Advertisment

ଗଣପର୍ବ ନୂଆଁଖାଇର ସ୍ୱତନ୍ତ୍ର ହାଟ- ତିହାରି ବଜାର

ବଲାଙ୍ଗିର (ସସ୍ମିତା ସାହୁ):ଆଉ ଚାରି ଦିନ ପରେ ନୂଆଁଖାଇ। ଏଣୁ ଚଳଚଞ୍ଚଳ ହୋଇପଡ଼ିଛି ପୂରା ପଶ୍ଚିମ ଓଡ଼ିଶା। ଘର ସଜାଠୁ ଆରମ୍ଭ କରି ବନ୍ଧୁବାନ୍ଧବଙ୍କୁ ଡକାହକା ପ୍ରାୟତଃ ସରିଗଲାଣି। ଏବେ ଜିନିଷ କିଣାକିଣିର ସମୟ। ନୂଆଁଖାଇ ପାଇଁ ବିଭିନ୍ନ ପ୍ରକାର ନୂଆ ଜିନିଷ ଦରକାର ହୋଇଥାଏ।  ବଲାଙ୍ଗିର ସହରରେ ନୂଆଁଖାଇ ପାଇଁ ଆଜି ବସିଛି ସ୍ୱତନ୍ତ୍ର ହାଟ। ସବୁ ବର୍ଷ ଏ ହାଟ ବସେ। ଏହାକୁ କୁହାଯାଏ ‘ତିହାରି ବଜାର’। ସବୁ ବର୍ଷ ପରି ବଲାଙ୍ଗିର ସହରର ହାଟପଦା ପଡ଼ାରେ ଆଜି ବସିଛି ଏହି ‘ତିହାରି ବଜାର’। ଏମିତିରେ ପ୍ରତ୍ୟେକ ରବିବାର ସାପ୍ତାହିକ ବଜାର ବସିଥାଏ।  କିନ୍ତୁ ଆସନ୍ତା ଶୁକ୍ରବାର ଦିନ ନୂଆଁଖାଇ ପଡୁଥିବାରୁ ଆଜିର ରବିବାର ବଜାର ସେହି ‘ତିହାରି ବଜାର’ ପାଲଟି ଯାଇଛି। ଅନ୍ୟ ରବିବାର ଗୁଡ଼ିକରେ ଯେଉଁ ସବୁ ଜିନିଷ ମିଳେ ତା’ଠାରୁ ଢେର ଅଧିକ ପ୍ରକାର ଜିନିଷ ଆଜିର ହାଟରେ ମିଳୁଛି। ‘ତିହାରି ବଜାର’ରେ ସ୍ୱତନ୍ତ୍ର ଭାବରେ ନୂଆଁଖାଇ ପାଇଁ ଦରକାର ହେଉଥିବା ଜିନିଷ ମିଳେ। ଗାଁମାନଙ୍କରୁ ବ୍ୟବସାୟୀମାନେ ଲୋକଙ୍କ […]

ଅଦ୍ୟତନ ହୋଇଛି
ଗଣପର୍ବ ନୂଆଁଖାଇର ସ୍ୱତନ୍ତ୍ର ହାଟ- ତିହାରି ବଜାର

new_in_nuakhai

Advertisment

ବଲାଙ୍ଗିର (ସସ୍ମିତା ସାହୁ):ଆଉ ଚାରି ଦିନ ପରେ ନୂଆଁଖାଇ। ଏଣୁ ଚଳଚଞ୍ଚଳ ହୋଇପଡ଼ିଛି ପୂରା ପଶ୍ଚିମ ଓଡ଼ିଶା। ଘର ସଜାଠୁ ଆରମ୍ଭ କରି ବନ୍ଧୁବାନ୍ଧବଙ୍କୁ ଡକାହକା ପ୍ରାୟତଃ ସରିଗଲାଣି। ଏବେ ଜିନିଷ କିଣାକିଣିର ସମୟ।

Advertisment

ନୂଆଁଖାଇ ପାଇଁ ବିଭିନ୍ନ ପ୍ରକାର ନୂଆ ଜିନିଷ ଦରକାର ହୋଇଥାଏ।  ବଲାଙ୍ଗିର ସହରରେ ନୂଆଁଖାଇ ପାଇଁ ଆଜି ବସିଛି ସ୍ୱତନ୍ତ୍ର ହାଟ। ସବୁ ବର୍ଷ ଏ ହାଟ ବସେ। ଏହାକୁ କୁହାଯାଏ ‘ତିହାରି ବଜାର’।

kula3ସବୁ ବର୍ଷ ପରି ବଲାଙ୍ଗିର ସହରର ହାଟପଦା ପଡ଼ାରେ ଆଜି ବସିଛି ଏହି ‘ତିହାରି ବଜାର’। ଏମିତିରେ ପ୍ରତ୍ୟେକ ରବିବାର ସାପ୍ତାହିକ ବଜାର ବସିଥାଏ।  କିନ୍ତୁ ଆସନ୍ତା ଶୁକ୍ରବାର ଦିନ ନୂଆଁଖାଇ ପଡୁଥିବାରୁ ଆଜିର ରବିବାର ବଜାର ସେହି ‘ତିହାରି ବଜାର’ ପାଲଟି ଯାଇଛି। ଅନ୍ୟ ରବିବାର ଗୁଡ଼ିକରେ ଯେଉଁ ସବୁ ଜିନିଷ ମିଳେ ତା’ଠାରୁ ଢେର ଅଧିକ ପ୍ରକାର ଜିନିଷ ଆଜିର ହାଟରେ ମିଳୁଛି।

Advertisment

‘ତିହାରି ବଜାର’ରେ ସ୍ୱତନ୍ତ୍ର ଭାବରେ ନୂଆଁଖାଇ ପାଇଁ ଦରକାର ହେଉଥିବା ଜିନିଷ ମିଳେ। ଗାଁମାନଙ୍କରୁ ବ୍ୟବସାୟୀମାନେ ଲୋକଙ୍କ ଦରକାରୀ ଜିନିଷ ଆଣି ଏଠାରେ ବିକ୍ରି କରନ୍ତି।

kulaଏହି ବଜାରରେ ବାଉଁଶ ତିଆରି ଭୁଗା, ଟୁପା ଓ କୁଲା ଠାରୁ ଆରମ୍ଭ କରି ମାଟି ତିଆରି ମାଠିଆ, ହାଣ୍ଡି, ଦୀପ ଆଦି ମିଳେ। ସେହିପରି ଶାଳପତ୍ରରେ ତିଆରି ଖଲି, ଚଉପତିଠାରୁ ଆରମ୍ଭ କରି ପିତ୍ତଳ ତିଆରି ଘଣ୍ଟ, ଘଣ୍ଟି, ଖଟଲି ବି ମିଳେ।

nuakhaiନୂଆଁଖାଇ ଦିନ ସରିଆ ଧାନରୁ ପ୍ରସ୍ତୁତ ଚୁଡ଼ାରେ ନବାନ୍ନ ପ୍ରସ୍ତୁତ ହୋଇଥାଏ। ଗାଁ ଲୋକେ ସିନା ଏହାକୁ ସହଜରେ ପାଇ ଯାଆନ୍ତି, କିନ୍ତୁ ସହରୀ ଲୋକଙ୍କ ପାଇଁ ଏହା ସମ୍ଭବ ହୋଇ ନଥାଏ। ତେଣୁ ଗାଁ ମାନଙ୍କରୁ ଚାଷୀମାନେ ଏହି ଧାନ ଆଣି ଏଠାରେ ବିକ୍ରି କରନ୍ତି।

hata2ନୂଆଁଖାଇ ଦିନ ଘରମାନଙ୍କରେ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗେ। ତେଣୁ ନ ତିଅଣ ଛଅ ଭଜା ହୁଏ। ଏହି ହାଟରେ ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ମିଳେ।

clothନୂଆଁଖାଇ ଦିନ ସମସ୍ତେ ନୂଆ ପୋଷାକ ପିନ୍ଧନ୍ତି। ଏହାକୁ ଦୃଷ୍ଟିରେ ରଖି ‘ତିହାରି ବଜାର’ରେ ସ୍ୱତନ୍ତ୍ର ଭାବେ ଖୋଲେ ଏକ ‘ଶାଢ଼ି ବଜାର’। ଏଥିରେ ବିଭିନ୍ନ ପ୍ରକାରର ସମ୍ବଲପୁରୀ ଶାଢ଼ି ମିଳେ। ଏଥର ପ୍ରାୟ ୧୦ ପ୍ରକାରର ଶାଢ଼ି ଏହି ବଜାରରେ ମିଳୁଛି। ଶାଢ଼ିଗୁଡ଼ିକର ମୂଲ୍ୟ ସବୁ ବର୍ଗର ଗ୍ରାହକଙ୍କୁ ସୁହାଇଲା ଭଳି ହୋଇଥାଏ।

leaveନୂଆଁଖାଇ ପାଇଁ ଦରକାର ହେଉଥିବା ସବୁ ପ୍ରକାର ଜିନିଷ ଏଠାରେ ମିଳି ଯାଉଥିବାରୁ ସବୁ ବର୍ଷ ସହରର ଲୋକେ ଏହି ବଜାରକୁ ଅପେକ୍ଷା କରି ରହନ୍ତି। କି ଧନୀ କି ଗରିବ, ସମସ୍ତେ ତିହାରି ବଜାର ଆସି ନୂଆଁଖାଇ ପାଇଁ କିଣି ନିଅନ୍ତି ଜିନିଷ। ଏବର୍ଷ ବି ସେମିତି ଭିଡ଼ ଦେଖିବାକୁ ମିଳିଛି।

hata3

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe