Advertisment

ରାଜଧାନୀରେ ପାଳିତ ହେବ ରାଜ୍ୟ ସ୍ତରୀୟ ଗହ୍ମା ପର୍ବ

ଭୁବନେଶ୍ୱର: ଚଳିତ ବର୍ଷଠାରୁ ପ୍ରତି ବର୍ଷ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଗହ୍ମା ପର୍ବ ପାଳନ କରିବାକୁ ନିଖିଳ ଉତ୍କଳ ପାଟରା ମହାସଭା ତରଫରୁ ନିଷ୍ପତ୍ତି ହୋଇଛି। ନିଖିଳ ଉତ୍କଳ ପାଟରା ସମିତି ତରଫରୁ ଏହା ଏକ ଦିନିକିଆ ପର୍ବ ଭାବେ ପାଳିତ ହେବ। ପର୍ବରେ ପାଟରା ଜାତିର ଇଷ୍ଟ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଓ ମା ସୁଭଦ୍ରାଙ୍କର କୌଳିକ ରୀତିନୀତି ଅନୁଯାୟୀ ପ୍ରତୀକାତ୍ମକ ପୂଜା ଉପାସନା କରାଯିବା ସହିତ ପାରମ୍ପାରିକ ନୈବେଦ୍ୟ ଅର୍ପଣ କରାଯିବ। ନୈବେଦ୍ୟ […]

ଅଦ୍ୟତନ ହୋଇଛି
ରାଜଧାନୀରେ ପାଳିତ ହେବ ରାଜ୍ୟ ସ୍ତରୀୟ ଗହ୍ମା ପର୍ବ

Lord

Advertisment

ଭୁବନେଶ୍ୱର: ଚଳିତ ବର୍ଷଠାରୁ ପ୍ରତି ବର୍ଷ ରାଜଧାନୀ ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଗହ୍ମା ପର୍ବ ପାଳନ କରିବାକୁ ନିଖିଳ ଉତ୍କଳ ପାଟରା ମହାସଭା ତରଫରୁ ନିଷ୍ପତ୍ତି ହୋଇଛି। ନିଖିଳ ଉତ୍କଳ ପାଟରା ସମିତି ତରଫରୁ ଏହା ଏକ ଦିନିକିଆ ପର୍ବ ଭାବେ ପାଳିତ ହେବ। ପର୍ବରେ ପାଟରା ଜାତିର ଇଷ୍ଟ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଓ ମା ସୁଭଦ୍ରାଙ୍କର କୌଳିକ ରୀତିନୀତି ଅନୁଯାୟୀ ପ୍ରତୀକାତ୍ମକ ପୂଜା ଉପାସନା କରାଯିବା ସହିତ ପାରମ୍ପାରିକ ନୈବେଦ୍ୟ ଅର୍ପଣ କରାଯିବ। ନୈବେଦ୍ୟ ଲାଗୁଥିବା ପାରମ୍ପାରିକ ପିଠା ସହିତ ବିବିଧ ବ୍ୟଞ୍ଜନର ପ୍ରଦର୍ଶନୀ ଆୟୋଜନ କରି ଓଡ଼ିଶାର ବିବିଧ ଖାଦ୍ୟ ସଂସ୍କୃତି ସଂପର୍କରେ ସଚେତନତା ସୃଷ୍ଟି କରାଯିବ।

Advertisment

ପ୍ରଭୁ ବଳଭଦ୍ର କୃଷି ସଂସ୍କୃତିର ପ୍ରତୀକ ହୋଇଥିବାରୁ ତାଙ୍କ ଜୟନ୍ତୀ ଅବସରରେ ଓଡ଼ିଶାର କୃଷି ଓ ଗୋପାଳନ ଦୁଇ ଆର୍ଥନୀତିକ ସଂସ୍କୃତି ଜରିଆରେ ସମଗ୍ର ଓଡ଼ିଆ ଜାତିକୁ ଆତ୍ମନିର୍ଭର ତଥା ନିରାମୟ କରାଯିବାର ଉପାୟ ସଂପର୍କରେ ଆଲୋଚନା କରାଯିବାକୁ ମଧ୍ୟ ସ୍ଥିର କରାଯାଇଛି। ବର୍ତ୍ତମାନର ପାଗ ପରିବର୍ତ୍ତନ ଓ ବିଶ୍ୱ ତାପନ ସମୟରେ ଜଗନ୍ନାଥ ତତ୍ତ୍ୱ ଓ ସଂସ୍କୃତିରେ ରହିଥିବା ସମାଧାନର ସୂତ୍ର ଉପରେ ପର୍ଯ୍ୟାଲୋଚନା କରାଯାଇ ବିଶ୍ୱ ସମାଜକୁ ବାର୍ତ୍ତା ପ୍ରେରଣ କରାଯିବ। ଏହି ଅବସରରେ ସମାଜରେ ସ୍ୱପରିଚୟ ପ୍ରତିଷ୍ଠା କରିଥିବା ପ୍ରତିଭା ସଂପନ୍ନ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନୀତ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି।

ଏହି ପର୍ବ ପାଳନ ନିମନ୍ତେ ମହାସଭାର ସଭାପତି ଡାକ୍ତର ରୁଦ୍ର ନାରାୟଣ ପୃଷ୍ଟି, କାର୍ଯ୍ୟକାରୀ ସଭାପତି ନାଥ ଖୁଣ୍ଟିଆ, ଉପସଭାପତି ମନୋଜ ସାହୁ, ରବୀନ୍ଦ୍ରନାଥ ସେନାପତି, ଉପଦେଷ୍ଟା ନାରାୟଣ ପାତ୍ର, ସାଧାରଣ ସଂପାଦକ ସଞ୍ଜୟ ପାତ୍ର, ଶରତ ପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଭୁବନେଶ୍ୱରର ପାଟରା ଗୋସେଇଁମାନଙ୍କ ସହିତ ପ୍ରାଥମିକ ଆଲୋଚନା ସମାପନ କରିଛନ୍ତି। ସର୍ବଶ୍ରୀ ବସନ୍ତ କୁମାର ପୃଷ୍ଟି, ଡାକ୍ତର ଅରବିନ୍ଦ ସାହୁ, ଇଂଜିନିଅର ସୁଶାନ୍ତ ପୃଷ୍ଟି, ବୈଜ୍ଞାନିକ ସୁଧାଂଶୁ ମହାନ୍ତି, ସମାଜସେବୀ ସୁଧାଂଶୁ ପାତ୍ର, ଅବସରପ୍ରାପ୍ତ ବ୍ୟାଙ୍କର ବାସୁଦେବ ପୃଷ୍ଟି, ଅବସରପ୍ରାପ୍ତ ଲୋକସଂପର୍କ ଅଧିକାରୀ ଗୋଲକ ସାହୁ, ପ୍ରଶାନ୍ତ ସାହୁ, ଶ୍ୟାମ ସୁନ୍ଦର ଚୌଧୁରୀ, ମାୟାଧର ସେନାପତି, ବରିଷ୍ଠ ଆଇନଜୀବୀ ବୀର ନାରାୟଣ ପାତ୍ର, ବରିଷ୍ଠ ପରିଚାଳକ ବିରଞ୍ଚି ଷେଣ୍ଢ, କବୟତ୍ରୀ ଅଙ୍ଗୁରବାଳା ପରିଡ଼ା ପ୍ରମୁଖ ଏହି ପର୍ବର ଆବାହନ, ଆୟୋଜନ ଓ ଦିଗଦର୍ଶନ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ଏହା ଛଡ଼ା ସାମ୍ବାଦିକ ପ୍ରଦୀପ ସାହୁ, ମହେଶ୍ୱର ସାହୁ ଓ ଦେବେନ୍ଦ୍ର ପୃଷ୍ଟି ପ୍ରମୁଖ ପର୍ବ ଆୟୋଜନରେ ସହଭାଗୀ ଓ ସହଯୋଗୀ ହେବାକୁ ସମ୍ମତି ଦେଇଛନ୍ତି।

Advertisment

ଏହି ପର୍ବ ସଂପର୍କରେ ସ୍ୱତନ୍ତ୍ର ପ୍ରସ୍ତାବ ଓ ପରାମର୍ଶ ଦେବାକୁ ପାଟରା ମୁନୀବ ଓ ଚକଲା ସ୍ତରୀୟ କର୍ମକର୍ତ୍ତାମାନଙ୍କୁ ଅନୁରୋଧ କରାଯାଉଛି। ସେଥିପାଇଁ ଆଗ୍ରହୀ ମୁରବୀମାନେ ଉତ୍ସବର ସଂଯୋଜକ ଦେବେନ୍ଦ୍ର ପୃଷ୍ଟିଙ୍କୁ ୯୪୩୭୦୩୬୨୭୬ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ମହାସଭା ସଭାପତି ଡାକ୍ତର ରୁଦ୍ର ନାରାୟଣ ପୃଷ୍ଟି ଜଣେଇଛନ୍ତି। ପର୍ବ ପାଇଁ ସମୟ କମ୍‌ ଥିବାରୁ ପ୍ରସ୍ତାବଗୁଡ଼ିକ ଜୁଲାଇ ୨୦ ତାରିଖ ଭିତରେ ପୁରୀ କୁଣ୍ଢେଇବେଣ୍ଟ ସାହି, ପାଟରା ମଠ ଠିକଣାରେ ପଠାଇବାକୁ ଡାକ୍ତର ପୃଷ୍ଟି କହିଛନ୍ତି।

Odia Culture Gahma Parba Gahma Punei Patara Parba
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe