/odisha-reporter/media/post_attachments/uploads/2021/04/Lord_rama.jpg)
Rama Navami
ରାମ ନବମୀ। ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପାଳନ ହୁଏ। ଏହି ବର୍ଷର ରାମ ନବମୀ ଅତ୍ୟନ୍ତ ଶୁଭ ଯୋଗ ରହିଛି, ଏହା ଅତ୍ୟନ୍ତ ପୁଣ୍ୟପ୍ରଦ ମଧ୍ୟ । ରାମ ନବମୀ ଦିନ ବ୍ରତ ରଖିବାର ମଧ୍ୟ ପରମ୍ପରା ରହିଛି। ଧର୍ମଶାସ୍ତ୍ର ଅନୁଯାୟୀ, ଚୈତ୍ର ମାସରେ ପଡୁଥିବା ରାମ ନବମୀ ପୃଥିବୀରେ ପରମାତ୍ମାଙ୍କ ଶକ୍ତିର ପ୍ରତୀକ ଅଟେ। ଚୈତ୍ର ନବମୀ ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ହୋଇଥିଲା। ଶ୍ରୀ ରାମଙ୍କ ଜନ୍ମ ଦୁଷ୍ଟ ରାବଣର ବଧ ନିମନ୍ତେ ହୋଇଥିଲା। ସେଥିପାଇଁ ରାମ ନବମୀ ଉତ୍ସବ ଧର୍ମ, ଶକ୍ତିର ମହିମା, ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ। ଚଳିତ ବର୍ଷ ଏପ୍ରିଲ ୨୧ରେ ରାମନବମୀ ପାଳନ କରାଯିବ।
- ରାମ ନବମୀ ପର୍ବର ସ୍ୱତନ୍ତ୍ର ରୂପେ ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ ରହିଛି। ଭଗବାନ ରାମଙ୍କ ଶିକ୍ଷା ଓ ଆଦର୍ଶକୁ ଗ୍ରହଣ କରି ନିଜ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରେରଣା ଦିଏ ରାମ ନବମୀ।
- ସମଗ୍ର ଦେଶରେ ରାମ ନବମୀ ଖୁବ୍ ଧୁମଧାମ୍ର ସହ ପାଳନ କରାଯାଇଥାଏ। ଏହି ଉତ୍ସବ ବିଶେ​ଷ କରି ଉତ୍ତର ଭାରତର ଅଯୋଧ୍ୟା​ରେ ଖୁବ୍ ଉଲ୍ଲାସ​ରେ ପାଳନ କରାଯାଏ।
- ରାମ ନବମୀ ଦିନ ପ୍ରଭୁ ଶ୍ରୀରାମଙ୍କୁ ବିଧିପୂର୍ବକ ପୂଜା କଲେ ଶ୍ରଦ୍ଧାଳୁଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ସମସ୍ତ ଦୁଃଖ କଷ୍ଟ ମଧ୍ୟ ଦୂର ହୋଇଯାଏ। ଏଥିସହ ଭଗବାନ ରାମଙ୍କ କୃପା ଲାଭ ହୋଇଥାଏ। ବୋଲି ବିଶ୍ୱାସ ରହିଛି।
- ରାମ ନବମୀ ଦିନ ମନ୍ଦିର ମାନଙ୍କରେ ଭଜନ-କୀର୍ତ୍ତନ ଆୟୋଜିତ କରାଯାଇଥାଏ। ଅନେକ ସ୍ଥାନରେ ଲୋକମାନେ ଏହି ଦିନ ବ୍ରତ ଉପବାସ କରି ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିନ ପାଳନ କରିଥାଆନ୍ତି।
- ବ୍ରତଧାରୀମାନେ ଏହି ଦିନ ଉପବାସ କରନ୍ତି। ସୂର୍ଯ୍ୟାସ୍ତ ପରେ ବ୍ରତ ସମାପନ କରି ଥାଆନ୍ତି। ଏହି ଦିନ ପ୍ରସାଦ ରୂପେ ଭଗବାନଙ୍କ ନିକଟରେ ପଞ୍ଚାମୃତ, ଶ୍ରୀଖଣ୍ଡ, ଖିରି ଓ ହାଲୁଆ ଭୋଗ ଅର୍ପଣ କରାଯାଇଥାଏ। ପ୍ରଭୁ ରାମଙ୍କ ପୂଜା କ୍ଷୀର ଓ ଘିଅର ବହୁଳ ବ୍ୟବହାର କରାଯାଇଥାଏ।
- ନାରଦ ପୂରାଣ ଅନୁସାରେ ରାମ ନବମୀ ଦିନ ଶ୍ରୀରାମଙ୍କ ପୂଜା ପରେ ରାମାୟଣ ଓ ରାମ ରକ୍ଷାସ୍ରୋତ ପାଠ କରିବା ଉଚିତ। ବ୍ରାହ୍ମଣଙ୍କୁ ଭୋଜନ କରାଇବା ସହ ଗୋ, ଭୂମି, ବସ୍ତ୍ର ଆଦି ଦାନ କରିବା ଶୁଭ ହୋଇଥାଏ।
ରାମ ନବମୀର ଶୁଭ ମୁହୂର୍ତ୍ତ
ନମବୀ ତିଥି ଆରମ୍ଭ: ୨୧ ଏପ୍ରିଲ, ରାତି ୧୨.୪୩ରୁ
ନବମୀ ତିଥି ସମାପନ: ୨୨ ଏପ୍ରିଲ, ରାତି ୧୨.୩୫
ପୂଜା ମୁହୂର୍ତ୍ତ: ପୂର୍ବାହ୍ନ ୧୧.୨ ମିନିଟ୍ରୁ ମଧ୍ୟାହ୍ନ ୧.୩୮ ମିନିଟ୍ ଯାଏଁ
ମୋଟ ପୂଜା ସମୟ ୨ ଘଣ୍ଟା ୩୬ ମିନିଟ୍
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
