Advertisment

ରିୟାଦରେ ଜମିଲା ଓଡ଼ିଆ ନାଚ ଗୀତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଉଦି ଆରବ୍‌ର ରାଜଧାନୀ ରିୟାଦରେ ରହୁଥିବା ଓଡ଼ିଆ ତଥା ଓଡ଼ିଆ ପ୍ରେମୀଙ୍କୁ ନେଇ ଗଢ଼ିଉଠିଥିବା ସାମାଜିକ ଓ ସାଂସ୍କୃତିକ ସଂଗଠନ The Riyadh Odisha Socio-Cultural Association(ROSA) ଏହାର ଦଶମ ବାର୍ଷିକ ଉତ୍ସବ ପାଳନ କରିଛି। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶା ଜନ୍ମିତ ଅନ୍ତରାଷ୍ଟ୍ରୀୟ ବ୍ୟବସାୟୀ ତଥା ଏଏସ୍‌ଏମଏସିଏସ୍‌ର ଅଧ୍ୟକ୍ଷ ଡ. ଦେବ ମହାନ୍ତି ମୁଖ୍ୟତିଥି […]

ରିୟାଦରେ ଜମିଲା ଓଡ଼ିଆ ନାଚ ଗୀତ

newww

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଉଦି ଆରବ୍‌ର ରାଜଧାନୀ ରିୟାଦରେ ରହୁଥିବା ଓଡ଼ିଆ ତଥା ଓଡ଼ିଆ ପ୍ରେମୀଙ୍କୁ ନେଇ ଗଢ଼ିଉଠିଥିବା ସାମାଜିକ ଓ ସାଂସ୍କୃତିକ ସଂଗଠନ The Riyadh Odisha Socio-Cultural Association(ROSA) ଏହାର ଦଶମ ବାର୍ଷିକ ଉତ୍ସବ ପାଳନ କରିଛି।

Advertisment

ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶା ଜନ୍ମିତ ଅନ୍ତରାଷ୍ଟ୍ରୀୟ ବ୍ୟବସାୟୀ ତଥା ଏଏସ୍‌ଏମଏସିଏସ୍‌ର ଅଧ୍ୟକ୍ଷ ଡ. ଦେବ ମହାନ୍ତି ମୁଖ୍ୟତିଥି ଭାବେ ଯୋଗ ଦେଇଥିଲେ। ସେହିପରି ରିୟାଦରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଅନୀଲ ନୌତିୟାଲ୍ ସ୍ୱତନ୍ତ୍ର ମୁଖ୍ୟ ଅତିଥି ଭାବେଯୋଗ ଦେଇଥିଲେ।

ଦୀର୍ଘ ୧୦ ବର୍ଷ ଧରି ‘ରୋଜା’ ସ୍ଥାନୀୟ ଅଞ୍ଚଳରେ ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରୁଥିବାରୁ ଉପସ୍ଥିତ ଅତିଥିବୃନ୍ଦ ରୋଜାର ସଦସ୍ୟମାନଙ୍କୁ ପ୍ରଶଂସା କରିଥିଲେ।

Advertisment

ରୋଜାର ଉପଦେଷ୍ଟା ମହମ୍ମଦ ଫାଜାଲ ହଗ୍ ରୋଜା ସମ୍ପର୍କରେ ବର୍ଣ୍ଣନା କରିଥିବା ବେଳେ ରୋଜାର ସଭାପତି ଦେବାଶିଷ ରାଉତ ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟକୁ ପ୍ରଚାର ପ୍ରସାର ପାଇଁ ଆଗେଇ ଆସିବା ସକାଶେ ଆହ୍ୱାନ ଦେଇଥିଲେ।

ସେହିପରି ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ ଏହାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଉପଦେଷ୍ଟା ମହମ୍ମଦ ଏସ୍‌. ଅଲ୍ଲୀ, କଲ୍‌ଚୁରାଲ୍‌ ସେକ୍ରେଟେରିଜ୍ ଏଜିମୁଦିନ୍ ଖାନ୍ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe