Advertisment

ହନୁମାନଙ୍କ ଜନ୍ମ ସ୍ଥାନ କେଉଁଠି? ତିରୁପତି ଦେବସ୍ଥାନମ ଟ୍ରଷ୍ଟ କଲା ଘୋଷଣା

ନୂଆଦିଲ୍ଲୀ: ପବନପୁତ୍ର ମହାବୀରଙ୍କ ଜନ୍ମ ସ୍ଥାନ କେଉଁଠି? ଏହାକୁ ନେଇ ପୁରାଣରେ ଅନେକ କଥା ରହିଛି। ତେବେ ଏହାକୁ ତିରୁମାଳା ତିରୁପତି ଦେବସ୍ଥାନମ ଟ୍ରଷ୍ଟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ନିୟୋଜିତ ଐତିହାସିକ ଓ ଏକ୍ସପର୍ଟ ଟିମ୍ ଏହା ଉପରେ ଗବେଷଣା କରି ମହାବୀରଙ୍କ ଜନ୍ମସ୍ଥାନ ଖୁଲାସା କରିଛନ୍ତି। କର୍ଣ୍ଣାଟକର ହାମ୍ପିରେ ଥିବା ଅଞ୍ଜନାଦ୍ରୀ ପାଖରେ ଏକ ପାହାଡ, ଝାଡଖଣ୍ଡର ଗୁମଲା ଜିଲ୍ଲାରୁ ୨୧ କିଲୋମିଟର ଦୂରରେ ଥିବା ଅଞ୍ଜନା ଗାଁ, ଗୁଜରାଚ ନଓ୍ୱସାରୀ […]

ଅଦ୍ୟତନ ହୋଇଛି
ହନୁମାନଙ୍କ ଜନ୍ମ ସ୍ଥାନ କେଉଁଠି? ତିରୁପତି ଦେବସ୍ଥାନମ ଟ୍ରଷ୍ଟ କଲା ଘୋଷଣା

Hanuman-Temple

Advertisment

ନୂଆଦିଲ୍ଲୀ: ପବନପୁତ୍ର ମହାବୀରଙ୍କ ଜନ୍ମ ସ୍ଥାନ କେଉଁଠି? ଏହାକୁ ନେଇ ପୁରାଣରେ ଅନେକ କଥା ରହିଛି। ତେବେ ଏହାକୁ ତିରୁମାଳା ତିରୁପତି ଦେବସ୍ଥାନମ ଟ୍ରଷ୍ଟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ନିୟୋଜିତ ଐତିହାସିକ ଓ ଏକ୍ସପର୍ଟ ଟିମ୍ ଏହା ଉପରେ ଗବେଷଣା କରି ମହାବୀରଙ୍କ ଜନ୍ମସ୍ଥାନ ଖୁଲାସା କରିଛନ୍ତି।

Advertisment

କର୍ଣ୍ଣାଟକର ହାମ୍ପିରେ ଥିବା ଅଞ୍ଜନାଦ୍ରୀ ପାଖରେ ଏକ ପାହାଡ, ଝାଡଖଣ୍ଡର ଗୁମଲା ଜିଲ୍ଲାରୁ ୨୧ କିଲୋମିଟର ଦୂରରେ ଥିବା ଅଞ୍ଜନା ଗାଁ, ଗୁଜରାଚ ନଓ୍ୱସାରୀ ସ୍ଥିତ ଅଞ୍ଜନା ପାହାଡ, ହରିଆଣାର କୈଥଲ ଅଞ୍ଚଳ, ମହାରାଷ୍ଟ୍ରର ନାସିକ ଜିଲ୍ଲାର ତ୍ରୟମବକେଶ୍ୱର ମନ୍ଦିର ହନୁମାନଙ୍କ ଜନ୍ମସ୍ଥାନ ବୋଲି ଦାବି ହୁଏ। ହେଲେ ଏଯାବତ କୌଣସି ପ୍ରମାଣ ନାହିଁ।

ଏବେ ତିରୁପତିରେ ଥିବା ତିରୁମାଲା ହିଲ୍ସ ସ୍ଥିତ ଭଗବାନ ବାଲାଜି ମନ୍ଦିରର ପରିଚାଳକ ତଥା ତିରୁମାଳା ତିରୁପତି ଦେବସ୍ଥାନମ ଟ୍ରଷ୍ଟ ଆବଶ୍ୟକ ପ୍ରମାଣ ସହ ହନୁମାନଙ୍କ ଜନ୍ମ ସ୍ଥାନ ବାବଦରେ ଦାବି କରିଛି। ଅଞ୍ଜନାଦ୍ରୀ ପାହାଡ (Anjanadri Hillock) ହେଉଛି ଭଗବାନ ହନୁମାନଙ୍କ ଜନ୍ମ ସ୍ଥାନ ବୋଲି ଦାବି ହୋଇଛି।  ଅଞ୍ଜନାଦ୍ରୀ ହେଉଛି ସେହି ପାହାଡ ଯେଉଁଠି ସ୍ୱାମୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ମନ୍ଦିର ରହିଛି। ବୁଧବାର ରାମନବମୀ ଥିଲା। ଏହି ଅବସରରେ ତିରୁମାଲା ଟ୍ରଷ୍ଟ ଏଭଳି କିଛି ଯୁକ୍ତି ଉପସ୍ଥାପନ କରିଛି।

