ଲାର ରତନପୁର ଗାଁରେ ଫ୍ଲୋରାଇଡ୍‌ ମାତ୍ରା ନିୟନ୍ତ୍ରଣ କରାଯାଇଛି। କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ୍‌ରେ ଦେଉଳିବେଡ଼ାରେ ମଧ୍ୟ ପାଣିରୁ ଆଇରନ୍‌ ଅଂଶ ମଧ୍ୟ ହ୍ରାସ କରାଯାଇଛି।

ସମଗ୍ର ଓଡ଼ିଶାର ଭୂତଳ ଜଳସ୍ତର ବୃଦ୍ଧି ଓ ଜଳର ଶୁଦ୍ଧିକରଣ ପାଇଁ ଫାଉଣ୍ଡେସନ୍‌ ବିଭିନ୍ନ ସ୍ଥାନରେ ମହାଯଜ୍ଞ, ସାଧନା ଶିବିର ଏବଂ ଶକ୍ତି ପ୍ରକ୍ଷେପଣ ପଦ୍ଧତି ଅବଲମ୍ବନ କରି ପାଣି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ଫାଉଣ୍ଡେସନ୍‌ର ପୂର୍ବାଞ୍ଚଳ ନିର୍ଦ୍ଦେଶକ ନୀଳମଣି ମହାପାତ୍ର କହିଛନ୍ତି।

ଦିନକୁ ଦିନ ପାନୀୟ ଜଳ ସଂକଟ ଉତ୍କଟ ହେବାରେ ଲାଗିଛି । ବହୁ ସ୍ଥାନରେ ଲବଣାକ୍ତ, ଫ୍ଲୋରାଇଡ୍ ମିଶ୍ରିତ ବା ଲୌହଯୁକ୍ତ ବା ଅମ୍ଳଯୁକ୍ତ। ତା ଛଡ଼ା ଦିନକୁ ଦିନ ଜଳସ୍ତର ମଧ୍ୟ ହ୍ରାସ ହେବାରେ ଲାଗିଛି। ଏହି ସମସ୍ୟାର ସମାଧାନ ପାଇଁ ଫାଉଣ୍ଡେସନ୍‌ ପକ୍ଷରୁ ଭୁବନେଶ୍ୱର ଶୈଳଶ୍ରୀବିହାର ମଙ୍ଗଳା ମନ୍ଦିରରେ ଆରମ୍ଭ ହୋଇଛି ସୃଷ୍ଟିଚକ୍ର ସନ୍ତୁଳନ ମହାଯଜ୍ଞ। ଏହା ପର୍ଯ୍ୟାୟକ୍ରମେ ଓଡ଼ିଶାର ଅନ୍ୟ ସ୍ଥାନରେ ହେବ ବୋଲି ଫାଉଣ୍ଡେସନ୍‌ ପକ୍ଷରୁ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe