Advertisment

ସବୁକିଛି ସାଇତି ରଖିଛି

ସବୁକିଛି ସାଇତି ରଖିଛି ଲାବଣ୍ୟା ନାୟକ ବିଦେଶରୁ ଆଣି ଦେଇଥିବା ତୁମ ଉପହାର, ଖଇରି ରଙ୍ଗର ଟିକିଲି କଜଳ ଓ ଗୋଲାପି ତଉଲିଆକୁ ମୁଁ ସାଇତି ରଖିଛି ମୋ ହୃଦୟ ଆଲମିରାରେ। ମିଛିମିଛିକା ନଈକୂଳ ବର୍ଷା ଆସିଲାଣି ଦଉଡ଼ି ଚାଲ କାଦୁଅରେ ଅଟକି ଯାଇଥିବା ଫାଳେ ଚପଲ କିଛି କୁହ ବୋଲି କହିଲା ବେଳକୁ ମୁଁ କହେ ଡେରି ହେଲାଣି ଫେରିଚାଲ। ସ୍କୁଟରରେ ଏତେ ଦୂର ବସିଲେ ବାଲାନ୍ସ ଫେଲ ହୁଏ ମୋର। ମିଛରେ ବି କାମୁଡ଼ିଛି […]

author-image
Ordigital Desk
ସବୁକିଛି ସାଇତି ରଖିଛି

lavanya

ସବୁକିଛି ସାଇତି ରଖିଛି
ଲାବଣ୍ୟା ନାୟକ

ବିଦେଶରୁ ଆଣି ଦେଇଥିବା ତୁମ ଉପହାର,
ଖଇରି ରଙ୍ଗର ଟିକିଲି କଜଳ ଓ ଗୋଲାପି ତଉଲିଆକୁ
ମୁଁ ସାଇତି ରଖିଛି ମୋ ହୃଦୟ ଆଲମିରାରେ।

Advertisment

ମିଛିମିଛିକା ନଈକୂଳ
ବର୍ଷା ଆସିଲାଣି ଦଉଡ଼ି ଚାଲ
କାଦୁଅରେ ଅଟକି ଯାଇଥିବା ଫାଳେ ଚପଲ
କିଛି କୁହ ବୋଲି କହିଲା ବେଳକୁ
ମୁଁ କହେ ଡେରି ହେଲାଣି ଫେରିଚାଲ।

ସ୍କୁଟରରେ ଏତେ ଦୂର ବସିଲେ
ବାଲାନ୍ସ ଫେଲ ହୁଏ ମୋର।
ମିଛରେ ବି କାମୁଡ଼ିଛି ତୁମ ପିଠିକୁ
ଓ ଦୁଇଥର ଚିମୁଡ଼ିଛି ତୁମ ପେଟକୁ।

Advertisment

ଭାଲୁ ଆସିଲେ ତୁମେ ଡରିବନି, ମୁଁ ଅଛି..
ହେଲେ ସିରିୟସ୍ ରିଲେସନସିପ୍‌କୁ ଭାରି ଡର।
ମୁଁ ଜାଣେ, ନାକକୁ ଚିପି ଦେଇ ଭୁଲେଇ ଦେବ ମତେ।

ଭଲ ସାଙ୍ଗମାନଙ୍କ ପାଇଁ ମୋ ରଙ୍କୁଣିପଣ
ମୋ ଖୋଜିବା ଆଖି, ମୋ ଦିନକୁ ତୁମ ରାତି
ତୁମ ସେ ମିଠା ଡାକ, ସ୍ନେହ ଦେବାର ପ୍ରତିଶ୍ରୁତି
ମନେପଡେ ସବୁବେଳେ ତୁମର ସେ ହସ।

ତୁମେ ଦେଖିଛ କି ନା ମୁଁ ଠିକ୍ ଦେଖିଛି
ତୁମ କପାଳରେ ଲେଖାଥିବ ମୋ ନାଁ
ଆହୁରି ଅନେକ କିଛି ପାଲଟିଛି
ମୋ ଲାଗି ତୁମର ସେ ମିଠା ସ୍ମୃତି
ସବୁକୁ ସାଇତିଛି ତୁମ ଲାଗି।

ମିରଚାନ୍ଦପୁର, ଦେବୀଦ୍ୱାର, ଯାଜପୁର ଟାଉନ୍