Advertisment

ଏହି ଟ୍ରଷ୍ଟ ଯେତେବେଳେ ହନୁମାନଙ୍କ ଜନ୍ମସ୍ଥାନ ବାବଦରେ କରିଥିବା ଗବେଷଣା ରିପୋର୍ଟ ସାର୍ବଜନୀନ କରିଥିଲା ସେତେବେଳେ ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ। ସେ ଏହି ଅବସରରେ ଗବେଷଣା କରିଥିବା ଗବେଷକ ଟିମକୁ ଧନ୍ୟବାଦ ଦେଇଥିଲେ। ସେ ନିଜକୁ ହନୁମାନଙ୍କର ଜଣେ ବଡ଼ ଭକ୍ତ ବୋଲି କହିଥିଲେ। ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ ଅଞ୍ଜନାଦ୍ରୀ ଏଭଳି ରିପୋର୍ଟ ବିଶେଷଜ୍ଞଙ୍କ ସହାୟତାରେ ପ୍ରସ୍ତୁତ କରିଥିବାରୁ ସେ ଧନ୍ୟବାଦ ଦେଇଥିଲେ।

ଅଯୋଧ୍ୟା ହେଉଛି ଶ୍ରୀ ରାମଙ୍କ ଜନ୍ମସ୍ଥାନ ଏବଂ ଅଞ୍ଜାନିଆର ଅଞ୍ଜନାଦ୍ରୀ ହେଉଛି ହନୁମାନଙ୍କ ଜନ୍ମସ୍ଥାନ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ସେଥିପାଇଁ ହନୁମାନଙ୍କୁ ଅଞ୍ଜନୀଙ୍କ ପୁଅ କୁହାଯାଏ ବୋଲି ରିପୋର୍ଟରେ କୁହାଯାଇଛି।

ଏହି ଗବେଷଣା ରିପୋର୍ଟରେ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମୁରଲୀଧର ଶର୍ମା ମଧ୍ୟ ସାମିଲ୍ ଥିଲେ। ଗଣମାଧ୍ୟମ ସମ୍ମୁଖରେ ରିପୋର୍ଟ ଜାରି କରିବା ବେଳେ ପୁରାଣ, ଐତିହାସିକ, ବୈଜ୍ଞାନିକ, ସାହିତ୍ୟିକ ଏବଂ ଭୌଗୋଳିକ ପ୍ରମାଣ ସହିତ ସମସ୍ତ ଦସ୍ତାବିଜ ଉପସ୍ଥାପନ କରାଯାଇଥିଲା। ବିଶେଷଜ୍ଞ କମିଟିର ସଦସ୍ୟ କହିଛନ୍ତି ଅଞ୍ଜନାଦ୍ରୀଙ୍କୁ ଅଞ୍ଜାନୀ ସ୍ୱାମୀ ଅର୍ଥାତ୍ ହନୁମାନ କୁହାଯାଏ। ସେ କହିଛନ୍ତି ଯେ ୧୨ଟି ପୁରାଣରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି।

ଏକ୍ସପର୍ଟ ଟିମ୍ କହିଥିଲେ ବାଲ୍ମିକୀ ରାମାୟଣର ୮୧ ରୁ ୮୩ ପଦରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେହେତୁ ଅଞ୍ଜନା ପାହାଡରେ ତପସ୍ୟା କରିବା ପରେ ହନୁମାନ ଜନ୍ମ ନେଇଥିଲେ। ଏଥିପାଇଁ ହନୁମାନଙ୍କୁ ଅଞ୍ଜନେୟ କୁହାଯାଏ। ଏବଂ ସେହି ପାହାଡକୁ ଅଞ୍ଜାନାଦ୍ରୀ ନାମରେ ନାମିତ କରାଗଲା।

୧୪୯୧ ଏବଂ ୧୫୪୫ରେ ଶ୍ରୀବାରୀ ମନ୍ଦିରର ପଥରରେ ଲେଖାଯାଇଥିବା ଶିଳା ଲେଖାରେ ଅଞ୍ଜନାଦ୍ରୀଙ୍କୁ ହିଁ ଅଞ୍ଜନେୟ ଅର୍ଥାତ୍ ହନୁମାନଙ୍କ ଜନ୍ମସ୍ଥାନ କୁହାଯାଇଛି। ସେହିପରି ଲଣ୍ଡନର ଏକ ଲାଇବ୍ରେରୀରେ ଥିବା ଅଞ୍ଜନାଦ୍ରୀ ମାହାତ୍ମ୍ୟ ପୁସ୍ତକରେ ଅଞ୍ଜନାଦ୍ରୀଙ୍କୁ ହିଁ ହନୁମାନଙ୍କ ଜନ୍ମସ୍ଥାନ କୁହାଯାଇଛି।

Odia Offbeat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe